ସ୍ୱାମୀ ଓ ପୁଅର ସାଙ୍ଗେ ଫଙ୍କସନ୍ ରେ ପହଞ୍ଚିଲେ ଆୟଶା ଟାକିଆ , ଲାଟେଷ୍ଟ ଫଟୋରେ ଚିହ୍ନିବା ହେଲା ମୁସକିଲ୍ – ଲୋକ କହିଲେ..

ଆୟଶା ଟାକିଆ ବଲିଉଡ୍ ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି , କିନ୍ତୁ କିଛି ଫିଲ୍ମରେ ତାଙ୍କର ଅଭିନୟ ଏତେ ଖାସ୍ କମାଲ୍ କରିପାରିନଥିଲା , ପରିଶେଷରେ ସେ ୨୦୧୧ ରେ ଆସିଥିବା ମୋଡ୍ ରେ ଦେଖାଦେଇଥିଲେ , ହିନ୍ଦୁ ପରିବାରରେ ଜନ୍ମ ନେଇଥିବା ଆୟଶା ଟାକିଆ ଫରହାନ୍ ଆଜମୀଙ୍କୁ ବିବାହ କରିଥିଲେ , ଫରହାନ୍ ଙ୍କୁ ବାହା ହେବାହେବାପାଇଁ ସେ ନିଜର ଧର୍ମ ବଦଳାଇଦେଲେ , ଆୟଶା ଟାକିଆ ଓ ଫରହାନ୍ ଆଜମୀ ଙ୍କ ବିବାହ ୨୦୦୯ ରେ ହୋଇଥିଲା,  ଦୁହେଁ ବହୁତ ଲମ୍ବା ସମୟରୁ ପରସ୍ପରଙ୍କୁ ଡେଟ୍ କରୁଥିଲେ , ବାହାଘର ପରେ ଆୟଶା ଏକ ପଲିଟିସିଆନ୍ ଖାନଦାନର ବୋହୁ ହେଲେ , ଆୟଶାଙ୍କ ଶଶୁରଙ୍କ ନାଁ ଅବୁ ଆଜମୀ ଅଟେ , ଯିଏକି ବଡ ରାଜନେତା ଅଟନ୍ତି ।

ଆୟଶା ବହୁତଥର ନିଜର ଲୁକ୍ସ କୁ ନେଇ ଟ୍ରୋଲ୍ ର ଶିକାର ହୁଅନ୍ତି , ଏବେ କିଛି ଦିନ ହେବ ଆୟଶାଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା,  ଯେଉଁଠି ସେ ବିଲକୁଲ୍ ବଦଳିଯାଇଥିବାର ନଜର ଆସିଥିଲେ , ଏହି ଫଟୋ ଦେଖିବାପରେ ଫ୍ୟାନ୍ସ ଅପେକ୍ଷା କରିଥିଲେ କି ଆୟଶା ସର୍ଜରୀ କରାଇଛନ୍ତି , ଓ ଲୋକେ ବହୁତ ଟ୍ରୋଲ୍ କରିଥିଲେ , ଏମିତିରେ ଏବେ ଆୟଶାଙ୍କ କିଛି ଲାଟେଷ୍ଟ ଫଟୋ ସାମ୍ନାକୁ ଆସିଛି , ଯେଉଁଠି ସେ ନିଜ ସ୍ୱାମୀ ଓ ଛୁଆଙ୍କ ସହ ଦେଖାଦେଇଥିଲେ , ଆୟଶା ଓ ଫରହାନ୍ ଙ୍କ ପୁଅଙ୍କ ନାଁ ମିକାଇଲ୍ ଆଜମୀ ଅଟେ,  ମିକାଇଲ୍ ଅଧିକା ଲାଇମ୍ ଲାଇଟ୍ ରେ ରୁହନ୍ତି ନାହିଁ , କିନ୍ତୁ ଦେଖିବାକୁ ବହୁତ କ୍ୟୁଟ୍ ଲାଗନ୍ତି ।

