ଯେଉଁ ଝିଅକୁ ବହୁତ ଗେହ୍ଲା ଆଦର ଦେଇ ପାଳିଲେ , ପ୍ରେମ କରିବା ଯୋଗୁଁ ତାର ପରିବାର ଲୋକେ ଦେଲେ ଏଭଳି ଦଣ୍ଡ ଯେ..

ଜେବରରେ ନିଜ ସ୍ୱାମୀଙ୍କ ସହ ବିବାହ କରିବାର ସ୍ୱପ୍ନ ଦେଖୁଥିବା ତାର ଆଖିକୁ ପରିବାର ଲୋକେ ବହୁତ କୃରତାର ସହ ସବୁଦିନ ପାଇଁ ବନ୍ଦ କରିଦେଲେ , ଦସ୍ତମପୁର ଗାଁରେ ରହୁଥିବା ଗୋଟେ ଝିଅ ନିଶା ଅପେକ୍ଷାରେ ଥିଲା କି ତାର ବାପା ଅବସର ନେବାପରେ ତାର ବାହାଘର ସୁନିଲ୍ ସହ କରିଦେବେ । ନିଶାକୁ ଏହି କଥାର ଟିକିଏ ବି ଆଭାଷ ନଥିଲା କି ତାର ଏହି ଅପେକ୍ଷା ତାର ପରିବାର ଲୋକେ କେବେ ବି ପୁରା କରିବାକୁ ଦେବେ ନାହିଁ ।ଧନସିଆ ଗ୍ରାମର ପ୍ରଧାନ ବିମଳେଶ ଦେବୀଙ୍କ ପୁଅ ସୁନିଲ୍ ଓ ଦସ୍ତମପୁରର ନିବାସୀ ଦେବୀଚରଣ ଝିଅ ନିଶା +୨ ପରୀକ୍ଷା ପାଶ୍ କରିବାପରେ ଖୁର୍ଜାରେ ଏନ୍ ଆର୍ ଇସି କଲେଜରେ ସ୍ନାତକ ପାଇଁ ଯୋଗ ଦେଇଥିଲେ , ସୁନିଲ୍ ବିଏସ୍ ସି ଓ ନିଶା ବିଏ ରେ ପ୍ରବେଶ କରିନେଇଥିଲେ , କଲେଜରେ ପାଠ ପଢା ସମୟରେ ଦୁହେଁଙ୍କର ମଧ୍ୟରେ ପ୍ରେମ ସଂମ୍ପର୍କ ହୋଇଥିଲା,

ଏହାପରେ ନିଶା ଡବଲ ଏମ୍ ଏ ଓ ବିଇଡି ଡିଗ୍ରୀ କରିନେଲେ , ସୁନିଲ୍ ବି ବିଇଡୀ କଲେ , ନିଶାଙ୍କ ବାପା ବିଏସ୍ ଏଫ୍ ରେ ଅଛନ୍ତି , ଯେବେ କି ସୁନିଲ୍ ର ବାପା ଧନସିଆ ଗ୍ରାମର ଗ୍ରାମପ୍ରଧାନ ଓ ଏକ କମ୍ପାନୀର ମ୍ୟାନେଜର ଅଛନ୍ତି । କିଛି ଦିନ ପରେ ଯେବେ ଦୁହେଁ ପରିଜନଙ୍କୁ ସଂବନ୍ଧ ବିଷୟରେ ସୁଚନା ମିଳିଲା ତେବେ ଦୁହେଁ ପରିବାର ଲୋକେ ଅଲଗା କରିବାର ପ୍ରୟାସ ଚାଲିଲା , ବୋଧେ ସେମାନଙ୍କୁ ଜଣା ପଡିଯାଇଥିଲା କି ସେମାନଙ୍କ ସଂମ୍ପର୍କକୁ ପରିବାର ଲୋକେ ସ୍ୱୀକାର କରିବାକୁ ମନା କରୁଛନ୍ତି , ଏଥିପାଇଁ ଦୁହେଁ ଗୋଟେ ବର୍ଷ ପୂର୍ବରୁ ଗାଜିଆବାଦ ଯାଇକରି କୋର୍ଟ୍ ମ୍ୟାରେଜ୍ କରିନେଇଥିଲେ,  ଦୁହେଁଙ୍କ ପରିଜନଙ୍କୁ ଏହି ବାହାଘରରେ ଖୁସି ନଥିଲେ । ଓ କିଛି ଦିନ ପରେ ଦୁହେଁ ପରିବାରର ସହମତି ହୋଇଥିଲା , ଝିଅର ବାପା ରିଟାୟର୍ଡ ହେବାପରେ ପୁରା ରୀତିନୀତିରେ ଦୁହେଁଙ୍କ ବାହାଘର କରାଇଦିଆଯିବ ବୋଲି ନିଷ୍ପତ୍ତି ହେଲା,  ଏହି ଫଇସଲା ପରେ ଯୁବତୀ ଜଣଙ୍କ ନିଜ ବାପଘରେ ଦସ୍ତମପୁରରେ ରହିବାକୁ ଲାଗିଲା ,

ଗୁରୁବାରକୁ ନିଶା ଓ ତାର ମା ସହ ପଡୋଶୀର ଜଣେ ମହିଳା ଏକ ସଂଗୀତ କାର୍ଯ୍ୟକ୍ରମରେ ଯାଇଥିଲେ,  ରାତି ପ୍ରାୟ ୧୨ ଟା ବେଳେ ଫେରିବାପରେ ପରିଜନମାନେ ନିଶାକୁ ଛାତକୁ ପଠାଇଥିଲେ , ଓ ତାପରେ ଗୁଳି ମାରିକରି ହତ୍ୟା କରିଦେଲେ , ଗ୍ରାମୀଣ ଲୋକେ ପୋଲିସ୍ ଓ ସ୍ୱାମୀ ସୁନିଲ୍ ଙ୍କୁ ଏହି ବିଷୟରେ ଜଣାଇଥିଲେ ।

ଏହାପରେ ସୁନିଲ୍ ନିଶାର ମା, ଦାଦା,ଖୁଡି, ଭିଣେଇ ଓ ଭାଇଙ୍କ ସମେତ ସାତ ଜଣଙ୍କ ବିପକ୍ଷରେ ଥାନାରେ ଲିଖିତ ଅଭିଯୋଗ କଲେ , ଯାହାପରେ ତାର ମାଙ୍କୁ ହିରାସତରେ ନିଆଗଲା , ସୁନିଲ୍ ଏହା ବି ଆରୋପ ଲଗାଇଲେ କି ନିଶାଙ୍କ ପରିବାର ଲୋକେ କିଛି ସମୟ ପୂର୍ବରୁ ରିତି ନିତିରେ ବିବାହ କରିବାକୁ କହିଥିଲେ , ତାଙ୍କର୍ କହିବା କଥାକି ସ୍ୱାମୀ ନାଁ କିମ୍ବା ୧୦ ଏକର କ୍ଷେତ କିମ୍ବା ନୋଏଡାରେ ଫ୍ଲାଟ୍ କିଣିବାକୁ ହେବ । ପରିଜନଙ୍କ ଦାବି କୁ ପୁରା କରି ସୁନିଲ୍ ଗ୍ରେଟର୍ ନୋଏଡାରେ ଜିଟା ବନରେ ୫୦ ଲକ୍ଷର ଫ୍ଲାଟ୍ କିଣିବାର ଯୋଜନା କଲେ , ଏଥିରେ ପ୍ରାୟ ୩୫ ଲକ୍ଷ ଟଙ୍କା ଦିଆଯାଇ ସରିଥିଲା , ଏବେ ନିଶାଙ୍କ ମୃତ୍ୟୁ ପରେ ସୁନିଲ୍ ସଦମାରେ ଅଛନ୍ତି , ତାଙ୍କ ବିପକ୍ଷରେ ଏବେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯାଇଛି ।

Leave a Reply

Your email address will not be published. Required fields are marked *