ଭୁଲ୍ ରେ ଅଳିଆ ଗଦାରେ ପକାଇଦେଇଥିଲେ ୧୨ ଲକ୍ଷ ଟଙ୍କା , ତାପରେ ଯାହା ହେଲା ତାହା ଆପଣ କେବେ ଭାବି ବି ନଥିବେ..

ପଇସା ଏପରି ଏକ ଜିନିଷ ଅଟେ , ଯାହାପାଇଁ ବ୍ୟକ୍ତି ଦିନ ରାତି ପରିଶ୍ରମ କରିଥାଏ , ବହୁତ ବର୍ଷ ଖଟି ଖଟି କାମ କରିବାପରେ ତାକୁ ଏକ ଭଲ ପୁଞ୍ଜି ମିଳିଥାଏ , ଯେବେ ଆମର ପାଖରେ ଅଧିକା ମାତ୍ରାରେ ପଇସା ଏକାଠି ହୋଇଯାଏ , ତେବେ ଆମେ ଯାଇକରି ବ୍ୟାଙ୍କ୍ ରେ ଜମା କରିଦେଉ , ବ୍ୟାଙ୍କ୍ ରେ ପଇସା ଜମା କରିଲେ ଦୁଇଟି ଫାଇଦା ହୋଇଥାଏ , ପ୍ରଥମତଃ ଆମର ପଇସା ସୁରକ୍ଷିତ ରହିଥାଏ , ଓ ଚୋରୀ ହେବାର ଭୟ ରୁହେ ନାହିଁ , ଓ ଦ୍ୱିତୀୟଟି ହେଲା ଆପଣଙ୍କୁ ଏହି ପଇସାକୁ ରଖିଲେ ସୁଧ ବି ମିଳିଯାଏ , ଏହି ପରି ପଇସା ଆପଣଙ୍କ ବଢିବାରେ ଲାଗେ , ଏହି କାରଣରୁ ଦୁନିଆଁ ସାରା ବହୁତ ସାରା ଲୋକେ ଏହି ପଇସାକୁ ବ୍ୟାଙ୍କ୍ ରେ ରଖିବା ସୁରକ୍ଷିତ ମନେ କରନ୍ତି ।

କିନ୍ତୁ ଚିନ୍ ରେ ରହିବା ବାଲା ଜଣେ ବ୍ୟକ୍ତି ବ୍ୟାଙ୍କ୍ ରେ ୧୨ ଲକ୍ଷ ଜମା କରିବାକୁ ଗଲା , କିନ୍ତୁ ସେ ହଠାତ୍ ଚକିତ ହୋଇଗଲା , ସେ ଦେଖିବାକୁ ପାଇଲା କି ଯେଉଁ ବ୍ୟାଗ୍ ରେ ସେ ପଇସା ଭରି କରି ଆଣିଥିଲା ତାହା ଭିତରୁ ଅଳିଆ ବାହାରିଲା , ଓ ସେ ଅଳିଆର ବ୍ୟାଗକୁ ଭୁଲ୍ ବଶତଃ ଅଳିଆ ଗଦାରେ ପଇସାର ବ୍ୟାଗ୍ କୁ ପକାଇଦେଇଛି , ଏହାପରେ ଯାହା ହେଲା ତାହା ଆପଣ ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ ।

ଘଟଣାଟି ଚିନ୍ ର ଲବନିଙ୍ଗ୍ ର କୁହାଯାଉଛି , ଏଠାରେ ଜଣେ ବ୍ୟକ୍ତି ଯେବେ ଘରୁ ବ୍ୟାଙ୍କ୍ ପାଇଁ ବାହାରୁଥିଲା , ତେବେ ତା ହାତରେ ଦୁଇଟି ପଇସାର ବ୍ୟାଗ୍ ଥିଲା , ପ୍ରଥମ ବ୍ୟାଗରେ ତା ଘରର ଅଳିଆ ଓ ଦ୍ୱିତୀୟ ବ୍ୟାଗରେ ପଇସା , ଏହି ବ୍ୟକ୍ତି ଯେବେ ଘରୁ ବ୍ୟାଙ୍କ୍ କୁ ବାହାରିଲା ତେବେ ସେ ଭୁଲ୍ ରେ ପଇସାର ବ୍ୟାଗ୍ କୁ ଅଳିଆ ଗଦାରେ ପକାଇଦେଇଥିଲା , ଓ ଅଳିଆର ବ୍ୟାଗକୁ ବ୍ୟାଙ୍କ୍ କୁ ନେଇଆସିଲା , ବ୍ୟାଙ୍କ୍ ରେ ଯେବେ ସେ ପଇସା ଜମା କରିବାକୁ ଗଲା ବେଳକୁ ସେ ଦେଖିବାକୁ ପାଇଲା କି ସେ ପଇସା ବଦଳରେ ତାର୍ ବ୍ୟାଗରେ ଅଳିଆ ଭର୍ତ୍ତି ହୋଇଅଛି , ବ୍ୟକ୍ତି ନିଜର ଭୁଲ୍ ମାନିଲା ଓ ସେ ଦୌଡିକରି   ସେ ଅଳିଆ ଗଦା ପାଖକୁ ଗଲା ,

