19 ମେ 2020 ମଙ୍ଗଳବାର ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ

ମେଷ – ବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ ଓ ଆତ୍ମ ବିଶ୍ୱାସ ଅତୁଟ ରହିବ । ଆଜି ବୃହସ୍ପତି ରବିଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କ ଚେଷ୍ଟା ନିଶ୍ଚିତ ଫଳବତୀ ହୋଇପାରିବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । ସରକାରୀ କର୍ମଚାରୀମାନଙ୍କର ପଦୋନ୍ନତି ହେବ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ଆଜି ଆପଣଙ୍କ ଅତି ପ୍ରିୟ ବନ୍ଧୁ ଆପଣଙ୍କ ଘରକୁ ଆସି ଭେଟି ପାରନ୍ତି । ବକ୍ତବ୍ୟ ଉପରେ ନିୟନ୍ତ୍ରଣ ବଜାୟ ରଖନ୍ତୁ, ନଚେତ୍ କ୍ଷତିରେ ପଡ଼ିପାରନ୍ତି । କେତେକ କ୍ଷେତ୍ରରେ ନୀରବତା ରହିବା ଶ୍ରେୟସ୍କର ହେବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ନାରାୟଣ ।

ବୃଷ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଭାଗ୍ୟକର୍ମାଧିପ ଚତୁର୍ଥାଧିପଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଆପଣଙ୍କ ଉଦ୍ୟମରେ ସିଦ୍ଧିଲାଭ ହୋଇପାରେ । ଆଜି ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଲେ ମଧ୍ୟ ଦୃଢ ମନୋବଳ ଉଚ୍ଚତର ଚରମ ଶିଖରକୁ ନେଇଯିବ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ ଏବଂ ଅଧିକାରୀଙ୍କ ଅନୁକମ୍ପାରୁ ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ ରହିଛି । ବେରୋଜଗାର ଯୁବକମାନଙ୍କୁ ଘରୋଇ କମ୍ପାନୀରେ ଚାକିରି ପାଇବାର ସୂଚନା ମିଳିବ । କୌଣସି ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ବନ୍ଧୁ କିମ୍ବା ସମ୍ପର୍କୀୟଙ୍କଠାରୁ ଉପହାର ପାଇବା ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ନିଜ ପିଲାମାନଙ୍କ ସହିତ ଖୁସିରେ ଦିନଟି ଅତିବାହିତ କରିବେ ଏବଂ ଜୀବନ ସାଥୀଙ୍କ ସହିତ ଏକ ସନ୍ତୋଷଜନକ ଜୀବନ ଉପଭୋଗ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ

ମିଥୁନ – ଆପଣଙ୍କ ପାଇଁ ଦିନଟି କୌତୂହଳପୂର୍ଣ୍ଣ ରହିବ ଓ ଲୋକପ୍ରିୟତା ବୃଦ୍ଧି ପାଇବ । ଧନାଧିପ ଚନ୍ଦ୍ର କେନ୍ଦ୍ରସ୍ଥାନରେ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ପ୍ରତିକୂଳ ନ ହେଲେ ମଧ୍ୟ ବ୍ୟୟବୃଦ୍ଧି ନିମନ୍ତେ ମନରେ ବିରକ୍ତି ଭାବନା ଜାତ ହୋଇପାରେ । ବ୍ୟବସାୟ ହେବା କାରଣରୁ ମନ ଖୁସି ରହିବେ । ସରକାରୀ କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ସମସ୍ତଙ୍କ ସହ ମିଳିମିଶି କାମ କରିବେ ଓ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଅଧିକ ପରିଶ୍ରମ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

କର୍କଟ : ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ମନୋରଞ୍ଜନର ଦିନ ଅଟେ। ମିତ୍ରମାନଙ୍କ ସହିତ ପାର୍ଟି କିମ୍ବା ପିକନିକରେ ଆଜିର ଦିନ ବହୁତ ଭଲ ଭାବରେ ବିତିବ। ବସ୍ତ୍ରାଭୂଷଣ, ବାହନ ତଥା ଭୋଜନ ଭଲ ସୁଖ ପ୍ରାପ୍ତ ହେବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।

ସିଂହ – ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ କାଟିବ । ଗ୍ରହସ୍ଥିତି କାରଣରୁ ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସାହାଯ୍ୟ, ସହଯୋଗ ପାଇ ପାରିବେ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ । ଅଫିସରେ ଅଯଥା ବିରକ୍ତି ପ୍ରକାଶ କରିବା କିମ୍ବା ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଓ ବ୍ୟବହାରରେ ଉଗ୍ରତା ରହିବ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ରହିବ । ଚତୁର୍ଥଭାବସ୍ଥ କେତୁଯୁକ୍ତ ଚନ୍ଦ୍ର ହେତୁ ଅନ୍ୟମାନଙ୍କ ସମସ୍ୟାମୂଳକ ଅଭିଶାପ ଆଶୀର୍ବାଦରେ ପରିଣତ ହୋଇଯିବ । ଜୀବନରେ ବିଲୁପ୍ତ ସ୍ନେହ, ଶ୍ରଦ୍ଧା ଓ ଆଦରର ସଦ୍‌ଭାବ ଆକସ୍ମିକ ଅନୁଭବ କରିବେ । କର୍ମକ୍ଷେତ୍ରରେ ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବେ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିମଳା ।

