୧୨ ଅକ୍ଟୋବର ୨୦୧୯ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶନି ଦେବ ଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

ମେଷ : ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ । ଆଜି ଆପଣଙ୍କ ପାଖରେ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ହେବେ। ଚାକିରି ଏବଂ ବ୍ୟବସାୟରେ ସ୍ଥିତି ଆପଣଙ୍କର ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ବୃଦ୍ଧ ତଥା ବରିଷ୍ଠ ନାଗରୀକମାନଙ୍କ ଏବଂ ଉଚ୍ଚ ପଦାଧିକାରିମାନଙ୍କର କୃପା ଦୃଷ୍ଟି ରହିବା କାରଣରୁ ଆପଣ ମାନସିକ ରୂପରେ କୌଣସି ପ୍ରକାରର ବୋଝ ମୁକ୍ତ ହେବେ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପ୍ରମୋଶନର ଯୋଗ ଅଛି।

ବୃଷ : ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ । ମନେରଖନ୍ତୁ ନିଜକୁ ସ୍ଫୁର୍ତ୍ତି ରଖିବାକୁ ହେଲେ ପରିବାର ଲୋକଙ୍କ ସାଙ୍ଗରେ ସମୟ କଟାନ୍ତୁ ।ଏହା ଠାରୁ ଭଲ ରାସ୍ତା ଆପଣଙ୍କ ପାଖରେ ନାହିଁ । ବିନା ଭାବି ଚିନ୍ତି କୌଣସି କାମ କରିବେ ନାହିଁ। କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଯୋଗୀମାନଙ୍କୁ ଆପଣ ପରାସ୍ତ କରି ପାରିବେ। ଭାଇ-ବନ୍ଧୁମାନଙ୍କ ଏବଂ ପଡ଼ୋଶୀମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମିଳିବ। ସାର୍ବଜନିକ ମାନ-ସମ୍ମାନ ପ୍ରାପ୍ତି ହେବ। ଚିତ୍ତରେ ପ୍ରସନ୍ନତା ରହିବ।

ମିଥୁନ : ଆଜିର ଦିନ ନିଜର ପରିଜନ ଏବଂ ପ୍ରିୟଜନ ମାନଙ୍କ ସହିତ ବିତାଇବାର ଶୁଭ ଦିନ ଅଟେ । ଆଜି ଆପଣ ଏମିତି ପ୍ରିୟଜନ ମାନଙ୍କ ସହିତ କଟେଇବେ ଯେଉଁ ମାନଙ୍କ ସହିତ ଆପଣ ବହୁତ ଦିନରୁ ଦେଖାକରି ପାରିନାହାନ୍ତି । ଆପଣ ଜିଦ୍ଦୀ ବ୍ୟବହାର ଛାଡ଼ିକରି ସମାଧାନ ପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁ ହେବ। ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରିପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବନାହିଁ। ଆଜି କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ।

କର୍କଟ : ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ । ହୃଦୟ ଏବଂ ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। ପରିଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ ଯାତ୍ରା କିମ୍ବା ସାକ୍ଷାତର ଅବସର ଆସିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ଅବସର ଆସିବ। ଆର୍ଥିକ ଲାଭ ହେବ। ଶୁଭ ଅବସର ଉପରେ ବାହର ଯାତ୍ରା ହେବ। ଆନନ୍ଦଦାୟକ ସମାଚାର ପ୍ରାପ୍ତ ହେବ।

ସିଂହ : ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ କେବଳ ଆପଣଙ୍କ ମାନସିକ ଯୋଗ୍ୟତା ନୁହେଁ ଆପଣଙ୍କ ବ୍ୟବସାୟିକ ଦିଗରେ ମଧ୍ୟ ବହୁତ ଲାଭଦାୟକ ହେବ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ଆଗ୍ରହ ଆପଣଙ୍କୁ ବ୍ୟସ୍ତ କରେଇଦେବ । ଆଜିର ଦିନ ଆପଣଙ୍କପାଇଁ ଅଳ୍ପ କଷ୍ଟଦାୟକ ରହିବ। ସ୍ଵାସ୍ଥ୍ୟ ଖରାପ ହେବ। ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀ ହେବ। ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ଅଂକୁଶ ରଖିବାକୁ ପଡ଼ିବ। ଦୁର୍ଘଟଣା ପ୍ରତି ସଜାଗ ରୁହନ୍ତୁ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ରହିବ।

କନ୍ୟା : ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ କରିବ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ।

ତୁଳା : ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ । ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ଅବସର ମିଳିବ। ଛୋଟ ଯାତ୍ରାର ଆୟୋଜନ ମଧ୍ୟ ହେବାର ସଂଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ଦୂରରେ ଥିବା ସ୍ନେହୀଜନମାନଙ୍କର ଭଲ ସମାଚାର ଆପଣଙ୍କୁ ଖୁସି ପ୍ରଦାନ କରିବ।

ବିଚ୍ଛା : କିଛି ସମୟରୁ ଆପଣଙ୍କ ଘରେ ଛୋଟଛୋଟ କଥାକୁ ନେଇ ଝଗଡା ସୃଷ୍ଟି ହେଉଛି । କିନ୍ତୁ ଆଜି ଆପଣ ଏହି ଝଗଡାକୁ ସମାପ୍ତ କରି ହିଁ ଦିଅନ୍ତୁ । ଆଜି ଆପଣ ନିଜର ଚେଷ୍ଟାରେ ଏହି କାର୍ଯ୍ୟଟି କରି ହିଁ ନିଅନ୍ତୁ । ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ନ ପକାଉ ଏହାର ଧ୍ୟାନ ରଖିବେ। ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନୀପୂର୍ବକ କାର୍ଯ୍ୟ କରିବେ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ। ଶତ୍ରୁ ନିଜର ଚାଲରେ ସଫଳ ହେବେ।

ଧନୁ : ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗର ସହିତ ହେବ, ସ୍ଵାସ୍ଥ୍ୟରେ ଅଭିଯୋଗ ମଧ୍ୟ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନ ଭଲ ନୁହେଁ। ଆକସ୍ମିକ ଧନ ଖର୍ଚ୍ଚ ହେବ। ଆଜି ବାଦ-ବିବାଦ ହେବାରେ ମନମାଳିନ୍ୟ ହୋଇପାରେ। ଅତ୍ୟଧିକ କାମୁକତା ଆପଣଙ୍କ ମାନଭଂଗର କାରଣ ନବନୁ ଏହାର ଧ୍ୟାନ ରଖିବେ। ଯାତ୍ରାରେ କଠିନତା ଆସିପାରେ।

ମକର : ଆଜି ଆପଣ ମାନସିକ କ୍ଷେତ୍ରରେ ଦୃଢ଼ ରହିବେ । ଆପଣଙ୍କ ଯୋଗ୍ୟତା ଓ ଜ୍ଞାନ ବଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଓ ତା ସଙ୍ଗେ ଆପଣଙ୍କୁ ଲାଭ ମଧ୍ୟ ମିଳିବ । ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିପାରେ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ ଅଥବା ତାଙ୍କର ସ୍ଵାସ୍ଥ୍ୟ ଧ୍ୟାନ ରଖିବେ। ଜମି, ଘର ତଥା ବାହନ ଆଦିର କାଗଜପତ୍ରକୁ ଠିକ ଜାଗାରେ ସଂଭାଳିକରି ରଖିବେ।

କୁମ୍ଭ : ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଜୀବନରେ ପ୍ରତିକ୍ଷଣରେ ଆମକୁ କିଛି ନୂଆ କଥା ଶିଖିବାକୁ ପଡ଼ିଥାଏ ।ତେଣୁ ସବୁ ପରିସ୍ଥିତିରୁ ଆମେ କିଛି ନା କିଛି ଶିଖିବା ଉଚ଼ିତ୍ । ଏମିତିବି ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ କରିବା ବହୁତ ପସନ୍ଦ । ସାମାଜିକ କ୍ଷେତ୍ରରେ ଚାକିରି-ଧଂଧା ଏବଂ ଅନ୍ୟ କ୍ଷେତ୍ରରେ ଆଜିର ଦିନ ଲାଭଦାୟକ ରହିବ। ମିତ୍ରମାନଙ୍କ, ପରିଜନମାନଙ୍କର ସହିତ ବାହରକୁ ଯିବେ। ମାଂଗଳିକ ପ୍ରସଂଙ୍ଗ ଉପସ୍ଥିତ ହେବ। ମହିଳା ମିତ୍ରମାନଙ୍କ ତଥା ଜୀବନସାଥୀ ଏବଂ ସନ୍ତାନ ଲାଭ ହେବାର ଯୋଗ ଅଛି। ବିବାହୋତ୍ସୁକ ଯୁବକ-ଯୁବତୀମାନଙ୍କର ବୈବାହିକ ସମସ୍ୟା ଦୂର ହେବ। ଯାତ୍ରା କରିପାରନ୍ତି।

ମୀନ : ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ| ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ଆପଣଙ୍କ ମନକୁ ପ୍ରସନ୍ନ ରଖିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ।ଅଫିସରେ ମନମାଳିନ୍ୟର ଅବସର ଆସିପାରେ। ଏହା ପ୍ରତି ସାବଧାନ ରହିବା ଆବଶ୍ୟକ ଅଟେ।

Leave a Reply

Your email address will not be published. Required fields are marked *