ଭିକାରିର ହେଲା ମୃତ୍ୟୁ , ଚାଳ ଘରୁ ବାହାରିଲା ଏତେ ପଇସା କି ଗଣୁ ଗଣୁ ପୋଲିସ୍ ଙ୍କ ଝାଳ ବାହାରିଗଲା..

ମୁମ୍ବାଈ ହାର୍ବର ରେଲୱେ ମାର୍ଗରେ ଗୋବଣ୍ଡି ଷ୍ଟେସନରେ ଶୁକ୍ରବାର ରାତିରେ ରେଲୱେ ଟ୍ରାକ୍ ରେ ପାର କରୁଥିବା ସମୟରେ ଏକ ଭିକାରୀର ମୃତ୍ୟୁ ହୋଇଯାଇଥିଲା,  ସେ ଗୋବଣ୍ତି ଷ୍ଟେସନରେ ଭିକ ମାଗୁଥିଲା , ପୋଲିସ୍ ସୋମବାର ଯେବେ ତାର ଚାଳଘରକୁ ତଲାସି କଲେ ତେବେ ପ୍ରାୟ ୧,୫ ଲକ୍ଷ ଟଙ୍କାର ରେଜା ପଇସାର ବୋରି , ବ୍ୟାଙ୍କ୍ ରେ ୮,୭୭ ଲକ୍ଷର ଏଫ୍ ଡି କାଗଜପତ୍ର ଜବତ କଲେ ,ହାର୍ବର ରେଲୱେ ଷ୍ଟେସନ ମାର୍ଗରେ ଗୋବଣ୍ତି ଷ୍ଟେସନରେ ଭିକ ମାଗୁଥିବା ବିରାବିଚନ୍ଦ ଆଜାଦ୍ ୭୦ ବର୍ଷ ଗୋବଣ୍ତି ରେଲୱେ ଷ୍ଟେସନରେ ପାସ୍ କରୁଥିବା ନାଳ ପାଖରେ ଚାଳଘରେ ରହୁଥିଲା ,

ଶୁକ୍ରବାର କୁ ବିଳମ୍ବିତ ରାତ୍ରୀ ସମୟ ରେଲୱେ ଟ୍ରାକ୍ ପ୍ରା କରୁଥିବା ସମୟରେ ସେ ଆଘାତପ୍ରାପ୍ତ ହୋଇଥିଲା,  ତାକୁ ତୁରନ୍ତ ଘାଟକୋପର ରାଜବାଡି ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଦେଲେ ।ରେଲୱେ ପୋଲିସ୍ ତାର ଶବକୁ ପରିବାର ଲୋକଙ୍କୁ ଦେବାପାଇଁ ସଂମ୍ପର୍କିୟଙ୍କ ଖୋଜା ଆରମ୍ଭ କଲା , ତାଙ୍କର ସଂମ୍ପର୍କୀୟଙ୍କ କିଛି ପତ୍ତା ମିଳିଲା ନାହିଁ ,

ଏହିସମୟରେ ପୋଲିସ୍ ରେଲୱେ ଷ୍ଟେସନ ପାଖରେ ତାର ଚାଳଘର ଥିବାର ସୁଚନା ଦେଲେ , ପୋଲିସ୍ ଟିମ୍ ଆଜି ଯେବେ ସେହି ଚାଳଘରକୁ ଖୋଜା କଲେ ତେବେ ରେଜା ପଇସାରେ ଭରା ହୋଇଥିବା ଚାରୋଟି ବସ୍ତା ମିଳିଲା , ଗଣୁଥିବା ପ୍ରାୟ ୧,୫ ଲକ୍ଷର ରେଜା ପଇସା ମିଳିଲା , ଏହା ସହ ୮,୭୭ ଲକ୍ଷର ଟଙ୍କାର ଏଫ୍ ଡି କାଗଜପତ୍ର ମିଳିଲା , ଏବେ ପୋଲିସ୍ ତାଙ୍କର ଘର ଲୋକଙ୍କର ଛାନବିନ୍ କରୁଛି ।

Leave a Reply

Your email address will not be published. Required fields are marked *