ଅଳିଆ ଗଦାରେ ଗଲାବେଳକୁ ତାର ପଇସାର ବ୍ୟାଗ୍ ନଥିଲା , ସେହି ବ୍ୟକ୍ତି ବହୁତ ଚିନ୍ତିତ ଥିଲା , ସେହି ପଇସା ତାର ବର୍ଷ ଯାକର ପଇସା ଥିଲ , ଏହାପରେ ସେ ସିଧା ପୋଲିସ୍ ଷ୍ଟେସନ୍ ଗଲା , ଓ ପୁରା ମାମଲା କହିଲା , ପୋଲିସ୍ ଅଳିଆ ଗଦାର୍ ପାଖରେ ଥିବା ସିସିଟିଭି ଫୁଟେଜ୍ ଚେକ୍ କଲେ ଓ ଜାଣିପାରିଲେ କି ଜଣେ ବ୍ୟକ୍ତି ସେହି ଅଳିଆ ଗଦାରୁ ସେ ପଇସାର ବ୍ୟାଗ୍ ନେଇଛି, ଏହି ଭିଡିଓର କ୍ୱାଲିଟି ବହୁତ ଖରାପ ହେବା କାରଣରୁ ସେହି ଆରୋପିର ଚେହେରା ସ୍ପଷ୍ଟ ଦେଖାଯାଉନଥିଲା , ପୋଲିସ୍ ଆରୋପିକୁ ଖୋଜିବାକୁ ବିଫଳ ହେଲା , ଓ ବ୍ୟକ୍ତି ନିରାଶ ହୋଇ ଘରକୁ ଫେରିଲା ,

କିଛି ଦିନ ପରେ ସେ ବ୍ୟକ୍ତିର ପାଖକୁ ଏକ କଲ୍ ଆସିଲା , ଯାହା ତାର ଦୁଃଖକୁ ଖୁସିରେ ପରିଣତ କରିଦେଲା , ଏହି କଲ୍ ପୋଲିସ୍ ର ଥିଲା ,ଯିଏକି ତାଙ୍କୁ ଫୋନ୍ କରି କହିଲେ କି ପଇସାର ଭରା ବ୍ୟାଗ୍ ମିଳିଯାଇଛି , ତାକୁ ନେବାପାଇଁ ପୋଲିସ୍ ଷ୍ଟେସନ୍ ଆସିଯାଆନ୍ତୁ , ବ୍ୟକ୍ତି ଜଣଙ୍କ ବ୍ୟସ୍ତ ବିବ୍ରତ ହୋଇ ପୋଲିସ୍ ଷ୍ଟେସନ୍ ଆସିଲା , ଓ ଜାଣିବାକୁ ପାଇଲା କି ଯେଉଁ ମହିଳା ଏହି ପଇସାର୍ ବ୍ୟାଗ୍ ପାଇଥିଲେ ସେ ଏହାକୁ ଫେରାଇକରି କହିଲେ କି ଅଧିକା ପଇସା ହେବା କାରଣରୁ ତାଙ୍କୁ ରାତିରେ ଭଲ ଭାବେ ନିଦ ହେଉନଥିଲା , ପରେ ସେହି ବ୍ୟକ୍ତି ମହିଳାଙ୍କ ଇମାନଦାରି ଦେଖି ତାଙ୍କୁ ପୁରସ୍କାର ଓ ସହାୟତା କରିଥିବା ଯୋଗୁଁ ୨୦ ହଜାର ନଗଦ ରାଶି ଦେଲେ ,

Leave a Reply

Your email address will not be published. Required fields are marked *