ଖାଇବା ଭାବିକରି ମୃତ୍ୟୁକୁ ଗିଳିଦେଲା ଏହି ଭୟାନକ ଅଜଗର , ତାପରେ ହେଲା କିଛି ଏପରି ଯେ..

ଶରୀର ପାଇଁ ଭୋଜନ କରିବା ଏକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆହାର ଆମ ଶରୀରକୁ ଶକ୍ତି ଦେଇଥାଏ , ସେମିତି ଉର୍ଜାର ପ୍ରମୁଖ ସ୍ରୋତ ବୋଲି ଜଣାଯାଏ , ଭୋଜନକୁ ଯେତେ ଆମେ ମାନେ ଦରକର କରିଥାଉ ସେତିକି ଆବଶ୍ୟକତା ପଶୁ,ପକ୍ଷୀ ଓ ଜୀବଜନ୍ତୁ ମାନେ କରିଥାନ୍ତି , ଯେବେ ଆମେ ଭୋଜନକୁ ଖାଇଥାଉ ତେବେ ପୁରା ଯାଞ୍ଚ କରି ଖାଇଥାଉ , ଯାହା ଆମ ପାଇଁ ଠିକ୍ ଅଛି କି ନାହିଁ , କିନ୍ତୁ ପଶୁଙ୍କ ପାଇଁ ସେମିତି କିଛି ନଥାଏ । କେବେ କେବେ ସେମାନେ ଏମିତି କିଛି ଜିନିଷ ଖାଇଦିଅନ୍ତି , ଯାହା ତାଙ୍କ ପାଇଁ ବିପଦସଙ୍କୁଳ ହୋଇପଡେ , ଯାହାର ସୁଚନା ହୋଇନଥାଏ କି ସେ ତାହା କେତେ ବିପଦପୂର୍ଣ୍ଣ ।

ଏମିତି ଏକ ଘଟଣା ଏକ ଅଜଗର ସହ ହୋଇଥିଲା , ଯେମିତି କି ଆପଣ ଜାଣିଛନ୍ତି କି ଅଜଗର ଏପରି ଏକ ସରିସୃପ ଅଟେ ଯିଏକି ଜିଅନ୍ତା ପଶୁ,ପକ୍ଷୀକୁ ସିଧା ଗିଳିଦିଏ , ଓ ତାକୁ ଗିଳିଲା ପରେ ତାକୁ ଆରାମ ରେ ହଜମ କରାଇଥାଏ , କିନ୍ତୁ ଏଠି ଅଜଗର ଏକ ପଶୁକୁ ଗିଳିବାପରେ ତାକୁ ଏହାର ବହୁତ କଠୋର ପରିଣାମ ଭୋଗିବାକୁ ପଡିଲା ।

ଅସଲର ଅଜଗର୍ ସାମ୍ନାରେ ଏକ ଝିଙ୍କ ଆସିଯାଇଥିଲା । ଯାହାର ଶିକାର କରିବା ଉଦ୍ଦେଶ୍ୟରେ ସେ ବଡ ସହଜରେ ତାକୁ ଗିଳିଦେଇଥିଲା , ଯାହାକି ଅଜଗରକୁ ବହୁତ ଭାରି ପଡିଲା , ଝିଙ୍କ ଏପରି ଏକ ପଶୁ ଅଟେ , ଯାହାର ଶରୀରରେ କଣ୍ଟାମୟ ହୋଇଥାଏ ,ଝିଙ୍କ ଯାହାକୁ କାମୁଡିବେ ତାହା ବେଶୀ ବିଷଧର ହୋଇଥାଏ , ଝିଙ୍କର କଣ୍ଟା ଯାହାକୁ ଟିକିଏ ଲାଗିବି ଗଲେ ସେ ବଞ୍ଚିପାରିବା ମୁସକିଲ୍ ହୋଇଯାଏ , ଏମିତି କିଛି ଅଜଗର ସହ ହେଲା ।

ଅଜଗର ସିନା ସେହି ଝିଙ୍କକୁ ଗିଳିଦେଲା କିନ୍ତୁ ତାର ଶରୀରରେ ଥିବା କଣ୍ଟା ଯୋଗୁଁ ତାକୁ ମୃତ୍ୟୁର ସାମ୍ନା କରିବାକୁ ପଡିଥିଲା,  ଝିଙ୍କର ଶରୀରରେ ଥିବା ବିଷାକ୍ତ ଲାଳ ଅଜଗର ଶରୀରରେ ବ୍ୟାପି ଗଲା , ଓ ଅଜଗରର ଘଟଣାସ୍ଥଳରେ ମୃତ୍ୟୁ ହୋଈଯାଇଥିଲା ।

 

 

Leave a Reply

Your email address will not be published. Required fields are marked *