ଆୟଶା ନିଜ ସାଙ୍ଗଙ୍କ ବାହାଘରରେ ସାମିଲ୍ ହେବାପାଇଁ ପହଞ୍ଚିଥିଲେ , ତେବେ ଫଟୋଗ୍ରାଫର୍ସ ତାଙ୍କର ଫଟୋ ଉଠାଇଥିଲେ , ଆୟଶା ନିଜ ସ୍ୱାମୀଙ୍କ ସହ ବେଶ୍ ଖୁସି ଜଣାପଡୁଥିଲେ , ଏହି ଫଟୋରେ ଆୟଶା ବହୁତ ସୁନ୍ଦର ଦେଖାଯାଉଛନ୍ତି , ଆୟଶାଙ୍କ ଏହି ଫଟୋଗୁଡିକ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି , ଯେଉଁଠି କିଛି ଲୋକ ଆୟଶାଙ୍କୁ ସୁନ୍ଦର ଲାଗୁଛନ୍ତି ବୋଲି କହିଛନ୍ତି ଓ ଆଉକିଛି ତାଙ୍କୁ ଟ୍ରୋଲ୍ କରିଛନ୍ତି । କହିଦେବୁ କି ବାହାଘରରେ ସାମିଲ୍ ହେବାପାଇଁ ଆୟଶା ବ୍ରାଉନ୍ କଲରର ପ୍ଲାଜୋ ସୁଟ୍ ପିନ୍ଧିଥିଲେ,  ଏହା ଛଡା ଗଳାରେ ସେ ଏକ ନେକଲେସ୍ ପିନ୍ଧିଥିଲେ , ତାହା ଶଅ ନ୍ୟୁଡ୍ ମେକଅପ୍ ଓ ଖୋଲା ବାଳ ଦ୍ୱାରା କେଉଁ ଅପସରାରୁ କମ୍ ଲାଗୁନଥିଲେ,  ତାଙ୍କର ସ୍ୱାମୀ ଫରହାନ୍ ନେଭି ବ୍ଲୁ କଲରର ଶେରୱାନୀ ପିନ୍ଧିଥିଲେ ।

ଆୟଶା ନିଜ ଫିଲ୍ମୀ କ୍ୟାରିୟର ଆରମ୍ଭ ୨୦୦୪ ରେ କରିଥିଲେ , ଯାହାକି ଟାର୍ଜନ୍ ଦି ୱାଣ୍ତର କାର୍ ଥିଲା, ଏହି ଫିଲ୍ମରେ ତାଙ୍କ ସହ ବତ୍ସଲ ସେଠ ନଜର ଆସିଥିଲେ , ଫିଲ୍ମ ବକ୍ସ ଅଫିସ୍ ରେ ପ୍ଲପ୍ ହୋଇଥିଲା , ଏହାପରେ ଆୟଶା ଦିଲ୍ ମାଙ୍ଗେ ମୋର୍  ସୋଚା ନା ଥା , ୮x୧୦ ତସବିର୍ ସଲାମେ ଇସ୍କ୍, ଡୋର୍ , ସଣ୍ତେ, ଶାଦୀ ସେ ପେହେଲେ , ନୋ ସ୍ମୋକିଙ୍ଗ୍ ପରି ବହୁତ ଫିଲ୍ମରେ ନଜର ଆସିଥିଲେ , କିନ୍ତୁ ଆୟେଶାଙ୍କ ଆଜି ବି ସେହି ଫିଲ୍ମ ଯାହାକି ୱାଣ୍ଟେଡ୍ ଲୋକେ ମନେ ରଖିଛନ୍ତି , ଏହି ଫିଲ୍ମ ଆୟେଶାଙ୍କ କ୍ୟାରିୟରରେ ସବୁଠାରୁ ସଫଳ ଫିଲ୍ମ ଥିଲା , ଏଥିରେ ସେ ବଲିଉଡ୍ ସୁପର୍ ଷ୍ଟାର୍ ସଲମାନ ଖାନ୍ ଙ୍କ ସହ କାମ କରିଥିଲେ , ଏବେ ବହୁତ ସମୟରୁ ଆୟଶା ବଡ ପର୍ଦାରୁ ଦୂରେଇ ରହିଛନ୍ତି , କିନ୍ତୁ ସମୟରେ ସେ ମିଡିଆର୍ ଚର୍ଚିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *