ପ୍ରେସର କୁକରରେ 12ଘଣ୍ଟା ପଶି ରହିଲା ନିରୀହ ଶିଶୁର ମୁଣ୍ଡ, ଡାକ୍ତରମାନେ ମଧ୍ୟ ଟେକିଦେଲେ ହାତ, ତାପରେ…

ପିଲାବେଳ ସମସ୍ତଙ୍କର ସ୍ମରଣୀୟ ହୋଇଥାଏ ଓ ପିଲାବେଳେ ଅନେକ ପ୍ରକାର ଘଟଣା ଏପରି ହୋଇଥାଏ ଯାହା ଜୀବନ ସାରା ପାଇଁ ସ୍ମୃତି ହୋଇ ରାହିଜାଏ କିନ୍ତୁ ଅନେକଥର ଆପଣଙ୍କ ପିଲାବେଳରେ ଯାହା ଆପଣଙ୍କ ଚଞ୍ଚଳତା ହୋଇଥାଏ ତାହା ଆପଣଙ୍କ ନିମନ୍ତେ ଘାତକ ସିଦ୍ଧ ହୋଇଥାଏ । ଓ ଏହାଦ୍ୱାରା ଅନେକ ସମୟରେ ଜୀବନ ଯିବାର ଭୟ ମଧ୍ୟ ଥାଏ । ଆବଶ୍ୟକତା ଅଟେ ଯେ ମାଆ ବାପା ନିଜର ଶିଶୁ ମାନଙ୍କର ଉପରେ ସବୁବେଳେ ଧ୍ୟାନ ଦେବେ । ଆପଣଙ୍କ ଘରେ ମଧ୍ୟ ଶିଶୁ ଥିବେ ଓ ଅନେକ ବେଳେ ସେମାନେ ଖେଳୁଖେଳୁ ନିଜକୁ ଆଘାତଗ୍ରସ୍ତ କରିଦିଅନ୍ତି ଓ କିନ୍ତୁ ଆଜି  ଯେଉଁ ମାମଲା ସାମନାକୁ ଆସିଛି ତାହା ଶୁଣିଲେ ସମସ୍ତେ ଥରିଉଠିବେ । ଏହି ଘଟଣା ଗୁଜୁରାଟର ସୁରାଟର ଅଟେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିବ୍ରତ କରିବା ଭଳି ଖବର ଆଗକୁ ଆସିଛି । ଆପଣଙ୍କୁ ଏହି କଥାର ଅନୁମାନ ନଥିବ ଯେ କିପରି ଟିକେ ଅବହେଳା କାରଣରୁ ଆପଣଙ୍କୁ ଓ ପିଲାଙ୍କୁ ବ୍ୟସ୍ତ କରିପାରେ ।

ନିକଟରେ ଏକ ଏଭଳି ଘଟଣା ସୁରାଟର ପାଣ୍ଡେସରାରେ ଘାତିଯାଇଛି ଯେଉଁଠାରେ ଦୁଇବର୍ଷର ପରୀର ମୁଣ୍ଡ କୁକରରେ ସେହି ସମୟରେ ପଶି ଯାଇଥିଲା ଯେବେ ସେ ଖେଳୁଥିଲା । ଏହି ଘଟଣା ସେତେବେଳେଳ ହୋଇଥିଲା ଯେବେ ମୁକ୍ତି ନଗରରେ ଦୁଇବର୍ଷର ଝିଅ ରୋଷେଇଘରେ ବାସନ ସହ ଖେଳୁଥିଲା । ଅଚାନକ ତାର ମୁଣ୍ଡ କୁକରରେ ଅଟକି ଗଲା । ଏହି ଘଟଣା ହେବାର ପରେ ପରିବାର ଲୋକଙ୍କର ଯେମିତି ଅବସ୍ଥା ଖରାପ ହୋଇଗଲା । ଏଥିରେ ଝିଅର ଜୀବନ ଯିବାର ଅବସ୍ତା ଆସିଯାଇଥିଲା । ସେତେବେଳେ ପରିବାର ଲୋକମାନେ କୁକରରେ ପଶିଥିବା ତାର ମୁଣ୍ଡକୁ ବାହାର କରିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ସଫଳ ହୋଇପାରିଲେ ନାହିଁ ତେଣୁ ସିଭିଲ ହସ୍ପିଟାଲ ଗଲେ ।

ସେମାନେ ଡାକ୍ତରଙ୍କ ପାଖକୁ ଗଲେ ଯେଉଁଠାରେ ସେମାନେ ପ୍ରାୟ ଚାରିଘଣ୍ଟା ପର୍ଯ୍ୟନ୍ତ କୁକରରେ ପଶିଥିବା ଝିଅର ମୁଣ୍ଡକୁ ବାହାର କରିବାକୁ ଚେଷ୍ଟା କଲେ , କିନ୍ତୁ ସେମାନେ ମଧ୍ୟ ବିଫଳ ହେଲେ । ଡାକ୍ତର ମାନେ କହିଲେ ଯେ ସେ କୁକରରୁ ଝିଅର ମୁଣ୍ଡକୁ ବାହାର କରିପାରିବେ ନାହିଁ । ଏବେ କୁକରକୁ କାଟିବାର ରାସ୍ତା ଏକମାତ୍ର ବିକଳ୍ପ ଥିଲା । ତାପରେ ସେମାନେ କହିଲେ ଯେ ଆପଣ ମାନେ ଝିଅକୁ କୌଣସି କମାର ପାଖକୁ ନେଇଯାନ୍ତୁ , ଯିଏ କି କୁକରକୁ କାଟି ପାରିବ । ଶେଷରେ ନିରାଶ ହୋଇ ଘରଲୋକେ ଝିଅକୁ କମାର ପାଖକୁ ଆଣିଲେ । କମାର କୁକରକୁ କାଟି ସେଥିରେ ପଶିଥିବା ଝିଅର ମୁଣ୍ଡକୁ ବାହାର କଲା।

ଏହି ପ୍ରଚେଷ୍ଟାରେ ପ୍ରାୟ 12ଘଣ୍ଟା ପର୍ଯ୍ୟନ୍ତ ଝିଅର ମୁଣ୍ଡ କୁକରରେ ପଶିରହିଥିଲା କିନ୍ତୁ ଭାଗ୍ୟ ଭଲ ଯେ ଭଲରେ କୁକର ମଧ୍ୟରୁ ମୁଣ୍ଡ ବାହାରିବ ପରେ ଘରଲୋକେ ଶାନ୍ତିରେ ନିଶ୍ଵାସ ନେଲେ । ଏହି ଘଟଣା ଶନିବାର ରାତିରେ ଘଟିଥିଲା । ଦୁଇବର୍ଷ ର ପରୀ ଖେଳୁଥିଲା , ସେତେବେଳେ ତାର ମୁଣ୍ଡ କୁକର ରେ ପଶିଗଲା । ପରୀର ବାପା ଆଶୁତୋଷ ତିୱାରି ଓ ଅନ୍ୟ ସମ୍ପର୍କୀୟ ମାନେ ମିଳିମିଶି ତାର ମୁଣ୍ଡ କୁକରରୁ ବାହାର କରିବାକୁ ଚେଷ୍ଟା କଲେ । ପରେ ସିଭିଲ ହସ୍ପିଟାଲ ନେଇଗଲେ ।

କର୍ତ୍ତ୍ୟବରତ ଡାକ୍ତର ମଣ୍ଡଳ ତାକୁ ସର୍ଜରୀ ୱାର୍ଡ ପଠେଇଦେଲେ , ସେହି ସମୟରେ ଝିଅଟି ବହୁତ ଡରିଯାଇଥିଲା । ଡାକ୍ତରମାନେ ପ୍ରାୟ 4ଘଣ୍ଟା ପରିଶ୍ରମ କଲେ କିନ୍ତୁ ସଫଳ ହୋଇପାରିଲେ ନାହିଁ ଓ ନାସ୍ତିସୂଚକ ବାଣୀ ଜଣେଇଦେଲେ । । ସେତେବେଳେ ଝିଅକୁ କମାର ପାଖକୁ ନେଇଗଲେ । ଏହି ଘଟଣା କାହା ସହିତ ମଧ୍ୟ ଘଟିପରେ ଏଥିପାଇଁ ଧ୍ୟାନ ରଖନ୍ତୁ ଯେ ଅପ୍ନା ନିଜର ଶିଶୁକୁ ନେଇ ସାବଧାନ ରହିବେ ନହେଲେ କେତେବେଳେ କଣ ହୋଇଯିବ କିଛି କହିହେବ ନାହିଁ । ଏଥିରେ ଛୁଆର ଜୀବନ ମଧ୍ୟ ଯାଇପାରେ ।

Leave a Reply

Your email address will not be published. Required fields are marked *