14 ଡିସେମ୍ବର 2019 : ଶନିବାର ରାଶିଫଳ – ଆଜିଠାରୁ ଏହିସବୁ ରାଶିଙ୍କ ଉପରେ ଶନିଦେବ ହେବେ ପ୍ରସନ୍ନ

ମେଷ : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ । ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକରେ ଆଜି ବୃଦ୍ଧି ହେବ। ବ୍ୟବସାୟ ଏବଂ ବ୍ୟାପାରରେ ମଧ୍ୟ ବାତାବରଣ ଅନୁକୂଳ ରହିବ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ଜୀବନରେ ଆନନ୍ଦର ମାତ୍ରା ବଢ଼ିବ। ମଧ୍ୟାହ୍ନ ପରେ ଆପଣଙ୍କ ବିଚାରରେ ନକାରାତ୍ମକତା ଚିନ୍ତା ଅଧିକ ରହିବ। ଶେୟାର ବ୍ୟବସାୟରେ ସମ୍ଭାଳିକରି ନିବେଶ କରିବେ।

ବୃଷ : ଆଜି ଆପଣ ନମ୍ରତାର ସହିତ ବ୍ୟବହାର କରନ୍ତୁ ଏବଂ ନିଜ ପ୍ରିୟଜନ ମାନଙ୍କ ସହିତ ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତୁ ସେମାନେ ଆପଣଙ୍କୁ ଆପଣଙ୍କର ବ୍ୟବହାର ପାଇଁ ଧନ୍ୟବାଦ ଦେବେ ଆଜି ଆପଣ ଅନୁଭବ କରିବେ । ଦିନ ସୁଖ-ଶାନ୍ତିପୂର୍ବକ କଟିବ। କପଡ଼ା ଏବଂ ଗହଣା କ୍ରୟ କରିପାରନ୍ତି। କଳା ପ୍ରତି ଅଭିରୁଚି ରହିବ। ବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ। ଧନ ସମ୍ବନ୍ଧିତ ବିଷଗୁଡ଼ିକରେ ସରଳତା ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ସ୍ୟାସ୍ଥ୍ୟ ଭଲ ରହିବ। ବ୍ୟବସାୟର ବାତାବରଣ ଭଲ ରହିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ।

ମିଥୁନ : ଆଜି ଆପଣଙ୍କୁ ନିଜର ବୁଝା ଶୁଣା ଏବଂ ଚ଼ତୁରତାକୁ ପରଖିବାକୁ ହେବ ।କିଛି ଲୋକ ନିଜର ସୀମାକୁ ଲାଙ୍ଘି ଆପଣଙ୍କର ଅସୁବିଧାକୁ ଶିକ୍ଷା କରିବାକୁ ଯାଉଛନ୍ତି । ଆପଣଙ୍କୁ ଶାନ୍ତି ରହିବା ସହିତ ସେମନଙ୍କୁ ରୋକିବାକୁ ଚ଼େଷ୍ଟା କରିବାକୁ ହେବ । ଆଜିର ଦିନ ଅନିୟନ୍ତ୍ରିତ ଏବଂ ଅନୈତିକ ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବାଣୀର ଶିଥିଳତା ଉଗ୍ର ଯୁକ୍ତି କରି ପାରନ୍ତି। ବନ୍ଧୁମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ମନୋରଞ୍ଜନ କିମ୍ବା ବୁଲିବା ପଛରେ ଟଙ୍କା ଖର୍ଚ୍ଚ ହେବ। କାମ ଇଚ୍ଛା ପ୍ରବଳ ରହିବ। ଶାରୀରିକ, ମାନସିକ ବ୍ୟଗ୍ରତା କମ କରିବା ପାଇଁ ଆଧ୍ୟାତ୍ମ୍ୟ ସହାୟକ ପ୍ରମାଣିତ ହେବ।

କର୍କଟ : ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ । ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରି, ଯାତ୍ରାର ଆୟୋଜନ କରିବେ, ବିବାହୋତ୍ସୁକ ଯୁବକ-ଯୁବତିମାନଙ୍କର ବିବାହ ପାଇଁ ସୁବର୍ଣ୍ଣ ଅବସର ଆସିବ। ପୁତ୍ର ତଥା ପତ୍ନୀଙ୍କର ଲାଭ ହେବ। ବୃଦ୍ଧ ମଧ୍ୟ ଆପଣଙ୍କ ପାଖରେ ଲାଭରେ ନିମିତ୍ତ ବନିବେ। ସ୍ନେହୀଜନମାନଙ୍କ ଏବଂ ମିତ୍ରମାନଙ୍କ ତରଫରୁ ଲାଭ ମିଳିବ। ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ।

ସିଂହ – ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ଆଜି ଆପଣ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଶାତୀତ ପରିଣାମକୁ ଅର୍ଜନ କରିବାକୁ ଧ୍ୟାନ ଦେବେ। ଯାହାଫଳରେ ଭଲ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ। ଯଦି ଆପଣ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କ ଅଛି, ତେବେ ତାଙ୍କୁ ସହଯୋଗ କରିବାକୁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ। ଆଜି ଆପଣ କୌଣସି ଧର୍ମ ଲାଭର କାମକୁ କରିବା ପାଇଁ ମନ ବଳାଇବେ। ଧନ ନିବେଶ ଏବଂ ବିଦେଶ କାମରେ ବୃଦ୍ଧି ହେବ।

କନ୍ୟା – ଆଜି ହଠାତ୍ ଆପଣଙ୍କର କୌଣସି ବନ୍ଧୁ ଫୋନ୍ କିମ୍ବା ଇମେଲ କରିପାରନ୍ତି । ଏହି ବନ୍ଧୁ ବୋଧହୁଏ ଆପଣଙ୍କ ଘରେ କିଛି ଦିନ ରହିବାକୁ ଆସିପାରନ୍ତି । ଆପଣ ତାଙ୍କର ଆତିଥ୍ୟ ଚ଼ର୍ଚ୍ଚା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ନିଜର ସୁବର୍ଣ୍ଣ ଭବିଷ୍ୟତର ରାସ୍ତାକୁ ଗଢ଼ିବାକୁ ଚେଷ୍ଟା କରିବେ। ଯାହାଫଳରେ ଆପଣ ଶୈକ୍ଷିକ ଏବଂ ଆର୍ଥିକ ସ୍ଥିତିକୁ ଠିକ କରିବାକୁ ସକ୍ଷମ ହେବେ। ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି। ଏହା ଫଳରେ ଆପଣଙ୍କୁ ଖୁସି ମିଳିବ। ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ। କିନ୍ତୁ ପୁଞ୍ଜି ନିବେଶରେ ଅସୁବିଧା ଆସିପାରେ।

ତୁଳା – ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ଆଜି ଆପଣ ବ୍ୟାପାରିକ ଏବଂ କାର୍ମିକ ଜୀବନରେ ଉଚ୍ଚ ସ୍ତରୀୟ ସଫଳତାକୁ ଗଢ଼ିବାରେ ଲାଗି ରହିବେ। ଆପଣଙ୍କ କାମରେ ଭଲ ବୃଦ୍ଧି ହେବ। ସ୍ଵାସ୍ଥ୍ୟ ପାଇଁ ଆଜିର ଦିନ ଭଲ। କିନ୍ତୁ ନିଜର ସମ୍ବନ୍ଧରେ ନିଜନିଜ ମଧ୍ୟରେ ତାଳମେଳର କ୍ରମରେ ଅସୁବିଧା ଦେଖାଯାଉଛି। ଯାହା ଫଳରେ ଆପଣ ଅସୁବିଧାରେ ପଡ଼ିବେ। ପୁଞ୍ଜି ବିନିଯୋଗରେ ଆପଣଙ୍କର ବୃଦ୍ଧି ହେବା ହେତୁ ପରିଶ୍ରମ କରିବାକୁ ପଡ଼ିବ।

ବିଚ୍ଛା – ନିକଟରେ ହୋଇଥିବା ସମସ୍ୟା ବଢ଼ୁଥିବା ଯୋଗୁଁ ଏବେ ଆପଣ ବନ୍ଧୁ ଏବଂ ପରିବାରର ସଦସ୍ୟଙ୍କ ସହିତ ସମୟ କଟାଇଲେ ତାହା ଦୂର ହୋଇଯିବ । ମାନସିକ ଶାନ୍ତି ପାଇଁ ଆଜି ଆପଣ ବାହାରକୁ ଯାଇ ପାରନ୍ତି । ଆଜି କିଛି ଏପରି ଲୋକମାନଙ୍କର ସହ ମିଶିକରି କାମକୁ ଲକ୍ଷ ସ୍ଥଳ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଲାଗି ରହିବେ। ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଅଧିକ ଭଲ ନୁହେଁ। ଯାହାଫଳରେ ଆପଣଙ୍କୁ ଅସୁବିଧା ହୋଇପାରେ। କୌଣସି ବୃଦ୍ଧ ବ୍ୟକ୍ତିଙ୍କର ସହଯୋଗ ପ୍ରାପ୍ତ ହେବ।

ଧନୁ : ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ । ଆପଣଙ୍କ ବ୍ୟାପାରର ବିସ୍ତାର ହେବ। ଉଚିତ କାର୍ଯ୍ୟଗୁଡ଼ିକ ଉପରେ ଧନ ଖର୍ଚ୍ଚ ହେବ। ବିଦେଶ ସ୍ଥିତ ବ୍ୟବସାୟୀମାନଙ୍କ ଲାଭ ହେବାର ସମ୍ଭାବନା ଅଛି। ଆୟର ବୃଦ୍ଧି ହେବାପାଇଁ ଧନର ମାମଲାରେ ହାତ ଖୋଲା ରହିବ। ପ୍ରବଳ ଲାଭର ଯୋଗ ଅଛି। ବିଚାରରେ ଦ୍ୱନ୍ଦ୍ୱ ରହିବ। ଯାତ୍ରା ଯୋଗ ଅଛି। ଆକସ୍ମିକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ହୋଇପାରେ, ତଥାପି ମଧ୍ୟ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।

ମକର : ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ । ଆଜିର ଦିନ ଆପଣଙ୍କପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହ ପ୍ରଶ୍ନର ନିରାକରଣ ହୋଇଯିବ। ଯାତ୍ରା ଯୋଗ ଅଛି ମିତ୍ରମାନଙ୍କଠାରୁ ଉପହାର ମିଳିବ। ମଧ୍ୟାହ୍ନ ପରେ ପ୍ରତ୍ୟେକ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ଅଛି। ଅଧିକ ଶ୍ରମ କରିବା ଉପରେ ମଧ୍ୟ କମ ଫଳ ପ୍ରାପ୍ତି ହୋଇପାରେ। ଅଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆପଣଙ୍କ ମନ ଅଧିକ ହେବ।

କୁମ୍ଭ : ଗୋଟେ ପରେ ଗୋଟେ ସମସ୍ୟାର କାରଣରୁ ଆପଣଙ୍କର ମାନସିକ ଶାନ୍ତି ଭଙ୍ଗ ହୋଇପାରେ । ଏହାର ଉପାୟ ଏହି କି ଆପଣ ଗୋଟେ ଗୋଟେ କରି ସମସ୍ୟା ଗୁଡ଼ିକୁ ସମାଧାନ କରନ୍ତୁ । ଦ୍ୱନ୍ଦ୍ୱରେ ବୁଡ଼ିରହିବାରୁ ଆପଣଙ୍କ ମନ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବ ନାହିଁ। ବୈଚାରିକ ଝଡ଼ରେ ମାନସିକ ଅସୁସ୍ଥତା ଅନୁଭବ କରିବେ। ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ଦୃଢ଼ତାକୁ କମଜୋର କରିବ। ପାଣି ତଥା ଅନ୍ୟ ତରଳ ପଦାର୍ଥ ପ୍ରତି ସାବଧାନ ରୁହନ୍ତୁ। ପରିବାର କିମ୍ବା ଜମି ସମ୍ବନ୍ଧିତ ମାମଲା ଉପରେ ଚର୍ଚ୍ଚା ଏବଂ ଯାତ୍ରା ଟାଳିବାକୁ ଉପଦେଶ।

ମୀନ : ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ । ଆଜିର ଦିନ ଆପଣଙ୍କପାଇଁ ଅନୁକୂଳ ଏବଂ ପ୍ରତିକୂଳର ମିଶ୍ରିତ ଫଳଦାୟୀ ରହିବ। ବୌଦ୍ଧିକ କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣ ନୂଆ ବିଚାରରେ ପ୍ରଭାବିତ ହେବେ ଏବଂ ତାକୁ ଆପଣାଇବେ। ସୃଜନାତ୍ମକ କ୍ଷେତ୍ରରେ ସୃଜନଶକ୍ତିର ମଧ୍ୟ ଆପଣ ପରିଚୟ ଦେବେ। ତଥାପି ମଧ୍ୟ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ନାହିଁ। ସନ୍ତାନ ସମ୍ବଂଧିତ ପ୍ରଶ୍ନ ଆପଣଙ୍କୁ ଦୁଃଖୀ କରିବ। ଧନର ନିରର୍ଥକ ବ୍ୟୟ ସମ୍ଭାଳି କରି ଚାଲିବେ। ମାନସିକ ରୂପରେ ଅସୁସ୍ଥତା ଅନୁଭବ ହେବ। ଛୋଟ ଯାତ୍ରା ଆପଣଙ୍କପାଇଁ ଆନନ୍ଦପ୍ରଦ ରହିବ।

Leave a Reply

Your email address will not be published. Required fields are marked *