ତୁଳା – ଆଜି ଆପଣଙ୍କ ମନରେ ଆତ୍ମବିଶ୍ଵାସ ଭାରି ରହିବ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ । ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ମନୋବଳ ଦୃଢ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଅଫିସ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନରେ କାର୍ଯ୍ୟଗୁଡିକ ସହଜ ଓ ସରଳ ହୋଇଯିବ । ସାଧାରଣ କଥାକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ୟକ ମନୋମାଳିନ୍ୟ ଘଟିପାରେ । ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ସ୍ଵାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା – ଦିନଟି ଆପଣଙ୍କ ପାଇଁ ସମ୍ୟକ କଷ୍ଟଦାୟକ ରହିବ । ଶନିଙ୍କ ପ୍ରଭାବରେ ଅତୀତ ଘଟଣା କିମ୍ବା ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । କିଛି ଅତ୍ୟାବଶ୍ୟକ ଜରୁରୀ ଦ୍ରବ୍ୟ କ୍ରୟ କରିବା ପାଇଁ ବନ୍ଧୁଙ୍କ ଠାରୁ ଧାରା କରିବାକୁ ବାଧ୍ୟ ହେବେ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିଦ୍ଵେଷ ମନୋଭାବ ଉତ୍ପନ ହେବ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ଧନୁ ରାଶି : ଯଦି ଆପଣ ଆଜି ଏକ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଏହି ଦିନଟି ଆପଣଙ୍କ ପାଇଁ ଶୁଭ ହେବ | ଅସହାୟ ଲୋକଙ୍କୁ ସାହାଯ୍ୟ କର, ସୁଖ ଆପଣଙ୍କ ଘରକୁ ଆସିବ | କର୍ମକ୍ଷେତ୍ରରେ ଆପଣଙ୍କର ବୟସ୍କମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସେମାନଙ୍କର ନିର୍ଦ୍ଦେଶାବଳୀକୁ ସଠିକ୍ ଭାବରେ ଅନୁସରଣ କରନ୍ତୁ | କାର୍ଯ୍ୟ ମନେ ରଖିବ | ଦୁଷ୍କର୍ମ ସହିତ କ୍ଷତି ସମ୍ଭବ | ବ୍ୟକ୍ତିଗତ ଜୀବନରେ ସୁଖ ଏବଂ ଆରାମ ମିଳିବ | ଯଦି କୌଣସି ଅସୁବିଧା ଅଛି, ତେବେ ଆପଣଙ୍କର ସମସ୍ୟାକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରନ୍ତୁ |

ମକର ରାଶି : ଆଜି ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେବେ | ବ୍ୟବସାୟିକ ଜୀବନ ଉତ୍ଥାନର ସମ୍ମୁଖୀନ ହୋଇପାରେ | ଏହି ସମୟରେ ଆପଣ ମଧ୍ୟ ଭାଗ୍ୟ ପାଇବେ | ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କ ଭାଷଣ ଦ୍ୱାରା ପ୍ରଭାବିତ ହେବେ | ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ | ଅନୁସନ୍ଧାନ ଇତ୍ୟାଦି ସଫଳ ହେବ | ବୃତ୍ତିଗତ ସାମ୍ନାରେ ସତର୍କ ରହିବା ଆବଶ୍ୟକ | ପେଟ ସମ୍ବନ୍ଧୀୟ ରୋଗ ବ୍ୟାକୁଳ ହୋଇପାରେ |

କୁମ୍ଭ ରାଶି : ଆଜି ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କୁ ଉତ୍ସାହିତ କରିବେ ଏବଂ ପ୍ରଶଂସା କରିବେ | ଭାଇ ଓ ଭଉଣୀ ଏବଂ ସାଙ୍ଗମାନଙ୍କ ସହିତ ତୁମର ସମ୍ପର୍କ ଭଲ ରହିବ | ଆପଣ ଘରର ଦାୟିତ୍ ବୁଝାମଣା କାର୍ଯ୍ୟ କରିବେ | ପିତାମାତାମାନେ ଏହା ଉପରେ ଆପଣଙ୍କ ପାଇଁ ଗର୍ବ ଅନୁଭବ କରିବେ | ରିସ୍କ ନେବାକୁ ସାହସ କରିବେ | ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ | ନୂତନ ବଡ ଜିନିଷ ମିଳିପାରିବ | ଘର ବାହାରେ ସୁଖ ମିଳିବ | ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ | ଭଗବାନଙ୍କ ଉପରେ ଧ୍ୟାନ କରିବା ଭଲ ହେବ |

ମୀନ ରାଶି – ଆଜି ତୁମର ଚାକିରିରେ ସାବଧାନ ରୁହ | ସାଥୀ ସମର୍ଥନ କମ୍ ହେବ | ଆପଣଙ୍କ ଆୟ ବୃଦ୍ଧି କରିବାର ଦୃଢ ସମ୍ଭାବନା ଅଛି | କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ କୌଣସି ବିଷୟରେ ବିତର୍କ ହୋଇପାରେ | ଏପରି ପରିସ୍ଥିତିରେ ନିଜକୁ ଶାନ୍ତ ରଖ | କୌଣସି କ୍ରନିକ ରୋଗ ଦୁଃଖର କାରଣ ହୋଇପାରେ | ବେପରୁଆ ହୁଅ ନାହିଁ। ଶତ୍ରୁ ରହିବେ | ଚିନ୍ତାର ଖବର ମାତୃ ପାର୍ଶ୍ୱରୁ ଆସିବ | ତୁମର ନିଷ୍ପତ୍ତି ସଠିକ୍ ହେବ |

Leave a Reply

Your email address will not be published. Required fields are marked *