୯୯% ଲୋକମାନେ ଜାଣନ୍ତି ନାହିଁ ପାଦର ଦ୍ଵିତୀୟ ଆଙ୍ଗୁଠିର ବଡ ହେବାର ପ୍ରକୃତ ଅର୍ଥ, ଥରେ ପଢନ୍ତୁ ନିଶ୍ଚିତ..

ବନ୍ଧୁଗଣ ଜ୍ୟୋତିଷ ମାନଙ୍କ ଦ୍ଵାରା ହସ୍ତରେଖା ଓ ମସ୍ତିଷ୍କରେଖା ସହ ବହୁତ ଦୀର୍ଘ ସମଯରୁ ଶରୀରର ବାକି ଅଙ୍ଗରୁ ଲୋକଙ୍କର ବିଷୟରେ ଆକଳନ କରାଯାଉଛି । ଜଣେଇ ଦେଉଛୁ ଯେ ଜ୍ୟୋତିଷ ହସ୍ତରେଖା ଦେଖି ଭବିଷ୍ୟ କହିଥାନ୍ତି । ଆମ ଶରୀରର ଅନ୍ୟ କେତେକ ଏଭଳି ଅଙ୍ଗ ଅଛି ଯାହାକୁ ଦେଖି ଭବିଷ୍ୟବାଣୀ କରାଯାଇପାରେ । ଏଥିମଧ୍ୟରୁ ଏକ ହେଲା ଆପଣ ପାଦର ଆଙ୍ଗୁଠି ଗୁଡିକ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କିଛି ତଥ୍ୟ କହିବାକୁ ଯାଉଛୁ ।ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଶରୀରର ସମସ୍ତ ସରଞ୍ଚନା ଆପଣଙ୍କ ବ୍ୟକ୍ତିତ୍ବ କିମ୍ବା ଭବିଷ୍ୟ ବିଷୟରେ କହିଥାଏ। ଆପଣଙ୍କ ପାଦର ଦ୍ଵିତୀୟ ଆଙ୍ଗୁଠି ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ବ ଓ ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ । ଏପରି ଲୋକ ଯେଉଁମାନଙ୍କର ପାଦର ଦ୍ଵିତୀୟ ଆଙ୍ଗୁଠି ବୁଢା ଆଙ୍ଗୁଠି ସହ ସମାନ ହୋଇଥାଏ ସେମାନେ ସମାଜରେ ନିଜର ପରିଶ୍ରମୀ ବ୍ୟକ୍ତିତ୍ଵ ଯୋଗୁ ପରିଚିତ ହୋଇଥାନ୍ତି ।

ଏପରି ଲୋକମାନେ ପରିଶ୍ରମ ଉପରେ ବିଶ୍ବାସ ରଖନ୍ତି ଓ ଯେକୌଣସି ଆହ୍ଵାନକୁ ହାର ମାନନ୍ତି ନାହିଁ । ଏପରି ଲୋକମାନେ ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖନ୍ତି । ଏପରି ଲୋକେ ନିଜ ଆଖପାଖର ଲୋକଙ୍କ ମଧ୍ୟରେ ମଧ୍ୟ ସକାରାତ୍ମକ ବିଚାରର ପ୍ରସାର କରନ୍ତି ଏଥିପାଇଁ ଏମାନେ ସମାଜରେ ବହୁତ ସମ୍ମାନ ପାଇଥାନ୍ତି ।

ଅନ୍ୟପକ୍ଷରେ ଯଦି ଆପଣଙ୍କ ପାଦର ଦ୍ଵିତୀୟ ଆଙ୍ଗୁଠି ଆପଣଙ୍କ ବୁଢା ଆଙ୍ଗୁଠି ଠାରୁ ଲମ୍ବା ହୋଇଥାଏ ତେବେ ଆପଣ ବହୁତ କର୍ମଠ ଓ ଉତ୍ସାହୀ ବ୍ୟକ୍ତି ଅଟନ୍ତି । ଯିଏ ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରନ୍ତି ଓ ତାସହ ଅନ୍ୟମାନଙ୍କୁ ଖୁସିରେ ରଖିବାର ଯତ୍ନ କରନ୍ତି । ଏଭଳି ଲୋକମାନଙ୍କର ବୁଦ୍ଧି ବହୁତ  ତୀକ୍ଷ୍ନ ଓ ସେମାନେ ବହୁତ ଚତୁର ଅଟନ୍ତି। ସବୁ କାମକୁ ଦକ୍ଷତାର ସହ କରିବାର କ୍ଷମତା ରଖନ୍ତି । ଏମାନେ ଲୋକଙ୍କ ସହ ଶୀଘ୍ର ବନ୍ଧୁତା କରିବା ପସନ୍ଦ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *