ଏହି ଛୋଟ ଦେଖାଯାଉଥିବା ଫୁଲଟି କିଛିଦିନ ମଧ୍ୟରେ ଆପଣଙ୍କୁ କୋଟିପତି କରିଦେବ…

ତନ୍ତ୍ର କ୍ରିୟାରେ ଅନେକ ପ୍ରକାରର ବନସ୍ପତିର ଉପଯୋଗ କରାଯାଏ । ନାଗକେଶରର ଫୁଲ ଏମାନଙ୍କ ମଧ୍ୟରୁ ଗୋଟିଏ । ତନ୍ତ୍ର କ୍ରିୟାରେ ନାଗକେଶରକୁ ବହୁତ ଶୁଭ ପୁଷ୍ପ ବିବେଚନା କରାଯାଏ । ଉଜ୍ଜୈନର ଜ୍ୟୋତିଷାଚାର୍ଜ୍ୟ ପ. ମନୀଷ ଶର୍ମାଙ୍କ ଅନୁଯାୟୀ, ନାଗକେଶର ଏକ ଧନଦାୟକ ପୁଷ୍ପ ଅଟେ । ଏହା ସହିତ ଜଡିତ କିଛି ସହଜ ଉପାୟ କରିବା ଦ୍ଵାରା ଧନ ଲାଭ, ବ୍ୟବସାୟରେ ଲାଭ ଆଦି କାର୍ଯ୍ୟ ହୋଇଥାଏ ।

ଉପାୟ ଏହି ପ୍ରକାର ଅଟେ

ଚାନ୍ଦିର ଏକ ଛୋଟିଆ ଢାଙ୍କୁଣୀ ଥିବା ଡବା ନିଅନ୍ତୁ। ଏଥିରେ ନାଗକେଶର ଓ ମହୁ ପୂର୍ଣ୍ଣ କରି ଶୁକ୍ଳପକ୍ଷର ଶୁକ୍ରବାର ରାତ୍ରରେ କିମ୍ବା ଅନ୍ୟ କୌଣସି ଶୁଭ ମୂହୁର୍ତ୍ତରେ ନିଜର ଆଲମାରି କିମ୍ବା ସିଂଦୁକରେ ରଖିଦିଅନ୍ତୁ। ଆପଣଙ୍କ ଧନରେ ଅଚାନକ ବୃଦ୍ଧି ହେବାରେ ଲାଗିବ ।

ପ୍ରତ୍ୟେକ ଶୁକ୍ରବାର ଦିନ ୧ଟି ନାଗକେଶର ଫୁଲ ନିଅନ୍ତୁ ଓ ଏହାର ପୂଜା କରନ୍ତୁ । ଏହାପରେ ଏହାକୁ ଏକ ପରିଷ୍କାର ଧଳା କପଡାରେ ଗୁଡେଇ ନିଜର ପର୍ସ କିମ୍ବା ଦୋକାନର ଟଙ୍କା ବାକ୍ସରେ ରଖିଦିଅନ୍ତୁ । ଆପଣଙ୍କ ଧନ ଆସିବାରେ କେବେ ଅଭାବ ହେବନାହିଁ।

କୌଣସି ପୂର୍ଣ୍ଣିମାରୁ ଆରମ୍ଭ କରି ଆସନ୍ତା ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ଶିବଲିଙ୍ଗରେ ନାଗକେଶର ଫୁଲ ଚଢାନ୍ତୁ । ଶେଷଦିନ ଚଢେଇଥିବା ଫୁଲକୁ ନିଜ ଘରକୁ ନେଇ ଆସନ୍ତୁ । ଏହି ଫୁଲ ଧନ ସମ୍ବନ୍ଧୀୟ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ କରିଦେବ ।

ବ୍ୟବସାୟରେ କ୍ଷତି ହେଉଥିଲେ କୌଣସି ଶୁଭ ମୂହୁର୍ତ୍ତରେ ନିରଗୁଣ୍ଡି(ଏକ ପ୍ରକାର ବନସ୍ପତି)ର ଚେର, ନାଗକେଶରର ଫୁଲ ଓ ହଳଦୀ ସୋରିଷ ଦାନା ଏକ ଛୋଟ ପୁଟୁଳିରେ ବାନ୍ଧି ଦୋକାନ ବାହାରେ ଟାଙ୍ଗୀ ଦିଅନ୍ତୁ । ଏହାଦ୍ବାରା ବ୍ୟବସାୟରେ ବୃଦ୍ଧି ହେବ ।

ନାଗକେଶର ଫୁଲ,ଖଣ୍ଡହଳଦୀ, ଗୁଆ, ଗୋଟିଏ ମୁଦ୍ରା, ତମ୍ବା ଖଣ୍ଡେ ଓ ଅକ୍ଷତକୁ କପଡାରେ ବାନ୍ଧି ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ପୂଜା କରନ୍ତୁ। ପରେ ଏହି ପୁଟୁଳିକୁ ନିଜର ସିନ୍ଦୁକରେ ରଖିଦିଅନ୍ତୁ । ଏହାଦ୍ବାରା ଗୃହରେ ଉନ୍ନତି ହୋଇଥାଏ ।

ଆପଣଙ୍କୁ ଜଣେଇଦେଉଛୁ ଯେ ନାଗକେଶରରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରିରହିଛି । ଏହାସହ ପିପ୍ପଳି, ଗୋଲମରିଚ, ସୁଣ୍ଠି ଓ ଘିଅ ସହିତ ଖାଇଲେ ଗର୍ଭ ରହିଥାଏ । ଏହାଦ୍ୱାରା ସନ୍ତାନ ପ୍ରାପ୍ତିର ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ସମସ୍ତ ଜିନିଷକୁ ସମାନ ମାତ୍ରା ରେ ନେଇ ଗୁଣ୍ଡକରି ଦିଅନ୍ତୁ ଓ ଛାଣିଦିଅନ୍ତୁ ଏ ତିରେ ଘିଅ ମିଶେଇ ଲଗାତାର 7ଦିନ ପର୍ଯ୍ୟନ୍ତ ଏହାର ସେବନ କରନ୍ତୁ। ଗର୍ଭବତୀ ହେବ ନିମନ୍ତେ ନାଗକେଶରକୁ ଗୁଆର ଚୂର୍ଣ୍ଣ ସହିତ ମିଶେଇ ମଧ୍ୟ ଖିଆଯାଇ ପାରିବ । ଏହା ଶାରୀରିକ ଦୁର୍ବଳତା ଓ ଅକ୍ଷମତା ଦୂର ହୋଇଯାଇଥାଏ। ଏହାଦ୍ବାରା ଗର୍ଭ ରହିବାରେ ଲାଭ ମିଳିଥାଏ ।

Leave a Reply

Your email address will not be published. Required fields are marked *