ରିଟାୟର୍ଡ ହେଉଥିଲେ ଏହି ଶିକ୍ଷକ , ଶେଷଦିନ ସ୍କୁଲ୍ ରୁ ଘରକୁ ଯିବାପାଇଁ ବୁକ୍ କରିଲେ ହେଲିକାପ୍ଟର – କାରଣ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ..

ରାଜସ୍ଥାନର ଅଲବର ଜିଲ୍ଲାରେ ସୋରାଇ ସରକାରୀ ସ୍କୁଲ୍ ରୁ ସେବାନିବୃତ ହେଉଛନ୍ତି ବରିଷ୍ଠ ଅଧ୍ୟାପକ ରମେଶଚନ୍ଦ ମିଣା ନିଜ ଘରକୁ ଯିବା ପାଇଁ ହେଲିକାପ୍ଟର ବୁକ୍ କରାଇଥିଲେ , ମିଣା ୩୧ ଅଗଷ୍ଟ ମାନେ ଶନିବାରକୁ ସ୍କୁଲ୍ ରୁ ଅବସର ନେଉଛନ୍ତି , ମିଣା ୨୨ କିଲୋମିଟର ଦୂରତାରେ ଯେଊଁ ହେଲିକାପ୍ଟର ବୁକ୍ କରାଇଥିଲେ ତାହାର ଭଡା ୩ ଲକ୍ଷ ୭୦ ହଜାର ହେବ , ହେଲିକାପ୍ଟର ବୁକ୍ କରାଇବା ସହ ମିଣା କଲେକ୍ଟରରେଟ୍ ସହିତ ଅନ୍ୟ ଜରୁରି ବିଭାଗୀୟ ସିକୃତି ବି ନେଇଛନ୍ତି ।ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚୌରାଇ ରେ ସାମାଜିକ ବିଜ୍ଞାନ ଟିଚର୍ ମିଣା ଏହି ହେଲିକାପ୍ଟରରେ ନିଜ ସ୍ତ୍ରୀକୁ ବସାଇବାକୁ ଚାହୁଁଥିଲେ , ବରିଷ୍ଠ ଅଧ୍ୟାପକ ରମେଶଚନ୍ଦ୍ର ମିଣାଙ୍କ ଅନୁସାରେ ଲମ୍ବା ସମୟରୁ ତାଙ୍କ ସ୍ତ୍ରୀ ଉଡାଜାହାଜରେ ଯିବାପାଈଁ ଇଚ୍ଛାପ୍ରକାଶ କରୁଥିଲେ,

ଏବେ ରିଟାୟର୍ଡ ହେବା ପରେ ତାଙ୍କୁ ବିଚାର ଆସିଲା କି ସେ ଏକ ହେଲିକାପ୍ଟର୍ ବୁକ୍ କରାଇଲେ , ମିଣା ନିଜ ସ୍ତ୍ରୀର ରିଟାୟର୍ଡ ମେଣ୍ଟ ସମୟରେ ସ୍କୁଲ୍ ଡକାଇଥିଲେ , ତାଙ୍କର କହିବାକଥା କି ଏବେ ସ୍ତ୍ରୀଙ୍କୁ ହେଲିକାପ୍ଟର୍ ବସାଇକରି ସ୍କୁଲ୍ ନେଇଯିବି , ମିଣା ତାଙ୍କ ଘର ଅଲବର ଲକ୍ଷ୍ମଣଗଡ ଇଲାକାରେ ମଲାବଳି ଗାଁରେ ଅଛନ୍ତି ଯାହା ସ୍କୁଲ୍ ରୁ ପ୍ରାୟ ୨୨କିଲୋମିଟର ଦୂର ଅଛି । ହେଲିକାପ୍ଟର ଦିଲ୍ଲୀରୁ ଦ୍ୱିପହର ୧ ଟାରୁ ଉଡାନ ଭରିବେ , ଓ ସିଧା ସ୍କୁଲ୍ ର ପରିସରରେ ଓହ୍ଲାଇବେ ।

Leave a Reply

Your email address will not be published. Required fields are marked *