ସାତ ମହଲାରୁ ଡେଇଁଲା ପତ୍ନୀ ସେତେବେଳେ ଚୁଟି ଧରି ଓହଳି ପଡିଲା ସ୍ୱାମୀ, ଦେଖନ୍ତୁ ତାପରେ କଣ ହେଲା..

ଏମିତିରେ ତ ସାଧାରଣତଃ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଛୋଟମୋଟ ପାଟିତୁଣ୍ଡ ଚାଲେ, କିନ୍ତୁ ଆଜି ଆମେ ଆପଣମାନଙ୍କୁ ସ୍ଵାମୀ ସ୍ତ୍ରୀ ଙ୍କର ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ , ଯେଉଁ ବିଷୟରେ ଜାଣିବା ପରେ ଆପଣ ସ୍ତମ୍ଭୀଭୂତ ହୋଇଯିବେ । ଜେନିଦେଉଛୁ ଯେ ଏହି ଘଟଣା ଚୀନର ପଶ୍ଚିମୋତ୍ତର ପ୍ରାନ୍ତ ଶନକ୍ସିର ଅଟେ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ପାରିବାରିକ ବିବାଦ କାରଣରୁ ଏଠାରେ ଜଣେ ତିରିଶ ବର୍ଷୀୟ ମହିଳା ସପ୍ତମ ମହଲାରୁ ଡେଇଁବା ନିମନ୍ତେ ଲମ୍ଫ ଦେଇଥିଲେ ।ଏହି ସମୟରେ ସ୍ଵାମୀ ନିଜର ସ୍ତ୍ରୀଙ୍କର ଜୀବନ ବଞ୍ଚେଇବାକୁ ଯାଇ ତାଙ୍କର ଚୁଟି ଧରି ପକେଇଲେ ଓ ଯେପର୍ଯ୍ୟନ୍ତ ପୋଲିସ ପହଞ୍ଚି ନଥିଲା ସେପର୍ଯ୍ୟନ୍ତ ସେ ନିଜ ପତ୍ନୀଙ୍କ ଚୁଟି ଧରି ରହିଥିଲେ । ଜଣେଇଦେଉଛୁ ଯେ କମସେ କମ ତିନି ମିନିଟ ପର୍ଯ୍ୟନ୍ତ ଏହିଭଳି ଓହଳି ରହିବାପରେ ପୋଲିସ ସେହି ମହିଳାଙ୍କ ଜୀବନ ବଞ୍ଚେଇଦେଲେ । ଏହି ପୁରା ଘଟଣା ଜଣେ ପୋଲିସବାଲା ପାଖରେ ଥିବା କ୍ୟାମେରାରେ ରେକର୍ଡିଙ୍ଗ ହୋଇ ରହିଗଲା ।

ହଁ ଆଜ୍ଞା ଏହି ଭିଡିଓରେ ପରିଷ୍କାର ଦେଖାଯାଉଛି ଯେ କିପରି ବହୁତ ପୋଲିସକର୍ମୀ ମିଶି ପାଇପଲାଇନ ଓ କଂକ୍ରିଟ ବ୍ୟରିଆରସାହାଯ୍ୟରେ ସେହି ମହିଳାଙ୍କ ନିକଟରେ ପହଞ୍ଚିଲେ ଓ ତାଙ୍କର ଜୀବନ ବଞ୍ଚିଗଲା। ଏହାଛଡା ଜଣେଇଦେଉଛୁ ଯେ ଯଦି ପୋଲିସ ଠିକ ସମୟରେ ଉପସ୍ଥିତ ହୋଇନଥାନ୍ତେ ତେବେ ସ୍ଵାମୀଙ୍କ ହାତରୁ ମହିଳାଙ୍କ ଚୁଟି ଖସିଯାଇଥାନ୍ତା ଓ ମହିଳାଙ୍କ ଜୀବନ ମଧ୍ୟ ଯାଇଥାନ୍ତା । କିନ୍ତୁ ପୋଲିସ ସଠିକ ସମୟରେ ପହଞ୍ଚି ଯାଇଥିଲା । ଯେଉଁଥିପାଇଁ ମହିଳାଙ୍କ ଜୀବନ ବଞ୍ଚିଗଲା ।

ପତି ପତ୍ନୀଙ୍କ ଏହି ବିବାଦରେ ଭୁଲ କାହାର ଥିଲା, ଏହା ତ କହିବ କଷ୍ଟ ଅଟେ, କିନ୍ତୁ ସ୍ଵାମୀ ଯେଉଁଭଳି ସାହସ ସହିତ ନିଜ ସ୍ତ୍ରୀଙ୍କ ଜୀବନ ବଞ୍ଚେଇଲେ, ତାହା ଦେଖି ତ ଏହା ଲାଗୁଛି ଯେ ସ୍ଵାମି ନିଜର ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି । ନହେଲେ ଏତେ କଷ୍ଟର ସମ୍ମୁଖୀନ ହୋଇ ଓ ନିଜ ସ୍ତ୍ରୀର ଚୁଟି ଧରି ସେ ତାଙ୍କୁ ବଞ୍ଚେଇବାର ଚେଷ୍ଟା କେବେ କରିନଥାନ୍ତେ। ଏହି ଘଟଣାରୁ ଏହା ପ୍ରମାଣିତ ହେଉଛି , ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର କେତେ ବଡ ହୋଇଥାଉ ନା କାହିଁକି , କିନ୍ତୁ ପରସ୍ପରକୁ ଖୁସି ଓ ସୁରକ୍ଷିତ ରଖିବା ନିମନ୍ତେ ସେମାନେ କିଛି ବି କରିପାରିବେ ଓ ଆଜି ଏହି ମହିଳାଙ୍କ ସ୍ଵମତି ଏହା କରି ଦେଖେଇ ଦେଇଛନ୍ତି

Leave a Reply

Your email address will not be published. Required fields are marked *