15 ମଇ 2020 ଶୁକ୍ରବାର ରାଶିଫଳ – ଆଜି କଣ ରହିଛି ଆପଣଙ୍କ ଭାଗ୍ୟରେ

ମେଷ – ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ । ଆପଣଙ୍କ ପ୍ରତିଦ୍ଵନ୍ଦୀ ଶାନ୍ତ ରହିବେ । ରାଶିରେ ରବି ଅବସ୍ଥାନ ହେତୁ ପ୍ରତ୍ୟେକ କାମଗୁଡିକ ଅତି ସହଜରେ ସମ୍ପନ୍ନ ହୋଇପାରିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସ୍ଵାର୍ଥର ବଶବର୍ତ୍ତୀ ହୋଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ବୃଷ – ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । ମଙ୍ଗଳ ନକ୍ଷତ୍ରରେ ଶୁକ୍ର ଯୋଗୁଁ ସ୍ଵାସ୍ଥ୍ୟ ସମସ୍ୟା ଲାଗିରହିବ । ବିଭିନ୍ନ ପ୍ରକାରର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ । ଈର୍ଷାପରାୟଣ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି । କର୍ମକ୍ଷେତ୍ରରେ ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ମିଥୁନ – ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ । କର୍ମକ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଯଥା ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ଵାରା ଆପଣଙ୍କର ପ୍ରଶଂସିତ ହେବ । ଆର୍ଥିକ ଦୁରବସ୍ଥା, ପାରିବାରିକ ମତଭେଦ, କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଜନିତ ଶ୍ରବଣା ନକ୍ଷତ୍ର ମାନସିକ ଭାରସାମ୍ୟ ହରାଇପାରନ୍ତି । ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କର କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କର୍କଟ – ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ । କେହି ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ପ୍ରୟାସ କରିବେ । ସମାଜରେ ପ୍ରତିପତ୍ତି ବଢ଼ିବ । ଆକସ୍ମିକ ଭାବରେ କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ବୃଦ୍ଧି ପାଇବ । ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଓ ଆଶାନୁଯାୟୀ ଫଳ ପାଇବେ । କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡିପାରେ । ପରିବାରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ସିଂହ – ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ବୁଧଙ୍କ ପ୍ରଭାବରେ ବନ୍ଧୁଙ୍କ ମାଧ୍ୟମରେ ଅର୍ଥର ଆବଶ୍ୟକତା ପୂରଣ ହୋଇଯିବ । ଅଫିସରେ କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିବେ । କାମ ହାସଲ ସକାଶେ ଅନୁକୁଳ ବାତାବରଣ ସୃଷ୍ଟି ହେବ ଫଳରେ ମନୋବଳ ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ । ପରିବାରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ଅନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ବାଧ୍ୟ ହେବେ । ପରିସ୍ଥିତି ସହ ଖାପାଖୁଆଇ ଚାଲିବା ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା – ଆରୋଧ୍ୟ ଦେବବାଦୀଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ କାଟିବ । ଷଷ୍ଠରେ ତୃତୀୟଭାବଧିପ ଅବସ୍ଥାନ କରୁଥିବାରୁ ନିଜର ଆତ୍ମୀୟମାନେ ବିରୋଧଭାବ ପୋଷଣ କରିପାରନ୍ତି । ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ଆର୍ଥିକ ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ । ଆର୍ଥିକ ଅନଟନ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ କହିବା ପାଇଁ ଅନୁକୂଳ ସମୟ ଅଟେ । ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ମିଳିବ, ଯାହାଫଳରେ ମନୋବଳ ବୃଦ୍ଧି ପାଇବା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା – ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କେତୁଙ୍କ ଅବସ୍ଥାନ ଜନିତ ସକାଳୁ ସକାଳୁ କୈାଣସି ଖବର ପାଇ ମନରେ ବିସ୍ମୟଭାବ ସୃଷ୍ଟି ହେବ । ଆପଣଙ୍କ କାମ ଧନ୍ଦାରେ ସ୍ଥିରତା ବଜାୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତତା ରହିବେ । ପଡେ଼ାଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀର ପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଝିଘରିଆଣୀ ।

ବିଛା – ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବଳବାନ୍‌ ରାଶ୍ୟାଧିପ ଚତୁର୍ଥକେନ୍ଦ୍ରରେ ଅବସ୍ଥାନ କରୁଥିବାରୁ ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ । କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ମିଳିବ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ସାମାଜିକ ସ୍ତରରେ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି । ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନର ଉତ୍ତର ବୁଝିବାର ସାହାଯ୍ୟ ମିଳିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ଭାଷା ଉପରେ ସଂଯମତା ରଖନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ଧନୁ – ଦିନଟି ପ୍ରେମଭାର ରହିବ । ରାଶିର ଚନ୍ଦ୍ରର ଅବସ୍ଥାନ ଯୋଗୁଁ ମାନସିକ ସ୍ତର ବହୁତ ଭଲ ରହିବ । ତଥାପି ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ । ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ । ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି କାରଣରୁ ପାଖ ମାଡିବେ ନାହିଁ । ଆର୍ଥିକ ସ୍ଥିତି ସମ୍ୟକ ମାନ୍ଦା ରହିପାରେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି । ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମକର – ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ଗତକାଲି ଠାରୁ ଯାହା କରିବା ସକଶେ ମନସ୍ଥ କରିଛନ୍ତି ସେଥିପାଇଁ ବନ୍ଧୁଙ୍କ କଥା ମାନିକାମ କଲେ ବହୁତ ଭଲ ହେବ । ମନ ଭିତରେ ଦୁଃଖ ରହିଥିଲେ ମଧ୍ୟ ହସି ହସି କହିବା କାରଣରୁ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଅସମର୍ଥିତ ସୂତ୍ରରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ – ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ଫ୍ରାଦନ କରିବା । ଆଜି ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି ସବୁ କାମ ଗୁଡିକ ଘାତ ପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସମ୍ଭାବନା ରହିଛି । କିନ୍ତୁ ଗୁରୁ ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ । ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ସ୍ଵାସ୍ଥ୍ୟରେ ଉନ୍ନତି ଘଟିପାରେ । ତଥାପି ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟମାନଙ୍କ ଅସହଯୋଗ, ଅସମ୍ମାନ ଦୁଃଖର ମାତ୍ରାକୁ ବଢ଼ାଇ ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ସାଇରାମ ।

ମୀନ – ଉତ୍ସାହର ସହିତ ସବୁ କାମ କରିବେ । ଚନ୍ଦ୍ରଙ୍କ ଦ୍ୱାଦଶସ୍ଥ ଶନି ଆପଣଙ୍କ ବିଚାର ଧାରାକୁ ପ୍ରଭାବିତ କରିପାରେ । ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ସହଯୋଗ ସମସ୍ୟାର ସରଳ ସମାଧାନ କରିବାରେ ସାହାଯ୍ୟ କରିବ । ଯାହାଦ୍ୱାରା ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ପାଇଁ ରାସ୍ତା ମିଳିଯିବା । ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମଗୁଡିକୁ ତ୍ୱରାନ୍ୱିତ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ । ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

Leave a Reply

Your email address will not be published. Required fields are marked *