03 ମାର୍ଚ 2020 ରାଶିଫଳ, ଆଜି ଏହି ସବୁ ରାଶିଙ୍କ ଉପରେ ମାହାଲକ୍ଷ୍ମୀ ହେଲେ ପ୍ରସନ୍ନ

ମେଷ – ଆତ୍ମୀୟ ଏବଂ ବନ୍ଧୁମାନଙ୍କ ସମର୍ଥନ ଯୋଗୁଁ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମ ସ୍ଥାନରେ ରବି ଓ ଶନିଙ୍କ ସ୍ଥିତି ଆପଣଙ୍କୁ ଅଯଥା ବଦ୍‌ନାମଜନିତ ନିନ୍ଦିତ କରାଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ । ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଅତ୍ୟନ୍ତ ଖୁସି ଅନୁଭବ କରିବେ । ଘରୋଇ ସରଞ୍ଜାମ ପାଇଁ ଧାର କରଜ କରିବାକୁ ବାଧ୍ୟ ହୋଇଯିବେ । ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ମଧ୍ୟ ରହିପାରେ । ପାରିବାରିକ କାର୍ଯ୍ୟ ହେତୁ, ଆପଣ ଅତୀତର ଦିନର ସ୍ମୃତିରେ ହଜିଯିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ବୃଷ – ବୟୋଜେଷ୍ଟଙ୍କୁ ସମ୍ମାନ ଦେବେ । ଉଚ୍ଚ ରାଶିରେ ଚନ୍ଦ୍ର ଥିବାରୁ ଆତ୍ମୀୟମାନଙ୍କ ସହଯୋଗ ଲାଭ କରି କାର୍ଯ୍ୟ ସାଧନ କରିବେ । ପ୍ରିୟ ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଗଲେ ପରେ ପସ୍ତେଇବେ । ବ୍ୟବସାୟୀରେ ଲାଭ କ୍ଷତି ପ୍ରାୟ ସମାନ ରହିବ । କର୍ମଜୀବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସ ଖୁସିରେ ଦିନଟି ବିତାଇବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ବରିଷ୍ଠ ଅଧିକାରୀଙ୍କ ସାନ୍ନିଧ୍ୟରୁ ଉଚ୍ଚ ପଦବୀକୁ ପଦୋନ୍ନତି ହୋଇପାରେ । କୌଣସି ସାମାଜିକ କିମ୍ବା ଆନୁଷ୍ଠାନିକ କାମରେ ଯୋଗଦେବେ । ଯେଉଁମାନେ ରାଜନୀତି କ୍ଷେତ୍ର ସହିତ ଜଡିତ, ସେମାନଙ୍କର ସମ୍ମାନ ବୃଦ୍ଧି ପାଇବ | ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ଦାମ୍ପତ୍ୟଜୀବନ ସୁଖରେ କଟିବା । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ ।

ମିଥୁନ – ଦିନଟି ଆପଣଙ୍କ କ୍ୟାରିଅର ଲାଗି ବହୁତ ଭଲ ରହିବ । ଚନ୍ଦ୍ର କେନ୍ଦ୍ରରେ ମଙ୍ଗଳ ରହିଥିବାରୁ ଅନ୍ୟମାନଙ୍କ ସାହାଯ୍ୟରେ କାମ ହାସଲ କରିପାରିବେ । ପରିସ୍ଥିତିକୁ ଦେଖି କାମ କରି ଚାଲିଲେ ଲକ୍ଷ୍ୟ ପୂରଣରେ ଅସୁବିଧା ରହିବ ନାହିଁ । ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲା ସମାଧାନ ହୋଇଯିବ । ବ୍ୟବସାୟୀମାନେ ଭଲ ବ୍ୟବସାୟ ହେବା କାରଣରୁ ଖୁସି ରହିବେ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ପାଖପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁଁ ହାତକୁ ନେଇଥିବା କାମଗୁଡ଼ିକ ସଂପନ୍ନ କରିବାରେ ଅସୁବିଧା ହେବ ନାହିଁ । ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ – ଜୀବନର ଲାଗି ରହିଥିବା ସଂଘର୍ଷର ସମାପ୍ତ ପାଇଁ ଭଲ ସମୟ । ଲାଭ ସ୍ଥାନରେ ରାଶ୍ୟାଧିପତି ଥିବାରୁ ଦୀର୍ଘଦିନରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବ । ଅଫିସ କାମରେ ରାଜ୍ୟ ବାହାରକୁ ଯାତ୍ରା କରିବାକୁ ପଡିପାରେ । ଆଜି କିଛି ଏଭଳି କାମ କରିବେ, ଯାହା ଦ୍ଵାରା ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ । ଚେଷ୍ଟା କରୁଥିବା କାମରେ, ମାଙ୍ଗଳିକ କାର୍ଯ୍ୟ, କଚେରି ମାମଲା, ଜମିଜମା ବିବାଦରେ ଉପକୃତ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ଜୀବନସାଥୀଙ୍କ ଠାରୁ ବିଶେଷ ସହଯୋଗ ମିଳିବ । ଶୁଭରଙ୍ଗ: ଆକାଶି ନୀଳ । ଆରାଧନା: ମାଆ ବିମଳା ।

ସିଂହ – ମନରେ ଆତ୍ମବିଶ୍ଵାସ ରଖନ୍ତୁ । ପାପପ୍ରଭାବରେ ମଙ୍ଗଳ ଯୋଗୁଁ ଅଯଥା ଚିନ୍ତା ନ କରି ବର୍ତ୍ତମାନ ସମୟର ପରିସ୍ଥିତିକୁ ସମ୍ମୁଖୀନ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଛୋଟିଆ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଆଜିର ଯାତ୍ରା ସମୟରେ, ବନ୍ଧୁ ମିଳନରେ, ସଭା ସମିତିରେ, ଆଗ୍ରହୀ ହୋଇ ପାରନ୍ତି । ପାରିବାରିକ ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ । ଘରେ ଶାନ୍ତି ଓ ସୁଖଦ ବାତାବରଣ ରହିବ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କନ୍ୟା – କୌଣସି ଖବର ପାଇ ମନ ବିଚଳିତ ହୋଇପାରେ । ଅର୍ଥ ନେଣେଦେଣେ ବ୍ୟାପାରରେ ସାବଧାନ ରହନ୍ତୁ । ଭାଗୀଦାରି କାରବାରରେ ଆଜି ପାଇଁ ଅର୍ଥ ନିବେଶ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ପରେ ସମସ୍ୟା ଲାଗି ରହିବା । ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହୋଇପାରନ୍ତି । କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି । ବାହନ ସାବଧାନତାର ସହ ଚଳାନ୍ତୁ । ମାନସକ ଅସ୍ଥିରତା କାରଣରୁ ପାରିବାରିକ ସ୍ତରରେ ଦୁର୍ଭାବନା ବଢି ବଢି ଚାଲିବ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଯାଈ ।

ତୁଳା – ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । କର୍ମାଧିପତି ରାଶିରେ ଥିବାରୁ ଆଜି ଯାହା କରନ୍ତୁ ନା କାହିଁକି ପ୍ରତ୍ୟେକ କାମ ଅଳ୍ପ ପରିଶ୍ରମରେ ସହଜରେ ସାଧିତ ହୋଇପାରିବ । ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମଟି ହଠାତ୍‌ ହୋଇଯିବ । ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ । ଉଚ୍ଚଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ରାଜନୀତି କାର୍ଯ୍ୟରେ ସଫଳତା ପାଇବେ । ପ୍ରକାଶନ କ୍ଷେତ୍ର, ରାଜନୈତିକ ସ୍ଥିତି, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବ ନାହିଁ । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ମନରେ ଅସନ୍ତୋଷ ସୃଷ୍ଟି କରିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ବିଛା – ମନ ପ୍ରଫୁଲ୍ଲ ରହିବ । ସ୍ଵଗୃହୀ ବୃହସ୍ପତିଙ୍କ ପ୍ରଭାବରେ କଠିନ ଶ୍ରମ ପରିପ୍ରେକ୍ଷୀରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ । ବିଭିନ୍ନ ଲୋକଙ୍କ ସହିତ ମିଶିବେ । କିଛି ନୂଆ କରିବା ଲାଗି ଚିନ୍ତା କରିବେ । ହୋଟେଲ ବ୍ୟବସାୟୀଙ୍କ ଲାଗି ଲାଭପ୍ରଦ ହେବ । ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ କ୍ରମଶ ଦୂରେଇ ଯିବ । ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ସଭାସମିତିରେ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମହାଜନୀ ଋଣ ପରିଶୋଧ କରିବା ସକାଶେ ବ୍ୟସ୍ତ ରହିପାରନ୍ତି । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ – ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା । ଦଶମ ସ୍ଥାନ ପାପଦୃଷ୍ଟି ବିବର୍ଜିତ ହେତୁ କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ବୃଦ୍ଧି କରିବାକୁ ଚେଷ୍ଟା କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ କିନ୍ତୁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ସଭାସମିତିରେ ସଫଳତା ହାସଲ କରିବେ । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ବାରମ୍ବାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ

ମକର – ପାରିବାରିକ ମାମଲାକୁ ନେଇ ଆପଣଙ୍କର ବ୍ୟସ୍ତତା ବଢ଼ିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । କାମକୁ ନେଇ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ଆର୍ଥିକ ଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ସାମାଜିକ କ୍ଷେତ୍ର କିମ୍ବା ସଭା ସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ନିଜ ଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖା ଦେବ । ଶରୀର ଭଲ ରହିବ ନାହିଁ । ଆୟଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କୁମ୍ଭ – ଆରାଧ୍ୟ ଦେବାଦେବୀଙ୍କ ଦର୍ଶନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଏକାଦଶସ୍ଥ ସ୍ଥାନରେ ଏକାଧିକ ଗ୍ରହ ଥିବା ଯୋଗୁଁ ସମସ୍ୟା ବହୁଳ ମଧ୍ୟରେ ଦିନଟି ଅତିବାହିତ କରିବାକୁ ପଡିପାରେ । ହିତାକାଂକ୍ଷୀଙ୍କ ପରାମର୍ଶରେ ସମସ୍ୟା କିଛି ମାତ୍ରାରେ ସୁଧାରି ଆସିପାରେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ଓ ବକୃତା କ୍ଷେତ୍ରରୁ ସୁଫଳ ମିଳିବ ଓ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଶ୍ରେୟସ୍କାର ଅନ୍ୟକୁ ମିଳିବ । ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବା କାରଣରୁ ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୂରନ୍ତୁ ନାହିଁ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ମୀନ – ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ବଳବାନ ରାହୁ ଓ କର୍ମସ୍ଥ ଗ୍ରହପ୍ରଭାବରେ ପ୍ରତ୍ୟେକ ବିଷମ ପରିସ୍ଥିତିରେ ମଧ୍ୟ ସାହସିକତାର ପରିଚୟ ଦେଇ ପ୍ରଶଂସିତ ହେବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ସାମାଜିକ ସ୍ତରରେ ବହୁଲୋକ ଗହଣରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ସହ ଚାକିରିରେ ପଦନ୍ନୋତିର ସମ୍ଭାବନା ରହିଛି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । କୋର୍ଟ କଚେରୀ, ମାଲିମୋକଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ଅପରାହ୍ନେ କୌଣସି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *