ରାତିରେ ମାଟି ତଳୁ ଆସୁଥିଲା ଅଦ୍ଭୁତ ଶବ୍ଦ, ଘରର ଚଟାଣ ଭାଙ୍ଗିବାରୁ ଦେଖିଲେ ଚମକେଇଲା ଭଳି ଦୃଶ୍ୟ..

ଧନବାଦର ପାଣ୍ଡରପାଲାରେ ଗୋଟିଏ ପରିବାରକୁ ଅନେକ ଦିନରୁ ଗୋଟିଏ କଥାର ଆଶଙ୍କା ଥିଲା ଯେ ସେମାନେ ଯେତେବେଳେ ରାତିରେ ଶୋଇବାକୁ ଯାଉଥିଲେ ତ ତାଙ୍କ ଅଗଣାରୁ ମାଟି ତଳୁ କିଛି ଶବ୍ଦ ଆସୁଥିଲା । ସେମାନଙ୍କୁ ଏପରି ଲାଗୁଥିଲା ଯେ ଜେଭଳି କୌଣସି ସାପର ଫୁତ୍କାର ହୋଇଥିବ କିନ୍ତୁ ସେମାନଙ୍କୁ କେବେ କିଛି ଦୃଶ୍ୟ ହୋଇନଥିଲା । ପରିବାର ଏହାକୁ ଗମ୍ଭୀରତାର ସହ ନେଲେ ଓ ସେମାନେ ଏକ ସ୍ନେକ ସେଭରଙ୍କ ସହ ସମ୍ପର୍କ କଲେ। ଶୁକ୍ରବାର ଦିନ ଯେବେ ସ୍ନେକ ସେଭର ଯାଞ୍ଚ କରିବା ପରେ ଅଗଣାରେ ନିର୍ମିତ ଚଟାଣର ପ୍ଲାଷ୍ଟର ଭାଙ୍ଗିଲେ ତ ସେ ଦୃଶ୍ୟ ଦେଖି ସ୍ତମ୍ବିଭୂତ ହୋଇଗଲେ ।

ଯେବେ ପ୍ଲାଷ୍ଟର ଭଙ୍ଗାହେଲା ତ ତା ତଳେ ଅନେକ ଗୁଡିଏ ଅଣ୍ଡା ସହିତ ଏକ ନାଗୁଣୀ ବାହାରିଲା । ଜଣେଇଦେଉଛୁ ଯେ ପରିବାରର ସଦସ୍ୟ ଯେବେ ମଧ୍ୟ ଅଗଣାକୁ ରାତିରେ ଯାଉଥିଲେ ତ ନାଗୁଣୀ ନିଜର ଅଣ୍ଡାର ସୁରକ୍ଷା ନିମିତ୍ତ ଫୁତ୍କାର ଛାଡୁଥିଲା । ଯଦିଓ କାହାକୁ ମଧ୍ୟ ସାପ କେବେ ଦେଖାଯାଇନଥିଲା ଓ ଏହି କାରଣରୁ ସବୁବେଳେ କିଛି ଅନ୍ୟ ଭାବି ଏହାକୁ ଟାଳି ଦେଉଥିଲେ ତୋ ଏହି କାରଣ ଅଟେ ଯେ ସେମାନଙ୍କୁ ଏକଥା ବୁଝିବାରେ ବହୁତ ସମୟ ଲାଗିଗଲା ଯେ ତାଙ୍କ ନିଜ ଘରେ ନାଗୁଣୀ ନିଜର ଘର କରିସାରିଛି ଓ ତାଙ୍କ ଘରେ ସାପ ପାଳିତ ହେଉଛନ୍ତି ।

କୁହାଯାଉଛି ଯେ ନାଗୁଣୀକୁ କାବୁ କରିବାରେ ସ୍ନେକ ସେଭର ଦଳର ଝାଳ ବୋହିଗଲା । ସେ କହିଲେ ଯେ ଯେବେ ପରିବାରର ସଦସ୍ୟ ଏହି ସମସ୍ୟା ନେଇ ତାଙ୍କ ସହ ସାକ୍ଷାତ କଲେ ତୋ ଫୁତ୍କାର କଥା କହିଲେ ସେତେବେଳୁ ଆମେ ବୁଝିଯାଇଥିଲୁ ଯେ ଏଠାରେ ନିଶ୍ଚିତ ସାପ ରହିଛି । ନାଗୁଣୀ ମୋଟ 16ଅଣ୍ଡା ଦେଇଥିଲା ଯାହାର ସେ ବହୁତ ସତର୍କତାର ସହ ପହରା ଦେଉଥିଲା ।

Leave a Reply

Your email address will not be published. Required fields are marked *