ପୁରା ଦେଶରେ ଲାଗୁ ହୋଇଯାଇଛି ଏହି ୮ ଟି ବଡ ନିୟମ, ଜାଣନ୍ତୁ କିପରି ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ…

ଯେବେ ମୋଦୀ ସରକାର ସତ୍ତାରେ ଆସିଥିଲେ ତେବେ ଗୋଟେ ପରେ ଗୋଟେ ଆଇନ୍ ତିଆରି ହୋଇଥିଲା,  ଓ ଏହି ଆଇନ୍ କାହାକୁ ପସନ୍ଦ ଆସିଥିଲା ତ କାହାକୁ ନାହୀଁ । ଏହାପରେ କେତେ ଆଇନ୍ ଯାହାକି ମୋଦୀ ସରକାରଙ୍କ ସତ୍ତାରେ ଆସିବାପରେ ଲାଗୁ ହେଲା , ଏବେ ଦେଶରେ ୧ ଅକ୍ଟୋବରରୁ କିଛି ପରିବର୍ତ୍ତନ ଆଇନ୍ ପାଳିତ ହୋଇଛି , ଓ ଏହା ପୁରା ଦେଶରେ ୮ ଟି ମହତ୍ତ୍ୱପୂର୍ଣ୍ଣ ଆଇନ୍ ହିସାବରେ ଜଣାଯାଏ ।୧ ଅକ୍ଟୋବର ମାନେ ମଙ୍ଗଳବାରକୁ ଦେଶ ସାରା ବହୁତ ବଡ ନିୟମ ବଦଳାଯାଇଛି , ଏହାର ପରିବର୍ତ୍ତନ ଦ୍ୱାରା ଦେଶରେ ଅର୍ଥବ୍ୟବସ୍ଥା ସହ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ , କିଛି କ୍ଷେତ୍ରରେ ଯେଉଁଠି ଆଶ୍ୱସ୍ତି ମିଳିବ, ସେମିତି କିଛି ସାଧାରଣ ଲୋକଙ୍କର ପକେଟ୍ ରେ ଏହା ପ୍ରଭାବ ପକାଇବ , ଚାଳନ୍ତୁ ଜାଣିବା କଣ ଅଛି ପରିବର୍ତ୍ତନ ।

୧) ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଆଉ ମିଳିବ ନାହିଁ କ୍ୟାଶ୍ ବ୍ୟାକ୍ ।

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆ କ୍ରେଡିଟ୍ କାର୍ଡରୁ ପେଟ୍ରୋଲ୍ ଓ ଡିଜେଲ୍ କିଣାରେ ଏବେ ଆପଣଙ୍କୁ କ୍ୟାଶ୍ ବ୍ୟାକ୍ ମିଳିବ ନାହିଁ । ୧ ଅକ୍ଟୋବରରୁ ଏହି କ୍ୟାଶବ୍ୟାକ୍ କୁ ବନ୍ଦ କରିଦିଆଯାଇଛି , ଓ ଏହି ସୁବିଧା ବିଷୟରେ ଏସ୍ ବି ଆଇ ନିଜ ଗ୍ରାହକଙ୍କୁ ମେସେଜ୍ ମାଧ୍ୟମରେ ସୁଚିତ କରିଦେଇଛନ୍ତି , ଏବେ ପର୍ଯ୍ୟନ୍ତ ଏସ୍ ବି ଆଇ କ୍ରେଡିଟ୍ କାର୍ଡ ରେ ପେଟ୍ରୋଲ୍ ଓ ଡିଜେଲ୍ କିଣାରେ ଗ୍ରାହକଙ୍କୁ ୦,୭୫ ପ୍ରତିଶତ କ୍ୟାଶବ୍ୟାକ୍ ର ଲାଭ ମିଳୁଥିଲା , କିନ୍ତୁ ଏବେ ଏଚ୍ ପିଏଲ୍ , ବିପିସିଏଲ୍ , ଓ ଆଇଓସି କ୍ୟାଶ୍ ବ୍ୟାକ୍ ଯୋଜନା ଆଉଥରେ ଫେରାଇନେଇଛନ୍ତି ,

୨) ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ୧ ଅକ୍ଟୋବରକୁ ନିର୍ଦ୍ଧାରିତ ମାସିକ ଆଭେରେଜ୍ ବ୍ୟାଲାନ୍ସ ନ ରଖିବା ଜୋରିମାନା ଉପରେ ୮୦ ପ୍ରତିଶତ କମ୍ କରିଦେଇଛନ୍ତି । ଏହା ଦ୍ୱାରା ଆପଣ ସିଧା ପ୍ରଭାବିତ ହେବେ , ଯଦି ଆପଣ ମେଟ୍ରୋ ସିଟିରେ ରହୁଛନ୍ତି ତେବେ ଏସ୍ ବି ଆଇ ଖାତା ଧାରକଙ୍କୁ ଆପଣଙ୍କ ଖାତାରୁ ୧ ଅକ୍ଟୋବରରୁ ମାସିକ ଆଭରେଜ୍ ବ୍ୟାଲାନ୍ସ ସୀମାକୁ ତିନି ହଜାର ଟଙ୍କା ରଖିବା ଅନିବାର୍ଯ୍ୟ ଅଟେ , ସହରୀ ଇଲାକାରେ ଏସ୍ ବି ଆଇ ବ୍ୟାଙ୍କ୍ ଶାଖାରେ ଏହି ନିୟମ ଲାଗୁ ହେବ , ଓ ଖାତାରେ ନିର୍ଦ୍ଧାରିତ ରାଶିରୁ ଯଦି ବ୍ୟାଲାନ୍ସ ୭୫ ପ୍ରତିଶତ କମ୍ ହୋଇଛି ତେବେ ୮୦ ଟଙ୍କା ପ୍ଲସ୍ ଜିଏସ୍ ଟି ଲାଗିବ , ଖାତାରେ ୫୦ ରୁ ୭୫ ପ୍ରତିଶତ ବ୍ୟାଲାନ୍ସ ରଖିବା ଲୋକଙ୍କୁ ୧୨ ଟଙ୍କା ଜିଏସ୍ ଟି ଦେବାକୁ ହେବ , ଓ ୫୦ ପ୍ରତିଶତରୁ କମ୍ ବ୍ୟାଲାନ୍ସ ରହିଲେ ୧୦ ଟଙ୍କା ସହ ଜିଏସ୍ ଟି ଦେବାକୁ ହେବ ।

୩) ଡ୍ରାଇଭିଙ୍ଗ୍ ଓ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ରେ ଆସିବ ପରିବର୍ତ୍ତନ – ଦେଶ ସାରା ୧ ସେପ୍ଟେମ୍ବରରୁ ୨୦୧୯ ରେ ଆସିଥିବା ନୁଆ ମୋଟର ବାହାନ ଆକ୍ଟ ଲାଗୁ ହୋଇଛି , ଯାହାପରେ ଟ୍ରାଫିକ୍ ନିୟମରେ ବହୁତ ପରିବର୍ତ୍ତନ ଆସିବ , ଏବେ ଆପଣଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବଦଳିବ , ଓ ସରକାର ଡ୍ରାଇଭିଙ୍ଗ୍ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସହ ଯୋଡି ହୋଇଥିବା ନିୟମରେ ପରିବର୍ତ୍ତନ କରିଛନ୍ତି , ଏହି ନିୟମ ୧ ଅକ୍ଟୋବର ୨୦୧୯ ରୁ ଲାଗୁ ହୋଇଛି , ଏହି ନିୟମ ଲାଗୁ ହେବାପରେ ସବୁ ଲୋକଙ୍କର ନିଜ ଡିଏଲ୍ ବଦଳାଇବାକୁ ହେବ , ନୁଆ ନିୟମ ଅନୁସାରେ ଡିଏଲ୍ ଓ ଆର୍ ସି ପଞ୍ଜିକରଣ ପ୍ରମାଣ ସହ ଗୋଟେ ରଙ୍ଗ ହୋଇଯିବ , ଏତିକି ନୁହେଁ ଏବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଓ ଆର୍ ସି ରେ ମାଇକ୍ରୋଚିଫ୍ ଛଡା କ୍ୟୁଆର୍ କୋଡ୍ ବି ଜେନେରେଟ୍ ହେବ ।

୪) କମ୍ ହେବ ଜିଏସ୍ ଟି ଦର – ଜିଏସ୍ ଟି କାଉନସିଲ୍ ଗୋଆ ରେ ୨୦ ସେପ୍ଟେମ୍ବର କୁ ହୋଇଥିବା ୩୭ ତମ ବୈଠକରେ ବହୁତ ସାରା ଜିନିଷ ଉପରେ ଟ୍ୟାକ୍ସ କମ୍ କରିଦିଆଯାଈଛି , ୧ ଅକ୍ଟୋବର ୨୦୧୯ ରୁ ନିୟମ ଉପରେ ପ୍ରଭାବ ପଡିବ , ନୁଆ ପରିବର୍ତ୍ତନ ଅନୁସାରେ ଏବେ ୧୦୦୦ ଟଙ୍କା ଭଡା ନେଉଥିବା ହୋଟେଲ୍ ରେ ଟ୍ୟାକ୍ସ ଲାଗିବ ନାହିଁ , ଏତିକି ନୁହେଁ ୭୫୦୦ ଟଙ୍କା ଟାରିଫ୍ ବାଲା ରୁମ୍ ଭଡାରେ କେବଳ ୧୨ ପ୍ରତିଶତ ଜିଏସ୍ ଟି ଲାଗିବ , ଛୋଟ ବାହାନ ମାଲିକଙ୍କୁ ଆଶ୍ୱସ୍ତି ମିଳିଛି, ଓ ୧୦ ରୁ ୧୨ ସିଟ୍ ପର୍ଯ୍ୟନ୍ତ ପେଟ୍ରୋଲ୍ ଓ ଡିଜେଲ୍ ବାଲା ବାହାନକୁ ସେସ୍ ହଟାଯାଇଛି,  ଏହାସହ ସ୍ଲାଇଡ୍ ଫାଷ୍ଟନର୍ସ ଜିପ୍ ଉପରେ ୧୨ ପ୍ରତିଶତ ଜିଏସ୍ ଟି କରିଦିଆଯାଇଛି ।

୫) ଜିଏସ୍ ଟି ରିଟର୍ଣ୍ଣ କରିବାର ନୁଆ ତରିକା – ଜିଏସ୍ ଟି କାଉନସିଲ୍ ଫଇସଲା ଅନୁସାରେ , ପାଞ୍ଚ କୋଟି ବାର୍ଷୀକ ଅଧିକା ଟର୍ଣ୍ଣଓଭର ବାଲା କାରୋବାରୀଙ୍କୁ ଜିଏସ୍ ଟି ଫର୍ମରେ ବି ୧ ତାରିଖ ବଦଳିବ , ଏହି କାରୋବାରୀଙ୍କୁ ଜିଏଟି –ଏଏନ୍ ଏକ୍ସ -୧ ଫର୍ମ ଭରିବାକୁ ହେବ , ଯାହା ଜିଏସ୍ ଟିଆର୍ -୧ ଜାଗା ନେବ , ଛୋଟ କାରୋବାରୀଙ୍କୁ ଏହି ଫର୍ମ ଜରିଆରେ ଜିଏସ୍ ଟୀ ରିଟର୍ଣ୍ଣ ଫାଇଲ୍ କରିବାକୁ ହେବ , କିନ୍ତୁ ତାଙ୍କ ପାଇଁ ଏମିତି କରିବା ୧ ଜାନୁୟାରୀ ୨୦୨୦ ରୁ ଲାଗୁ ହେବ , ଏବେ ଯିଏ ଅଧିକା ଟ୍ୟାକ୍ସ ଦେଉଛନ୍ତି , ସେ ଅକ୍ଟୋବର ଓ ନଭେମ୍ବର ଜିଏସ୍ ଟି ରିଟର୍ଣ୍ଣ ଜିଏସ୍ ଟିଆର୍ ୩ ବି ଫର୍ମ ଭରିବେ ।

୬) କର୍ମଚାରୀଙ୍କ ପାଇଁ ଏକ ମହତ୍ତ୍ୱପୁର୍ଣ୍ଣ ଫଇସଲା  – ୧ ଅକ୍ଟୋବରରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ପେନସନ୍ ପଲିସି ରେ ପରିବର୍ତ୍ତନ କରିବେ , ନୁଆ ନିୟମ ଦ୍ୱାରା କେଉଁ କର୍ମଚାରୀ ଚାକିରିର ସାତବର୍ଷ ପୁରା ହେବାପରେ କିମ୍ବା ମୃତ୍ୟୁ ହେଲେ ତାହା ଉପରେ ଆଶ୍ରିତ ଲୋକଙ୍କୁ ପେନସନ୍ ର ଫାଇଦା ମିଳିବ , ଏବେ ଏହି ସ୍ଥିତିରେ ଶେଷ ବେତନ ପାଇଁ ୫୦ ପ୍ରତିଶତ ହିସାବରେ ପେନସନ୍ ମିଳୁଥିଲା,  ନୁଆ ନିୟମ ଲାଗୁ କରିବାପାଇଁ କେନ୍ଦ୍ର ସରକାର ନୋଟିଫିକେସନ୍ ଜାରି କରିଛନ୍ତି , ଓ ସରକାର ଏହି ଫଇସଲା କୁ କର୍ମଚାରୀଙ୍କ ହିତ ପାଇଁ ବଡ ପଦକ୍ଷେପ ନେଇଛନ୍ତି ।

୭) କର୍ପୋରେଟ୍ ଟ୍ୟାକ୍ସ ଉପରେ ହେବ ଛାଡ – ୨୦ ସେପ୍ଟେମ୍ବର କୁ କେନ୍ଦ୍ରୀୟ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଟ୍ୟାକ୍ସ ଉପରେ ବଡ ଛାଡ କରିଛନ୍ତି , ଓ ଏହାକୁ ୩୦ ପ୍ରତିଶତ କମାଇକରି ୨୨ ପ୍ରତିଶତ କରିଦେଇଛନ୍ତି , ଘୋଷଣା କରାଯାଇଥିଲା କି ୧ ଅକ୍ଟୋବର ୨୦୧୯ ପରେ ମ୍ୟାନୁଫ୍ୟକ୍ଚରିଙ୍ଗ୍ କମ୍ପାନୀ ଗୁଡୀକଙ୍କ ପାଖରେ ୧୫ ପ୍ରତିଶତ ଟ୍ୟାକ୍ସ ଭରିବାରହେବ । ଏହାପରେ କମ୍ପାନୀ ସରଚାର୍ଜ ଓ ଟ୍ୟାକ୍ସ ସହିତ ସମୁଦାୟ ୧୭,୦୧ ପ୍ରତିଶତ ହେବ , ଏହା ପୂର୍ବରୁ ଭାରତୀୟ କମ୍ପାନୀ କୁ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିଲା ,

୮) ଏଠାରେ ବଢିବ ଜିଏସ୍ ଟି – ନୁଆ ପରିବର୍ତ୍ତନ ଦ୍ୱାରା ଏବେ ରେଳ ଭଡାରେ ବୃଦ୍ଧି ହୋଇପାରେ , ଓ ସରକାର ପାସେଞ୍ଜର ଟ୍ରେନ୍ ଓ ବେଗାନ୍ ଉପରେ ଜିଏସ୍ ଟି ଦର ପାଞ୍ଚ ପ୍ରତିଶତ ବଢାଇକରି ୧୨ ପ୍ରତିଶତ କରିଦେଇଛନ୍ତି , ଏହାଉପରେ ୧୮ ପ୍ରତିଶତ ଜିଏସ୍ ଟି ଥିଲା , ଏବେ ବଢାଇକରି ୨୮ ପ୍ରତିଶତ କରିଦେଇଛନ୍ତି , ଏହା ଛଡା ଅକ୍ଟୋବରକୁ ସରକାର ଦେଶ ସାରା ପ୍ଲାଷ୍ଟିକ୍ ରୁ ତିଆରି ହୋଇଥିବା ପ୍ରଡକ୍ଟ ଉପରେ କଟକଣା ଜାରି କରିଛନ୍ତି , ଭାରତରେ ବଢୁଥିବା ପ୍ରଦୁଷଣକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି  ।

Leave a Reply

Your email address will not be published. Required fields are marked *