13 ଫ୍ରେବୃଆରୀ 2020 ଗୁରୁବାର – ଏହି 4 ଟି ରାଶି ଉପରେ ମା ଲକ୍ଷ୍ମୀ ହେଲେ ପ୍ରସନ୍ନ

ମେଷ – ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ । ବ୍ୟର୍ଥ ଚିନ୍ତାରୁ ଆପଣଙ୍କ ମୁକ୍ତି ମିଳିବ । ରାଶିଚକ୍ରର ଉତ୍ତରାର୍ଦ୍ଧରେ ଅଧିକାଂଶ ଗ୍ରହ ରହିଥିବା ଯୋଗୁଁ ମଧ୍ୟାହ୍ନ ପରେ ପ୍ରତ୍ୟେକ କାମରେ ଶୁଭଫଳ ମିଳିବ । ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଅଫିସର ସୁସ୍ଥ ବାତାବରଣ ମନକୁ ଆନନ୍ଦିତ କରିବ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ । ସାଧାରଣ ତର୍କଜନିତ ବିବାଦରୁ ଦୂରେଇ ରହିବା ଭଲ ହେବ । ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ନଚେତ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ହନୁମାନ ।

ବୃଷ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ ରହିବ । ଚନ୍ଦ୍ର ଓ ଶୁକ୍ରଙ୍କ ସୁପ୍ରଭାବରୁ ଆଜି ଯାହା କରିବେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗର ମିଳିବ । କାମକୁ ଅତିଶୀଘ୍ର ଶେଷ କରିବା ଲାଗି ନୂଆ ଉପାୟ ମିଳିବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ ।କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହିଛି । ଅଫିସରେ ଉଚ୍ଚାଧିକକାରୀଙ୍କ ସହଯୋଗ ମିଳିବ । ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ । ଜୀବନସାଥୀଙ୍କ ପରାମର୍ଶ ଆଗକୁ ବଢ଼ିବାରେ ସହାୟକ ହେବ । ଜରୁରୀ ସାମଗ୍ରୀ କିଣିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ – ଦିନଟି ଶୁଭଫଳ ପ୍ରଦାନ କରିବ । କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଅର୍ଥ, ବନ୍ଧୁଙ୍କ ସହ ଯୋଗାଯୋଗ, ଆଦର ଅଭ୍ୟର୍ଥନାଦି ପ୍ରାପ୍ତ କରାଇବ । କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ । ବ୍ୟବସାୟରେ ଶୀଘ୍ର ଫଇସଲା ଲାଭପ୍ରଦ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଚାକିରି କରୁଥିବା କର୍ମଜୀବୀଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଆନୁଷଙ୍ଗିକ ସାହାଯ୍ୟ ମଧ୍ୟ ପାଇବେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ନଚେତ ସମସ୍ୟାର କାରଣ ହୋଇପାରେ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା କପିଳାସ ।

krishna

କର୍କଟ – ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚା ରହିବ । ଶୁକ୍ର ଓ ଚନ୍ଦ୍ରଙ୍କ ପାରସ୍ପରିକ ଦୃଷ୍ଟି ପ୍ରଭାବରେ ଧର୍ମକାର୍ଯ୍ୟ, ଫଳପ୍ରଦ ଆଲୋଚନା, ସୁସମ୍ପର୍କ ସୃଷ୍ଟି ଓ ଅଭିଳଷିତ ଫଳ ପାଇବେ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ରହିବ । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । ଅଫିସରେ ପରିଶ୍ରମ ଅଧିକ ହେଲେ ମଧ୍ୟ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ । ଅଚାନକ ଧନପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ସମ୍ଭାବନା ରହିଛି । ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ । ପୈତୃକ ସମ୍ପତ୍ତି ପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । କୋର୍ଟ କଚେରୀ ମାମଲାର ଶୁଣାଣି ବିଳମ୍ବ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ – ମନରେ ଦ୍ଵନ୍ଦ ରହିବ, କିନ୍ତୁ ବ୍ୟବହାର ମଧୁର ରହିବ । ଆପଣଙ୍କୁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । କଳା, ସାହିତ୍ୟ, ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ । ସାଙ୍ଗଠନିକ କାର୍ଯ୍ୟ, ସଭା ସମିତି, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବିଷ୍ଣୁ ।

କନ୍ୟା – ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି । ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ । କମ୍ପାନୀରେ ଚାକରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହୋଇପାରେ । ବ୍ୟବସାୟରେ ପୂର୍ଣ୍ଣ ସଫଳତା ହାସଲ କରିବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମଧାନ ହୋଇଯିବ । ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ । ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କ ଠାରୁ ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା ଆଶଙ୍କା ରହିଛି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

hanumann

ତୁଳା – ଆପଣଙ୍କ ମନରେ ବିଭିନ୍ନ ଚିନ୍ତା ସୃଷ୍ଟି ହେବ । କଳା,ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରତିଯୋଗିତାଦି କ୍ଷେତ୍ରରେ ସଫଳତା ମିଳିପାରେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଚାକିରିଆଙ୍କୁ ଭଲ ଖବର ମିଳିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଅସୁବିଧା ଉତ୍ପନ୍ନ ହେବ ନାହିଁ । ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ବିଛା – କିଛି ଲୋକ ଆପଣଙ୍କ ବ୍ୟକ୍ତିତ୍ଵ ଉପରେ ପ୍ରଭାବିତ ହେବେ । ବ୍ୟବସାୟ ମାମଲାରେ ଦିନଟି ବଢ଼ିଆ । ଉଧାର ଦେଇଥିବା ପଇସା ମିଳିବାର ଆଶା ରହିଛି । କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । କଳା, ସାହିତ୍ୟ ଓ ରାଜନୀତି, ଆଲୋଚନା, ସଭାସମିତି ପ୍ରଭୃତି କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଆଜି ଦିନଟି ବନ୍ଧୁମିଳନ, ମୂଲ୍ୟବାନ୍‌ ଜିନିଷ କ୍ରୟ, ଭ୍ରମଣ ରାଜନୀତି ପାଇଁ ଭଲ । କଠୋର ଶ୍ରମଜନିତ ସ୍ଵାସ୍ଥ୍ୟରେ ଅବନ୍ନତି ଘଟିବା ଆଶଙ୍କା ରହିଛି । ପୁରୁଣା କଥା ଦାଂପତ୍ୟ ଜୀବନକୁ ମଧୁରମୟ କରିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

ଧନୁ – ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ରହିବ । କେତୁ ଯୁକ୍ତ ମଙ୍ଗଳ ପ୍ରଭାବରୁ ଯେ କୈାଣସି କ୍ଷେତ୍ରରେ ହେଉନା କାହିଁକି, ଠିକ୍‌ ନିଷ୍ପତି ନେବାରେ ସମସ୍ୟା ଦେଖାଦେଇପାରେ । ଅନ୍ୟମାନଙ୍କ ସହିତ ଲାଗି ରହିଥିବା ତିକ୍ତତା ଦୂର ହେବ । କୌଣସି ପ୍ରାଇଭେଟ୍‌ କମ୍ପାନୀରେ ଚାକିରି ମିଳିବାର ସୂଚନା ପାଇବେ । କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା କ୍ରମଶଃ ବୃଦ୍ଧି ପାଇବ । ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି । ନିର୍ମାଣ କାର୍ଯ୍ୟ ଅଟକିଜାଇ ପାରେ । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି । ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

h3

ମକର – ଅସଫଳତା କାରଣରୁ ମନରେ ଅଶାନ୍ତି ରହିଥିଲେ ମଧ୍ୟ ସର୍ବସାଧାରଣ କଥାରେ ନିଜର ମତପୋଷଣ କରିବା କଷ୍ଟକର ହେବ । ଶନି ଓ ରାହୁଙ୍କ ଷଡାଷ୍ଟକ ସ୍ଥିତି ଜନିତ ସତର୍କତାର ସହ କାମ କରନ୍ତୁ, ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ । ପୂର୍ବ ସ୍ଥିତିରୀକୃତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ । ଆଲୋଚନା ପରିସରରେ ନୀରବତା ଅବଲମ୍ବନ କରି ବନ୍ଧୁ କହୁଥିବା କଥାର ସତ୍ୟତାକୁ ଉପଲବ୍‌ଧି କରପାରିିବେ । ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ବ୍ୟବସାୟରେ ନିଜର ଭାବମୂର୍ତ୍ତି ପ୍ରଦର୍ଶନ କରିବାକୁ ଯାଇ ଅପମାନିତ ହୋଇପାରନ୍ତି । ଅଫିସରେ କାର୍ଯ୍ୟଭାର ଅଧିକ ହେବ ସଙ୍ଗେ ସଙ୍ଗେ ଆପଣଙ୍କ କାର୍ଯ୍ୟକୁ ସହକର୍ମୀଙ୍କ ବିରୋଧୀ ମନୋଭାବ ମନରେ ତିକ୍ତତା ସୃଷ୍ଟି କରିବ । ସ୍ଵାସ୍ଥ୍ୟକୁ ଚିନ୍ତିତ ରହିବେ । ଧନହାନି ଏବଂ ମାନହାନି ହୋଇପାରେ । କାଗଜପତ୍ର କାର୍ଯ୍ୟରେ ବିଶେଷ ସାବଧାନ ରୁହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ – ଆଧ୍ୟମିତ୍କ ଭାବନାରେ ଅଧିକ ସମୟ ବିତିବ । ଦ୍ୱିତୀୟସ୍ଥ ଶୁକ୍ରଙ୍କ ପ୍ରଭାବରୁ ବହୁତ ହସ ଖୁସୀରେ ଦିନଟି ଅତିବାହିତ ହେବ । ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ ପାଇଁ ପ୍ରୟାସ କରିବେ । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ମିଳିବ । ଚାକିରୀ କ୍ଷେତ୍ରରେ ପ୍ରଭାବ ବଢିବ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରହିବ, ଯାହାଫଳରେ ସ୍ଥାନ ଓ ସ୍ଥିତି ସୁଦୃଢ ରହିବ । ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ନୂତନ ଜିନିଷ କ୍ରୟ କରିବା ସକାଶେ ପାଇଁ ମନ ବଳିବ । ଜବନସାଥୀଙ୍କ ପରାମର୍ଶରେ ଆପଣଙ୍କୁ ଲାଭ ହେବ, ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ମୀନ – ନିଜ କାର୍ଯ୍ୟରେ ମନୋନିବେଶ କରନ୍ତୁ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଆନୁଷ୍ଠାନିକ କାମ କିମ୍ବା ସଭାସମିତିରେ ବନ୍ଧୁମାନଙ୍କ ଦ୍ୱାରା ଆଦରଣୀୟ ରହିବେ । ଅଫିସରେ ସହକର୍ମୀର ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ରାଜନୈତିକ ପ୍ରଭାବ ବୃଦ୍ଧି ହେବ । ଜମିଜମା କାରବାର, କଳ, କାରଖାନା, ହୋଟେଲ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ଦାମ୍ପତ୍ୟ ଜୀବନ ଖୁସିଭରା ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *