07 ଫ୍ରେବୃଆରୀ 2020 ଶୁକ୍ରବାର – ରାଶିଫଳ – ଏହି ସବୁ ରାଶିଙ୍କର ଆଜିଠୁ ଭଲ ଦିନ ଆରମ୍ଭ

ମେଷ ରାଶି : ଆଜି ଆପଣଙ୍କର କାର୍ଯ୍ୟରେ ପ୍ରଶଂସା ମିଳିବ , ଆପଣ ମୌସୁମୀ ଯୋଗୁଁ ଟିକିଏ ଶୀଥିଳତା ଅନୁଭବ କରିବେ । ଏଥିପାଇଁ ନିଜ ଆହାରକୁ ବିଶେଷ ଧ୍ୟାନ ଦିଅନ୍ତୁ , ଓ ଯୋଗ କରନ୍ତୁ , ବ୍ୟବସାୟରେ କରାଯାଈଥିବା କାର୍ଯ୍ୟ ଲାଭଦାୟୀ ପରିଣାମ ମିଳିବ । କିଛି ମହତ୍ତ୍ୱପୁର୍ଣ୍ଣ ଅଭିଳାଷାର ପୁର୍ତ୍ତି ଆସାର ହେଉଛି , ଆପଣ କିଛି କହିବା ପୁର୍ବରୁ ଥରେ ଭାବିନିଅନ୍ତୁ । ନହେଲେ ବିବାଦ ହୋଇପାରେ , ସନ୍ତାନ ସୁଖ ମିଳିବାର ସଂମ୍ଭାବନା ଅଛି ।

ବୃଷ ରାଶି : ଆଜି ଆପଣଙ୍କ ଘରେ କେଉଁ ଧାର୍ମିକ ସମାରୋହ ହୋଇପାରେ । ଯଦି ଆପଣ କେଉଁଠି ନିବେଶ କରୁଛନ୍ତି ତେବେ ପ୍ରଥମେ ଆଉଥରେ ବିଚାର କରିନିଅନ୍ତୁ , କିଛି ମାମୁଲି ମୁଦ୍ଧାରେ ଘରୋଇ ମୋର୍ଚ୍ଚାର ଅସୁବିଧା ଦେଖାଯାଇପାରେ , ଆଲସ୍ୟ, ଥକାପଣ, ଅସୁସ୍ଥ୍ୟତା ଅନୁଭବ କରିବେ , ଆପଣ୍ କେଉଁ ବଡ ଦାୟିତ୍ୱ ନେବାର ଯୋଗ ଅଛି , ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କୁ କିଛି ବଡ ଦାୟିତ୍ୱ ମିଳିବାର ଯୋଗ ଅଛି , ଏକାଗ୍ର ହୋଇକରି କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଲିବାର ଯୋଗ ହେଉଛି ।

ମିଥୁନ ରାଶି : ଅଟକିଥିବା କାମ ଆଜି ପୁରା ହୋଇଯିବ , କାର୍ଯ୍ୟକ୍ଷେତ୍ରରେ ନୁଆ ପ୍ରୟୋଗ କିମ୍ବା ଅଧିକା ଧନ ଲଗାଇବାରେ ବଞ୍ଚନ୍ତୁ , ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସମୟ ଭଲ ଅଛି , ଆପଣଙ୍କ ଜୀବନସାଥୀଙ୍କ ରୋଗ ସ୍ୱାସ୍ଥ୍ୟର ଚିନ୍ତା ଏକ ପ୍ରମୁଖ କାରଣ ହୋଇପାରେ , ନୁଆ ନିବେଶରେ ପୁରା ଭାବେ ବଞ୍ଚନ୍ତୁ , ଭଲ ରହିବ । କିଛି କାମରେ ପ୍ରତିରୋଧ ଆସିପାରେ , କିଛି ଲୋକ ନିଜ ପରିଶ୍ରମ ଓ ଫଳାଫଳକୁ ନେଇ ଅସନ୍ତୁଷ୍ଟ ରହିବେ । ଆପଣଙ୍କ ନ୍ୟାୟାଳୟରେ ଲାଭ ମିଳିବ ।

କର୍କଟ – ଆପଣଙ୍କ ମିଷ୍ଟ ବ୍ୟବହାର ଆପଣଙ୍କୁ ଯଥେଷ୍ଟ ଲାଭ ଆଣିଦେବ । ଆଜି ଶନିପ୍ରଭାବରେ ଅପେକ୍ଷାକୃତ ଅସୁବିଧା ଭୋଗିଲେ ମଧ୍ୟ ଅର୍ଥଲାଭ କରିବା ସଙ୍ଗେ ସଙ୍ଗେ କାମ ମଧ୍ୟ ଅଟକିବ ନାହିଁ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହୋଇପାରନ୍ତି । କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭଦ୍ରକାଳୀ ।

ସିଂହ – ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ । ପାପଗ୍ରହ ପ୍ରଭାବରୁ ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଗୋଷ୍ଠୀ ଓ ଈର୍ଷାପରାୟଣ ବ୍ୟକ୍ତିମାନେ ନିନ୍ଦା ଓ ଅପମାନିତ କରିପାରନ୍ତି । ଅଯଥା ତର୍କବିତର୍କ କରନ୍ତୁ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟା ଦେଖା ଦେଇପାରେ । ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ସହ ଶ୍ରତ୍ରୁତା ହୋଇପାରନ୍ତି । ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ । ତରବରିଆ ଭାବରେ କୌଣସି କାମ ନ କରି ପରିସ୍ଥିତିକୁ ଆଖିଆଗରେ ରଖି କାମ କରିଲେ ଭଲ ହେବ । ଆପଣ ଭାବିଥିବା କୌଣସି କାମ ପୂରା ହୋଇପାରେ । କୌଣସି ବ୍ୟକ୍ତି ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ । ଜୀବନସାଥଙ୍କ ଠାରୁ ସୁନ୍ଦର ଉପହାର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା – ଆତ୍ମା ବିଶ୍ଵାସ ଦୃଢ଼ ରହିବ । ଚନ୍ଦ୍ରଙ୍କ କୋଣଭାବରେ ଶୁକ୍ର ହେତୁ ମନ ଅନୁଯାୟୀ କାମ ହାସଲ କରିବାରେ ଅସୁବିଧା ହେବନାହିଁ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ଜୟଯୁକ୍ତ ହେବେ ଓ ଆଶା ମୁତାବକ ଫଳ ପାଇବେ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ପରିବାରରେ ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତି ଅନୁଭବ କରିପାରନ୍ତି । ସ୍ଵାର୍ଥସାଧନ ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

ତୁଳା ରାଶି : ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ , ଅଫିସ୍ ଓ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅଧିକା କାମ ମିଳିପାରେ , ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦେବା ବହୁତ ଜରୁରୀ ଅଟେ, କିଛି ଆର୍ଥିକ ଅସୁବିଧା ଆପଣଙ୍କୁ ସାମ୍ନା କରିବାକୁ ପଡିପାରେ , ଭାଗ୍ୟ ଉପରେ ନିର୍ଭର କରନ୍ତୁ ନାହିଁ , ଓ ନିଜ ସ୍ୱାସ୍ଥ୍ୟକୁ ସୁଧାରିବାକୁ ଚେଷ୍ଟା କରନ୍ତୁ , କାରଣ ଭାଗ୍ୟ ନିଜେ ବହୁତ ଆଳସୀ ହୋଇଥାଏ , ଯଦି ଆପଣ ନିଜ ଭାବନାକୁ ବୁଝାମଣା କରିବେ , ତେବେ ଆପଣଙ୍କୁ ଯିଏ ଯାହା କହିବ ତାକୁ ସଠିକ୍ ତରିକାରେ କୁହନ୍ତୁ ।

ବିଛା ରାଶି : ପଦୋନ୍ନତି କିମ୍ବା ବେତନ ବୃଦ୍ଧିରେ ପ୍ରାପ୍ତି ହେବ , ଖାଲି ଆପଣଙ୍କୁ ପରିଶ୍ରମ କରିବାର ଅଛି , ଛାତ୍ର ନିଜେ ଯୋଗ୍ୟତା ଅନୁସାରେ ଏବଂ ବୁଦ୍ଧିମତାର ଆଧାରରେ ସଫଳତା ପ୍ରାପ୍ତି କରିବେ , ଘର ସହ ଭଲ ତାଳମେଳ ରହିବ , ଏହି ଦିନ ଆପଣଙ୍କ ପାଇଁ ଉତ୍ତମ ଅଛି , ଫଳର ଚିନ୍ତା କରନ୍ତୁ ନାହିଁ । ଯଦି ଆପଣ ବିଦ୍ୟାର୍ଥି ଅଛନ୍ତି ତେବେ ପାଠ ପଢାରେ ମନ ଦିଅନ୍ତୁ , କେଉଁ ସହଜ ରାସ୍ତାରେ ଚାଲିବା ଭାବନାକୁ ନେଇ ଆପଣଙ୍କୁ ଅଳସୁଆ କରିଦେଇପାରେ , ଆପଣଙ୍କ ରାଶିରେ ଯାତ୍ରା ଯୋଗ ରହୁଛି  ।

ଧନୁ ରାଶି : ଏକେଲା ଲୋକ ପସନ୍ଦର ସାଥୀ ଖୋଜିବେ , ନିଜ ଯୋଗ୍ୟତାକୁ ପ୍ରମାଣିତ କରିବାପାଇଁ ବଢିଆ ଅବସର ସୁଚାରୁ ରୁପେ ଲାଭ ଉଠାଇବେ , ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ,  ପ୍ରେମର ମାମଲାରେ ଚିନ୍ତା କରିବା ଭଲ ହେବ ନାହିଁ , ପଇସାକୁ ନେଇକରି ପାର୍ଟନର ସହ ଭୁଲ୍ ବୁଝାମଣା ହୋଇପାରେ,  ବ୍ୟବସାୟର ନୁଆ ଅବସର ମିଳିବ , ଛାତ୍ର ଶିକ୍ଷାରେ ଉନ୍ନତି କରିବେ , ବହୁତ ମାମଲାରେ ବହୁତ ବ୍ୟବହାରିକ ରହିବେ ।

ମକର:-ରାଜନୀତି କ୍ଷେତ୍ରରେ ସେବାକାରୀ ମାନଙ୍କ କଠିନ ପରିଶ୍ରମ ଦ୍ଵାରା ଯଶମାନ ସମ୍ମାନ ମିଳିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସନ୍ତାନଙ୍କ ଉନ୍ନତି ଚିନ୍ତାରେ ମାନସିକ ଶାନ୍ତି ପାଇବେ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ନୂତନପନ୍ଥା ଅନୁସରଣ କରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ବ୍ୟବସାୟରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିତିକୁ ନିଜ ତରଫରେ ନେଇ ପ୍ରଶଂସା ପାଇବେ। ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଉତ୍ସାହ ବଢିବ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ପାରିବାରିକ କ୍ଷେତ୍ରରେ କିଛି ଅସୁବିଧା ଥିଲେ ସମାଧାନ କରି ପାରିବେ ଓ ଶାନ୍ତି ବିରାଜମାନ କରିବ। ରୋଜଗାର ସମସ୍ୟା ସୁଧୁରି ଯିବ। ରାଜନୀତି କ୍ଷେତ୍ରରେ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳି ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆଗ୍ରହ ବଢିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:- ସହାବସ୍ଥାନର ନିରାପଦ ବଳୟ ଭିତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ। ଶିକ୍ଷାର୍ଥୀ ମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ। ହାତକୁ ନେଇଥିବା କାର୍ଯ୍ୟପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। ପରିବାରରେ ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *