14 ଫ୍ରେବୃଆରୀ 2020 ଶୁକ୍ରବାର ରାଶିଫଳ – ଆଜି ଏହି ସବୁ ରାଶିଙ୍କୁ ମିଳିବ ପ୍ରକୃତ ପ୍ରେମ

ମେଷ – ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ । ସପ୍ତମସ୍ଥ କେନ୍ଦ୍ରରେ ଚନ୍ଦ୍ର ଯୋଗୁ ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟୀମାନେ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗୁଁ ବନ୍ଧୁ ଓ ପରିବାରବର୍ଗରେ ପ୍ରଶଂସିତ ହେବେ । ସଫଳତା ଏବଂ ଲୋକସମ୍ପର୍କ ଯୋଗୁଁ ଆତ୍ମସନ୍ତୋଷ ମିଳିବ । ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ମନୋମାଳିନ୍ୟଜନିତ ବିବାଦ ବଢ଼ିପାରେ । ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ପରେ ଅନୁତାପ କରିବାକୁ ପଡ଼ିପାରେ । ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବୃଷ – ଆର୍ଥିକ ଲାଭ ପାଇଁ ଶୁଭ ଦିନଟିଏ । କର୍ମଭାବରେ ରବି ଓ ବୁଧ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ଥ ଲୋକମାନେ ମଧ୍ୟ କ୍ରମଶଃ ପାଖେଇ ଆସୁଥିବାର ଲକ୍ଷ୍ୟ କରିବେ । ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । କିନ୍ତୁ ପରିବହନ ସମସ୍ୟା ବହୁଳ ହୋଇପାରେ । ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ରାଜନୀତି ଉପରିସ୍ଥ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ହୋଇପାରେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଆପଣଙ୍କ ପକ୍ଷରେ ରହିବ । ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁଁ ମଉଜ ମଜଲିସରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ଅମ୍ବିକା ।

ମିଥୁନ – ଦିନଟି ଆପଣଙ୍କ ଲାଗି ମହତ୍ତ୍ୱପୂର୍ଣ୍ଣ ରହିବ । ଚନ୍ଦ୍ର ଶତ୍ରୁଗୃହୀ ହେତୁ ଆଜିର ଆଲୋଚନାରେ ବିତର୍କର ସମ୍ଭାବନା ରହିଛି । କିନ୍ତୁ ପୁନର୍ବସୁ ନକ୍ଷେତ୍ର ଯୋଗୁଁ କାମ ହାସଲ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଆୟ ବୃଦ୍ଧି ସଙ୍ଗେ ସଙ୍ଗେ କର୍ମ ଓ ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ । ନୂଆ କାମର ଯୋଜନା କରିପାରନ୍ତି । ଅଫିସରେ ସିନିୟରଙ୍କ ସହଯୋଗ ପାଇବେ । ଘରକୁ କୌଣସି ସମ୍ପର୍କୀୟ ଶୁଭ ସମାଚାର ନେଇ ଆସିବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ଜଗନ୍ନାଥ ।

krishna

କର୍କଟ – ପ୍ରତିଟି କାର୍ଯ୍ୟରେ ବହୁତ କଷ୍ଟରେ ସଫଳତା ପ୍ରାପ୍ତି କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । କିନ୍ତୁ କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ନିଜ କାର୍ଯ୍ୟକୁ ନେଇ କୈଫତ ଦେବକୁ ପଡିବ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସ୍ଵଗୃହୀ ଶନି ସପ୍ତମସ୍ଥ ହେତୁ ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ସିଂହ – ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ । ବ୍ୟବସାୟ ମାମଲାରେ ଆପଣ ଯାତ୍ରା କରିବେ । ଦୀର୍ଘ ଦିନରୁ ମନରେ ଥିବା ଆଶା ପୂରଣ ହେବ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି । ସରକାରୀ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ଶୁଭ ଖବର ମିଳିବ । ରାଜନୀତିରେ ସଫଳତା ମିଳିବ । ନୂଆ ଘର ବା ଭୂସମ୍ପତ୍ତି କିଣିବା ପାଇଁ ଯୋଜନା କରିବେ । ମଘା ନକ୍ଷତ୍ରର ସାଧାରଣ କଥାରେ ବନ୍ଧୁ ମାନଙ୍କ ସହ ମାନମାନାନ୍ତର ଦେଖା ଦେଇପାରେ । ରାତନ ରୋଗର ଉପସମ । ଶୁଭରଙ୍ଗ: କଫି । ଆରାଧନା: ମାଆ ବିରଜା ।

କନ୍ୟା – ଜକୁ ଊର୍ଜାବାନ ଅନୁଭବ କରିବେ । ଉତରାଫାଲ୍‌ଗୁନୀ ନକ୍ଷତ୍ର ଯୋଗୁଁ ଶୁଭକାର୍ଯ୍ୟରେ ଯୋଗ ଦେବା ସଙ୍ଗେ ସଙ୍ଗେ ବସ୍ତ୍ରଭୂଷଣ ଲାଭ କରିପାରନ୍ତି । ସାମାଜିକ ସମାରୋହରେ ସହଭାଗିତା କରିବାରେ ସୁଯୋଗ ମିଳିବ । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ପାରିବେ । ଅଫିସରେ କୌଣସି ନୂଆ ଦାୟିତ୍ଵ ମିଳିବ । ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ କିମ୍ବା ସମର୍ଥକମାନଙ୍କ ଶୁଭ କାମନାରୁ ଖୁସି ରହିବେ । ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ । ନିଜ ନିଜର ସ୍ଵାର୍ଥକୁ ଗୁରୁତ୍ୱ ଦେଇ ଆତ୍ମୀୟମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ଦାଂପତ୍ୟ ଜୀବନ ବଢ଼ିଆ ରହିବ ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

hanumann

ତୁଳା – ଆପଣଙ୍କ ନିଜ ଲକ୍ଷ ପ୍ରାପ୍ତି କରିବାରେ କେହି ଅଟକାଇ ପାରିବେ ନାହିଁ । ବିଶାଖା ନକ୍ଷତ୍ରର ଆଜି ଦିନସାରା ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବିଶେଷ ମାମଲାରେ ସମାଧାନ ଶୀଘ୍ର ମିଳିଯିବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ । ରାଜନୀତି, ପ୍ରଶାସନ, ସଭାସମିତି ପାଇଁ ଦିନଟି ଅନୁକୂଳ ରହିବ । ବେକାର ଥିବା ଯୁବକ ଯୁବତୀଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ । ପାରସ୍ପରିକ ସହୃଦୟତା କାରଣରୁ ପାରିବାରିକ ଜୀବନ ମଧ୍ୟ ପ୍ରୀତିପ୍ରଦ ରହିବ । ଜୀବନସାଥୀଙ୍କ ସହିତ ନିକଟ ସମ୍ପର୍କୀୟଙ୍କ ଘରକୁ ଯିବାକୁ ସ୍ଥିର କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଦେବ ।

ବିଛା – ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଏକାଧିକ ଗ୍ରହ ପ୍ରଭାବରୁ ଧର୍ମକାର୍ଯ୍ୟ, ବନ୍ଧୁମିଳନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତିରୁ ସଫଳତା ମିଳିବ । କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରିବା ନିହାତି ଆବଶ୍ୟକ । ବ୍ୟବସାୟରେ ଲାଭ ନହେଲେ ମଧ୍ୟ କ୍ଷତି ହେବ ନାହିଁ । ତେଣୁ ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ । ଅଫିସରେ ଦିନଟି ପ୍ରସନ୍ନତାଭରା ରହିବ । ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଅବହେଳିତ ଲୋକଙ୍କ ସହ ମିଳାମିଶା କରି ହଇରାଣ ହେବେ । ବିବାଦୀୟ ଘଟଣାରୁ ଦୂରେଇ ରୁହନ୍ତୁ । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିବ, ଅର୍ଦ୍ଧାଙ୍ଗିନୀ ଠାରୁ ଉପହାର ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

ଧନୁ – ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ଚେଷ୍ଟା ନିଷ୍ଫଳ ହେବ ନାହିଁ । ହସ୍ତା ନକ୍ଷତ୍ର କନ୍ୟା ରାଶି ପ୍ରତିବନ୍ଧକ ମଧ୍ୟ ଦେଇ ଚଳିବାକୁ ପଡ଼ିବାର ଆଶଙ୍କା ରହିଛି । ମନରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କବିତର୍କ ହେତୁକ ମନ ସାମୟିକ ଭଲ ରହି ନ ପାରେ । ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ପୂର୍ଣ୍ଣତଃ ଆରୋଗ୍ୟଲାଭ କରି ନ ପାରନ୍ତି । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । କଳା, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

sai

ମକର – ହଠାତ୍‌ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇ ପାରେ । ରାଶିରେ ପାପଗ୍ରହ ଓ ଦ୍ୱିତୀୟସ୍ଥ ବୁଧ ଆପଣଙ୍କୁ ଅପ୍ରିୟସତ୍ୟ କଥା କୁହାଇ ସମସ୍ୟା ଓ ସମ୍ପର୍କକୁ ନଷ୍ଟ କରିପାରନ୍ତି । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ବ୍ୟବସାୟ ମାନ୍ଦା ରହିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ କିନ୍ତୁ କୌଣସି ଘନିଷ୍ଟ ବନ୍ଧୁଙ୍କ ଠାରୁ ହଠାତ କରଜ କରିବାକୁ ପଡିପାରେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା କରିବେ । ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ପଛରେ ବିଭିନ୍ନ ପ୍ରକାରର କଟୁ କଥା କହିବେ । ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ – ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । ଅଭାବ ଅସୁବିଧା ଥିଲେ ମଧ୍ୟ ଶୁକ୍ରଙ୍କ ଯୋଗୁ ଆପଣଙ୍କ ସୁଖମୟ ଜୀବନର ଦିନଚର୍ଯ୍ୟା ବାଧାପ୍ରାପ୍ତ ହେବନାହିଁ । କର୍ମକ୍ଷେତ୍ର ପ୍ରତି ଶନି ଓ ରାହୁଙ୍କ କୁପ୍ରଭାବଜନିତ ସମସ୍ୟା ଓ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ତଥାପି ବିଭ୍ରାନ୍ତ ହୁଅନ୍ତୁ ନାହିଁ, ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ଚନ୍ଦ୍ର ପ୍ରଭାବରେ ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି କାର୍ଯ୍ୟ ହାସଲ କରିନେବେ । ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ । ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ । ଆପଣଙ୍କୁ ଚାକିରି ମିଳିବା ଯୋଗ ରହିଛି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଅମ୍ବିକା ।

ମୀନ – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ବୃହସ୍ପତି ପାପଗ୍ରହଯୁକ୍ତ କାରଣରୁ ଉଦ୍ୟମ ସଫଳ ଦିଗରେ ଜଣେ କୃଷ୍ଣବର୍ଣ୍ଣର ବ୍ୟକ୍ତି ସାହାଯ୍ୟ କରିବେ । ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟଦା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ । ବାଦ-ବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇ ପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *