ଦାନପାତ୍ରକୁ ଯାଞ୍ଚ କରୁଥିଲେ ପୁଜାରି ,ବାହାରିଲା କିପରି ଏପରି ଜିନିଷ ଦେଖିକରି ସମସ୍ତେ ସ୍ତବ୍ଧ ହୋଇଗଲେ…

କୁହନ୍ତି ଭକ୍ତିରେ ଶକ୍ତି ଅଛି , ଯଦି ସଚ୍ଚା ମନରେ ଭଗବାନଙ୍କ ପୁଜା କରାଯାଏ ତେବେ ଭଗବାନ ଦିନେ ନା ଦିନେ ନିଶ୍ଚିତ ଭକ୍ତର ମନୋକାମନା ପୁରା କରନ୍ତି , ଏହି ଦୁନିଆଁରେ ବହୁତ ସାରା ଧର୍ମ ଅଛି , ଓ ଧର୍ମର ଦେବୀ ଦେବତାଙ୍କୁ ପୁଜିବାପାଇଁ ସବୁ ଜାଗାରେ ଗୁରୁଦ୍ୱାରା , ଚର୍ଚ୍ଚ, ମନ୍ଦିର ଓ ମସଜିଦ୍ ନିର୍ମାଣ କରାଯାଇଛି , ସବୁ ଧର୍ମର ମନ୍ଦିରରେ ଅଲଗା ଅଲଗା ଭାବେ ଭଗବାନଙ୍କୁ ମନେ ପକାଯାଏ , ଏହି ସବୁ ମନ୍ଦିରରୁ ଗୋଟେ କଥା ସାଧାରଣ ଅଟେ, ଓ ତାହା ଏହା କି ସେମିତି ମନ୍ଦିର ଯେତେ ବି ଥାଉ ଯେତେ ଧର୍ମର ଥାଉ କିନ୍ତୁ ନିଜ ଶ୍ରଦ୍ଧା ଓ ଭକ୍ତି ଅନୁସାରେ ଭକ୍ତ ନିଜ ଇଚ୍ଛାନୁସାରେ କିଛି ନା କିଛି ଦାନ ନିଶ୍ଚିତ କରନ୍ତି ।ହିନ୍ଦୁ ଧର୍ମର ଶାସ୍ତ୍ରନୁସାରେ ଦାନ କରିବା ସବୁଠାରୁ ପୁଣ୍ୟ କାମ ବୋଲି ମାନାଯାଏ , କେଉଁ ଗରିବ ଲୋକଙ୍କୁ ଦାନ ଦେବା ଦ୍ୱାରା ଆମକୁ ବହୁତ କଷ୍ଟରୁ ମୁକ୍ତି ମିଳିଥାଏ , ବହୁତ ପୁରୁଣା ଭକ୍ତ ନିଜ ମନୋକାମନା ପୁରା କରିବାପାଇଁ ମନ୍ଦିରରେ ଫୁଲ, ଫଳ , ଟଙ୍କା ଆଦି ଭେଟ ଦିଅନ୍ତି ,

ସେମାନେ ଏଥିପାଇଁ କରନ୍ତି କି କାରଣ କି ଭଗବାନ ତାଙ୍କର ସବୁ ଦୁଃଖ ଦୂର କରନ୍ତୁ , ଓ ତାଙ୍କର ମନୋକାମନା ପୁରା ଜଲଦି ହେଉ , ଯାହାକୁ ନେଇ ସେ ସଚ୍ଚା ମନରେ ଭଗବାନଙ୍କ ଭକ୍ତିରେ ଲୀନ ହୋଈଯାଆନ୍ତି , ଓ ବହୁତ ପ୍ରକାର ଦାନ ଅର୍ପଣ କରନ୍ତି । ବହୁତ ଲୋକ ଅଛନ୍ତି ଯିଏକି ମହଙ୍ଗା ପ୍ରସାଦ ଭଗବାନଙ୍କୁ ଭେଟ ଦିଅନ୍ତି , ଯେବେ କି କିଛି ଲୋକ ନିଜ ଶ୍ରଦ୍ଧା ଭକ୍ତି ଅନୁସାରେ ଦଶ ଟଙ୍କା କିମ୍ବା ତା ଠାରୁ ଅଧିକା ଟଙ୍କା ଭେଟ ଆକାରରେ ଦିଅନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ , ଯେଉଁଠି ଭକ୍ତ ଭଗବାନଙ୍କୁ ଏପରି ଆଉ କିଛି ଦାନ କରିଦେଇଥିଲା , ଯାହାକି ପୁରା କମିଟି ଜାଣି ଚକିତ ହୋଇଯାଇଥିଲା,  ଏହି ପୁରା ମାମଲା ଆନ୍ଧ୍ର ପ୍ରଦେଶର କୃଷ୍ଣ୍ଟାନଗରର ମୋପିଦେବୀରେ ସ୍ଥିତ ଭଗବାନ ସୁବ୍ରହମନ୍ୟମ୍ ସ୍ୱାମୀଙ୍କ ଏକ ମନ୍ଦିର ଯେଉଁଠି ଭକ୍ତ ଜଣଙ୍କ ନିଜ ମନୋକାମନା ପୁରା କରିବାପାଇଁ ଏମିତି ଅଜବ ଦାନ କରିଥିଲେ ଯାହାକୁ ଦେଖି ସମସ୍ତେ ଚକିତ ହୋଇଥିଲେ ।

ସବୁଦିନ ପରି ଯେବେ ମନ୍ଦିରର ପୁଜାରୀ ଦାନ ପେଟି ଯାଞ୍ଚ କରୁଥିଲେ ତେବେ ଜଣେ ଭକ୍ତ ଅଜବ ଧରଣର ଜିନିଷ ଦାନ ଦେଇଥିଲେ ,ଏହି ଦାନ କେଉଁ ପଇସା ନଥିଲା , ନା ଫଳ ଥିଲା , ନା କିଛି ସୁନା ରୁପାର ଅଳଙ୍କାର , ବରଂ ଏହି ଭକ୍ତ ଦାନପେଟିରେ ଏକ ହାଣ୍ତିରେ ଆଇଫୋନ୍ ଭେଟୀ ଦେଇଥିଲା,  ଏହି କଥା ତେବେ ଜଣାପଡିଲା ଯେବେ ଏହି ମନ୍ଦିରର କର୍ମଚାରୀ ପଣ୍ତିତଙ୍କ ଦ୍ୱାରା ଚଢାଯାଈଥିବା ଦାନକୁ ଗଣନା କରୁଥିଲେ,  ତେବେ ସେ ଦେଖିଲେ କି ସେହି ମଧ୍ୟରେ ଏକ ଗୁଡାଈହୋଇଥିବା ଜିନିଷ ଅଛି , ଓ ଖୋଲିକରି ଦେଖିବାପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ପୁଜାରୀ ଯେବେ ହାଣ୍ତି ଖୋଲିକରି ଦେଖିଲେ ତେବେ ଆଇଫୋନ୍ ଏକ କପଡାରେ ଗୁଡାଇହୋଇଥିବାରନଜର ଆସିଥିଲା,  ତେବେ ସେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଶ୍ରଦ୍ଧା କୁମାରଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ , ମନ୍ଦିରର ସୁପରିଟେଡେଣ୍ଟ ମଧୁସୁଦନଙ୍କ ଅନୁସାରେ ମନ୍ଦିରରେ ଏହା ପ୍ରଥମଥର ହୋଇଛି ଯେବେ କେଉଁ ଭକ୍ତ ଭଗବାନଙ୍କୁ ମୋବାଈଲ୍ ଫୋନ୍ ଗିଫ୍ଟ୍ କରିଛି, ମାନାଯାଉଛି କି ସେହି ବ୍ୟକ୍ତି ନିଜ ବିଜନେସ୍ ର୍ ଆରମ୍ଭ ମୋବାଇଲ୍ ଫୋନ୍ ବିକ୍ରି ଉପରେ କରିଛି, ଯାହାର କାରଣରୁ ସେ ଖୁସିରେ ଭଗବାନଙ୍କୁ ଆଇଫୋନ୍ ଦାନ କରିଥିଲା ।

Leave a Reply

Your email address will not be published. Required fields are marked *