ଯେବେ ବୁମରାହଙ୍କ ପାଖରେ ଜୋତା କିଣିବାକୁ ପଇସା ନଥିଲା , ତେବେ ବିଗତ କଥାକୁ ମନେ ପକାଇ ଭାବୁକ ହୋଇଗଲେ ମା ଆଉ କହିଲେ ଏଭଳି କଥା ଯେ..

ଟିମ୍ ଇଣ୍ତିଆର ଜଣାଶୁଣା ବୋଲର୍ ଜଶପ୍ରୀତ ବୁମରାହ , ଯାହାଙ୍କୁ ଡେଥ୍ ଓଭରରେ ସ୍ପେସାଲିଷ୍ଟ ବୋଲି କୁହାଯାଏ , ତାଙ୍କର ମା ଏକ ଭିଡିଓ ଦ୍ୱାରା ନିଜ ପୁରାତନ କଥାକୁ ମନେ ପକାଇ ଭାବୁକ ହୋଇଗଲେ , ଜଶପ୍ରୀତ ବୁମରାହ ଓ ତାଙ୍କ ମା ନିଜ ଅତୀତକୁ ମନେ ପକାଇ ବହୁତ ଭାବୁକ ହୋଇଗଲେ , ଜଶପ୍ରୀତ ବୁମରାହଙ୍କ ମା ନିଜ ପୁରୁଣା କଥାକୁ ନେଇ ଏତେ ଭାବୁକ ହୋଇଗଲେ କି ତାଙ୍କ ଆଖିରେ ଲୁହ ଚାଲି ଆସିଲା , ଜଶପ୍ରୀତ ବୁମରାହ ଓ ତାଙ୍କର ମା ଏହି ଭିଡିଓ ଆଇପିଏଲ୍ ଫ୍ରାଞ୍ଚାଇଜିର ମୁମ୍ବାଈ ଇଣ୍ତିଆନ୍ ର ନିଜ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ସେୟାର୍ କରିଥିଲେ ।

ବୁମରାହଙ୍କ ମା ଦଲଜିତ୍ କହନ୍ତି କି ଦିନରେ ମୁଁ ଶୋଇଥାଏ , ଓ ବୁମରାହ ମୋତେ ବହୁତ ହଇରାଣ କରୁଥିଲା , ବୁମରାହ ବଲ୍ ପକାଈ ମୋତେ ନିଦରୁ ଉଠାଇଦେଉଥିଲା , ଯେବେ ବୁମରାହ ୫ ବର୍ଷର ଥିଲେ ତେବେ ତାଙ୍କର ବାପାଙ୍କର ମୃତ୍ୟୁ ହୋଇଯାଇଥିଲା , ଏହାପରେ ବହୁତ ଆର୍ଥିକ ଅନାଟନରେ କାଟିବାକୁ ପଡିଥିଲା,  ବୁମରାହ କହନ୍ତି କି ମୋ ପାଖରେ କେବଳ ଗୋଟିଏ ଯୋଡା ଜୋତା ଥିଲା, କେବଳ ଗୋଟିଏ ଟି ସାର୍ଟ ବି , ଯାହାକୁ ମୁଁ ସବୁବେଳେ ଧୋଇକରି ପିନ୍ଧୁଥିଲି,  ବୁମରାହ କହନ୍ତି କି ଆଜି ପର୍ଯ୍ୟନ୍ତ ଏମିତି ବହୁତ କାହାଣୀ ଶୁଣିଥିବେ କିନ୍ତୁ ଆପଣଙ୍କୁ ଖେଳ ଖେଳରେ ବାଛି ନେଇଥିବେ , କିନ୍ତୁ ମୋ ସହ ସତରେ ସେମିତି ହୋଇଥିଲା ।

ମୁମ୍ବାଇ ଇଣ୍ତିଆନ୍ ର ଫ୍ରାଞ୍ଚାଇଜିର ମାଲିକାଣୀ ନୀତା ଅମ୍ବାନୀ ଲଣ୍ତନରେ ହେଉଥିବା ସ୍ପୋର୍ଟ୍ସ ସମିଟ୍ ରେ ୱାର୍ଲଡ୍ ର ନମ୍ବର ୱାନ୍ ବୋଲର୍ ଜଶପ୍ରୀତ ବୁମରାହ ଙ୍କ କାହାଣୀ ସେୟାର୍ କଲେ , ବୁମରାହଙ୍କ ସହ ଏହା ନୀତା କହିଲେ କି ଗତ ୧୦ ବର୍ଷରେ ମୁମ୍ବାଇ ଇଣ୍ତିଆନ୍ ବହୁତ ୟଙ୍ଗ୍ ଖେଳାଳୀଙ୍କୁ ଟିମ୍ ରୁ ବାହାର କରିଥିଲେ , ଓ ବୁମରାହ ୨୦୧୩ ରୁ ଏହି ଟୀମ୍ ରେ ଖେଳୁଛନ୍ତି , ବୁମରାହଙ୍କ ମା କହନ୍ତି କି ଯେବେ ତାଙ୍କୁ ପ୍ରଥମଥର ଆଇପିଏଲ୍ ମ୍ୟାଚ୍ ରେ ଟିଭିରେ ଖେଳୁଥିବାର ଦେଖିଲେ ତେବେ ଆଖିରେ ଲୁହ ଚାଲି ଆସିଲା , ଦଲଜିତଙ୍କ ଅନୁସାରେ ଜଶପ୍ରୀତ ମୋତେ ଛୁଆ ବେଳରୁ ଆର୍ଥିକ ଓ ଶାରରୀକ ରୁପରେ ସଂଘର୍ଷ କରୁଥିବାର ଦେଖିଛି , ଏହାପରେ ବୁମରାହ କହିଲେ କି ଏମିତି କଠିନ ସମୟରେ ଯେ କୌଣସି ବ୍ୟକ୍ତିକୁ ମଜବୁତ୍ ବନାଇଥାଏ ।

ବୁମରାହ ନିଜ ମା ଓ ତାଙ୍କ ଜୀବନର କାହାଣୀ କହିକରି ଆଉଥରେ ସେ ନାଇକ୍ ଷ୍ଟୋର୍ ରୁ ଜୋତା କିଣିବାକୁ ତାଙ୍କ ପାଖରେ ପଇସା ନଥିଲା, ଏହା ବି କହିଲେ କି ସେତେବେଳେ ମାଙ୍କ ଆଖିରେ ଲୁହ ଚାଲି ଆସିଥିଲା, ଓ ଜଶପ୍ରୀତ ତାଙ୍କୁ ଆଶା ଭରା ନୟନରେ ଚାହିଁ ରହିଥିଲେ, ସେ କହିଲେ କି ଦିନେ ସେ ଏହି ଜୋତା କିଣିଦେଖାଇବ , ଆଜି ତାଙ୍କ ପାଖରେ ବହୁତ ସାରା ଦାମି ଜୋତା ଅଛି ।

Leave a Reply

Your email address will not be published. Required fields are marked *