ପୂଜା ସାମଗ୍ରୀ ବଦଳରେ ପାଣିରେ ଭସେଇଦେଲେ ଏପରି ଅମୂଲ୍ୟ ଜିନିଷ, ଜଣାପଡିଲା ପରେ ପାଦ ତଳୁ ମାଟି ଖସିଗଲା…

ପୂଜା ପରେ ବଳକା ସାମଗ୍ରୀ ଅଧିକ ଦିନ ଘରେ ରଖିବା ଅଶୁଭ ହୋଇଥାଏ ଏଥିପାଇଁ ଲୋକମାନେ ଏହାକୁ ନଦୀ କିମ୍ବା କେନାଲରେ ପ୍ରବାହିତ କରିଦିଅନ୍ତି । କିନ୍ତୁ ଏକ ଏପରି ପରିବାର ଅଛି ଯାହାଙ୍କୁ ପୂଜା ସାମଗ୍ରୀ ନଦୀରେ ପ୍ରବାହିତ କରିବା ଏପରି ମହଙ୍ଗା ପଡିଗଲା ଯେ ଏବେ ସମସ୍ତଙ୍କର ଚେତା ଉଡିଯାଇଛି । ଘରର ସମସ୍ତ ସଦସ୍ୟ ସେହି ସମୟକୁ ଗାଳି ଦେଉଛନ୍ତି , ଯେବେ ସେମାନେ ପୂଜା ସାମଗ୍ରୀ କୁ ନଦୀରେ ପ୍ରବାହିତ କଲେ। ଏବେ ଏହି ଲୋକମାନେ କେବଳ ଏହା ଭାବୁଛନ୍ତି ଯେ ଶେଷରେ ସେମାନଙ୍କ ଦ୍ଵାରା ଏତେବଡ ଭୁଲ ହେଲା କିପରି ।ପ୍ରକୃତରେ ଏହି ମାମଲା ପଞ୍ଜାବର ସଙ୍ଗରୁର ର । ଯେଉଁଠାରେ ଏକ ପରିବାରକୁ କେନାଲରେ ପୂଜାସମଗ୍ରୀ ପ୍ରବାହିତ କରିବା ବହୁତ ମହଙ୍ଗା ପଡିଗଲା ।

କାରରେ ବସି ପରିବାର ଏକ ଲଫାଫାରେ ପଡିଥିବା ପୂଜାସମଗ୍ରୀକୁ ନଦୀରେ ପ୍ରବାହିତ କରିବାର ଥିଲା , ଏମାନେ ଚଳନ୍ତା କାରରୁ ଲଫାଫା ନଦୀରେ ଫିଙ୍ଗି ତ ଦେଲେ, କିନ୍ତୁ ଯେବେ ଘରେ ପହଞ୍ଚିଲେ ତ ସେମାନଙ୍କ ପାଦ ତଳୁ ମାଟି ଖସିଗଲା । ପ୍ରକୃତରେ ଏହି ପରିବାର ପୂଜାସମଗ୍ରୀ ବଦଳରେ ସୁନା ଚାନ୍ଦି ଗହଣା ଥିବା ଲଫାଫା କେନାଲରେ ଫିଙ୍ଗିଦେଲେ । କାରରେ ଦୁଇଟି ଲଫାଫା ଥିଲା । ଗୋଟିକରେ ପୂଜାସମଗ୍ରୀ ମାନେ ଧୂପ ଓ ଅଗରବତୀର ପାଉଁଶ ଥିଲା । ଯେତେବେଳେ କି ଦ୍ଵିତୀୟ ଲଫାଫା ରେ ଗହଣା ଥିଲା । ସେମାନେ ଲଫାଫା କେନାଲରେ ପ୍ରବାହିତ କଲେ ତାହା ଗହଣା ଭର୍ତ୍ତି ଥିଲା । ଲଫାଫା ରେ ପ୍ରାୟ ଦାଶ ତୋଳା ସୁନା ଓ ଅଧକିଲୋ ଚାନ୍ଦିର ଗହଣା ଥିଲା ।

ହୋଇଥିଲା ଏହା ଯେ ଲଖବିର ଚାନ୍ଦଙ୍କ ପରିବାର କୌଣସି ସମାରୋହକୁ ଯାଉଥିଲେ । ଭାବିଲେ ଯେ ରାସ୍ତାରେ ପଡୁଥିବା କେନାଲରେ ପୂଜାସମଗ୍ରୀ ମଧ୍ୟ ପ୍ରବାହିତ କରିଦେବେ । ସମସ୍ତ ସାମଗ୍ରୀ ଲଫାଫାରେ ପୁରେଇ ସେମାନେ ଅନ୍ୟ ସାମଗ୍ରୀ ସହ ଗାଡିରେ ରଖିଦେଲେ । ଗାଡି ଭବାନିଗଡର ନଦାମପୁର ବାଇପାସ ପାଖରେ ଥିବା କେନାଲ ଉପରେ ରହିଲା । ଯେଉଁଠାରେ ସେମାନେ କାର ଭିତରୁ ଲଫାଫା ବାହାରକଲେ ଓ କେନାଲରେ ଫିଙ୍ଗିଦେଲେ । ଏତିକି ନୁହେଁ ସେମାନଙ୍କୁ ନିଜର ଭୁଲର ଅନୁଭବ ସେତେବେଳେ ହେଲା ଯେବେ ସେମାନେ ଘରେ ପହଞ୍ଚିଗଲେ । ଦେଖିଲାବେଳକୁ ପାଉଁଶ ଥିବା ଲଫାଫା ଗାଡିରେ ପଡିଛି , ଓ ସୁନା ଚାନ୍ଦି ବାଲା ଲଫାଫା ସେଠାରେ ନଥିଲା । ସେମାନଙ୍କୁ ଜ୍ଞାନ୍ତ ହୋଇଗଲା ଯେ ସେମାନେ ଯେଉଁ ଲଫାଫା ନଦୀରେ ପ୍ରବାହିତ କରିଥିଲେ , ତାହା ଗହଣା ବାଲା ହିଁ ଥିଲା । ତାପରେ ଘରେ ଦୁଃଖର ବାତାବରଣ ଖେଳିଗଲା ।

ଯେମିତି ସେମାନେ ଜାଣିଲେ ଯେ ଗହଣା ବାଲା ଲଫାଫା କେନାଲରେ ପ୍ରବାହିତ ହୋଇଯାଇଛି , ଓଲଟା ପାଦରେ ପରିବାର ପୁଣି କେନାଲ ପାଖରେ ପହଞ୍ଚିଲେ । ସେମାନେ ଏହାର ସୂଚନା ପୋଲିସକୁ ମଧ୍ୟ ଦେଲେ। ତାସହ ବୁଡାଳିଙ୍କ ସହାୟତାରେ କେନାଲରେ ଗହଣା ଖୋଜିବାର ପ୍ରୟାସ କରାହେଲା , କିନ୍ତୁ ନିରାଶା ବ୍ୟତୀତ ଆଉ କିଛି ହାତକୁ ଆସିଲା ନାହିଁ । କାରଣ ଯାହା ଘଟିବାର ଥିଲା ତାହା ଘଟି ସାରିଥିଲା । ଯେମିତି ଯେମିତି କଥା ସେହି ଅଞ୍ଚଳରେ ବ୍ୟାପ୍ତ ହେଲା, ଘଟଣାସ୍ଥଳରେ ଲୋକଙ୍କର ଭିଡ ଜମିବାରେ ଲାଗିଲା । ଅଧିକ ଭିଡକୁ ଦେଖି ପୋଲିସ କଡା ପଦକ୍ଷେପ ପରେ ଲୋକଙ୍କୁ ସେଠାରୁ ହଟେଇଦେଲା । ପୋଲିସ ଅଧିକାରୀ ରାଜବନ୍ତ ସିଂହଙ୍କ ଅନୁଯାୟୀ ପୀଡିତ ଏହାର ସୂଚନା ପୋଲିସ ଷ୍ଟେସନକୁ ଫୋନ ଜରିଆରେ କରିଦେଇଥିଲେ , ଯାହାପରେ ପୋଲିସଦଳ ଘଟଣାସ୍ଥଳରେ ଉପସ୍ଥିତ ହୋଇଥିଲେ । ତାଙ୍କ ସହାୟତା ପାଇଁ ଦୁଇଜଣ ବୁଡାଳିଙ୍କୁ ପଟିୟାଲାରୁ ଡକାଯାଇଥିଲା , କିନ୍ତୁ ତାଙ୍କର ଲକ୍ଷେ ଚେଷ୍ଟା ପରେ ମଧ୍ୟ ହାତକୁ କିଛି ଆସିଲା ନାହିଁ ।

Leave a Reply

Your email address will not be published. Required fields are marked *