04 ଅକ୍ଟୋବର 2019 , ଆଜିର ରାଶିଫଳ : ଏହି ସବୁ ରାଶି ଉପରେ ମା ଦୁର୍ଗା ହେଲେ ପ୍ରସନ୍ନ

ମେଷ : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ । ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ । ଆପଣଙ୍କ ଆଜିର ଦିନ ପ୍ରତିକୁଲତାରେ ଭରି ରହିବ, ଯାହା ମନରେ ଖିନ୍ନତାର ଅନୁଭବ ହେବ। ଶରୀରରେ ଫୂର୍ତ୍ତି ଏବଂ ସତେଜର ଅଭାବ ରହିବ। ସାର୍ବଜନିକ ଜୀବନରେ ମାନହାନି ହେବାର ଆଶଂକା ଅଛି। ଛାତିରେ ଯନ୍ତ୍ରଣା ରହିବାର ଆଶଂକା ଅଛି। କୌଣସି ପ୍ରକାରର ବାଦ-ବିବାଦ କିମ୍ବା ଚର୍ଚ୍ଚାରୁ ଦୂରରେ ରୁହନ୍ତୁ।ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ

ବୃଷ : ଆପଣଙ୍କର ସ୍ୱପ୍ନ ସାର୍ଥକ ହେବାପାଇଁ ଯେଉଁ କାର୍ଯ୍ୟ କରି ଆସୁଛନ୍ତି ତାହାର ସୁଫଳ ମିଳୁ ନଥିବାରୁ ଆପଣଙ୍କ ମନରେ ନିରାଶ ସୃଷ୍ଟିହୋଇପାରେ । କିନ୍ତୁ ସେଥିପାଇଁ ବିବ୍ରତ ହୁଅନ୍ତୁନି । ଆଜି ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ବୋଧ ହୁଏ ନିଜ ଜୀବନର କୌଣସି ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିପାରୁ ନାହାନ୍ତି । ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ଖରାପ ହେବାର ଆଶଂକା ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଅବସର ଆସିପାରେ। କୋର୍ଟ-କଚେରୀ କାର୍ଯ୍ୟଗୁଡ଼ିକରେ ସାବଧାନ ରୁହନ୍ତୁ। ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବାର ଆଶଂକା ଅଛି। ବାହନ ଚଲାଇବା ସମୟରେ ସାବଧାନ ରହିବେ।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ମିଥୁନ : ଆପଣଙ୍କର ପ୍ରତି ପଥରେ କୌଣସି ପ୍ରତିବଂଧକ ସୃଷ୍ଟିହୋଇପାରେ । ଆପଣ ଏଥିପାଇଁ କିଛି ପରିମାଣରେ ନିରାଶ ହୋଇ ପାରନ୍ତି । କିନ୍ତୁ ଆପଣ ଏ ପ୍ରତିବଂଧକ ଏଡାଇବା ପାଇଁ କଠିନ ପରିଶ୍ରମ କରି ଆସନ୍ତୁ । ଆଜି ଆପଣଙ୍କ ଜୀବନରେ ଭ୍ରମ ସୃଷ୍ଟି ହୋଇପାରେ, ସାବଧାନ ରୁହନ୍ତୁ । ନିଜ ବାଣୀ ଉପରେ ଧ୍ୟାନ ଦିଅନ୍ତୁ ଯେଉଁ ଥିରେ କି ଆପଣ ଆପଣଙ୍କର ସାଙ୍ଗ ମାନଙ୍କୁ କିଛି ଭୂଲ କଥା ନ କୁହନ୍ତୁ । ଆପଣଙ୍କ ଆଜିର ଦିନ ସଫଳତା ଏବଂ ଆମୋଦ-ପ୍ରମୋଦରେ ଭରା ହେବ, ସମ୍ପୂର୍ଣ୍ଣ ଦିନ ମନରେ ପ୍ରସନ୍ନତା ଅନୁଭବ କରିବେ। ବିପରୀତ ଲିଙ୍ଗ ବ୍ୟକ୍ତି ଆଜି ଆପଣଙ୍କ ଜୀବନରେ ଆସିବେ। ମୌଜ-ମସ୍ତୀ ପଛରେ ଖର୍ଚ୍ଚ ହୋଇପାରେ। ନୂଆ ବସ୍ତ୍ରାଭୂଷଣ କିଣି ପାରନ୍ତି।ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କର୍କଟ : ଯେକୌଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈର୍ଯ଼୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧରେ ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ ସମସ୍ୟାରୁ ନିଶ୍ଚିତ କିଛି ଶିଖିବେ । ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ । ଆଜିର ଦିନ ସୁଖମୟ ଭାବେ କଟିବ। ପରିଜନମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ଶାରୀରିକ ତଥା ମାନସିକ ପ୍ରଫୁଲ୍ଲତା ଅନୁଭବ ହେବ। ଚାକିରି କରୁଥିବା ସାଥୀ କର୍ମଚାରିମାନଙ୍କର ସହଯୋଗ ମିଳିବ। ମହିଳାମାନଙ୍କ ପାଇଁ ବାପଘରୁ ଆପଣଙ୍କୁ ଭଲ ସମାଚାର ମିଳିବ। ଧନଲାଭ ହେବ।ପ୍ରତିକାର–ରୁଟିଗୁଡ ଗାଈକୁ ଖାଇବାକୁ ଦେବେ।

ସିଂହ : ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନାଚ , ଗୀତ ଅଧ୍ୟୟନ ଓ ବଂଧୁ ମାନଙ୍କସହ ବାର୍ତ୍ତାଳାପ ରହି କାର୍ଯ୍ୟରେ ସମୟ କଟାଇପାରନ୍ତି । ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ । ଆଜି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧ କାରଣରୁ କାହା ସହିତ ମନମାଳିନ୍ୟ ହେବାର ଆଶଂକା ଅଛି। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଚକ୍ଷୁର ଧ୍ୟାନ ରଖିବେ। ପାରିବାରିକ ସଦସ୍ୟ ଏବଂ ପ୍ରେମୀଜନମାନଙ୍କ ଦ୍ଵାରା ଘରେ ବିରୋଧର ବାତାବରଣ ହୋଇପାରେ।ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।

କନ୍ୟା : ଆଜି ଭ୍ରମ ଯୋଗୁଁ ବିଚଳିତହୋଇ ସମ୍ଭାବନା ଶାନ୍ତି ଓ ନିରଳା ମାନସିକ ଭାବନାରେ ଏହାର କାରଣ ଖୁଜି ବସନ୍ତୁ । ଆପଣ ନିଜର ବଂଧୁ ଓ ପରିବାର ସହ ସଦସ୍ୟଙ୍କ ସହ ଖୋଲା ମନରେ କିଛି ସମୟ ଆଲୋଚନା କରନ୍ତୁ । ଆଜି ଆପଣ ନିଜକୁ ପ୍ରସ୍ତୁତ କରିବାର ଦିନ । ନିଜର ବିଲଗୁଡିକୁ ଅଲଗା କରନ୍ତୁ । ଆଲମୀରାଗୁଡ଼ିକୁ ସଫା କରନ୍ତୁ ଏବଂ ନିଜ ପାଇଁ ଗୋଟିଏ ବନେଟ୍ ନିର୍ଦ୍ଧାରଣ କରନ୍ତୁ । ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ସହିତ ମିଳିବାର କାରଣରୁ ଘରର ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ରହିବ।ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ତୁଳା : ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ମାନସିକ ଦୁଶ୍ଚିନ୍ତାରେ ଦିନଟି କଟିବ । ବଂଧୁମାନଙ୍କ ବାର୍ତ୍ତାଳାପରେ ଦୁଶ୍ଚିନ୍ତାରେ ଲାଘବ ମିଳିବ । ଅନ୍ତରଂଗ ବଂଧୁଙ୍କ ସହ କଥାବାର୍ତ୍ତା କରନ୍ତୁ । ଏହା ଦ୍ୱାରା ମାନସିକ ଶାନ୍ତି ପାଇବେ । ସ୍ଵାସ୍ଥ୍ୟ ଭଲ ରହିବାଯୋଗୁଁ ସୁଖ ଏବଂ ଆନନ୍ଦର ଅନୁଭୂତି ହେବ। ପରିଜନମାନଙ୍କ କିମ୍ବା ମିତ୍ରମାନଙ୍କ ତରଫରୁ ଉପହାର ମିଳିବ। ଯାତ୍ରା ଏବଂ ସ୍ଵାଦିଷ୍ଟ ଭୋଜନରେ ଦିନ ଭଲ ଭାବରେ କଟିବ। ଆର୍ଥିକ ଲାଭର ସମ୍ଭାବନା ଅଛି।ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।ପ୍ରତିକାର:- ଗୁଡ଼ ଓ ଗହମ ପିଲାଙ୍କୁ ବାଣ୍ଟନ୍ତୁ।

ବିଚ୍ଛା : ଆଜି ଆପଣ ଉଭୟ ଶାରିରୀକ ଓ ମାନସିକ ରୂପେ ସୁସ୍ଥ ରହିବେ । ଘର ହେଉ ବା କାର୍ଯ୍ୟକ୍ଷେତ୍ର , ଆପଣଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରିଦେବ । ଶାରିରୀକ ଓ ମାନସିକ ସୁସ୍ଥତା ହେତୁ ଉଭୟ ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ । ଆଜି ଆପଣ କୌଣସି ଧାର୍ମିକ ଯାତ୍ରା କରିପାରନ୍ତି କାରଣ ଆଜି କାଲି ଆପଣଙ୍କ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ବୃଦ୍ଧି ପାଇଛି ।ଏହା ଦ୍ୱାରା ଆପଣଙ୍କୁ ସୁଖ ଏବଂ ଆତ୍ମସନ୍ତୋଷ ମିଳିବ । ଆଜି ନିୟନ୍ତ୍ରଣଶୀଳ ଏବଂ ବିଚାରପୂର୍ଣ୍ଣ ବ୍ୟବହାର ଆପଣଙ୍କୁ ବହୁତ ଅନିଷ୍ଟରୁ ବଞ୍ଚାଇବ। ଆପଣଙ୍କ ବ୍ୟବହାରରେ ଭୁଲ ବୁଝାବଣା ସୃଷ୍ଟି ହୋଇପାରେ। ଶାରୀରିକ କଷ୍ଟ, ମନକୁ ମଧ୍ୟ ଅସୁସ୍ଥ ବନାଇପାରେ। ପରିବାରରେ କ୍ଲେଶର ବାତାବରଣ ହୋଇପାରେ। ଖର୍ଚ୍ଚ ଅଧିକ ନ ହେଉ, ଏହାର ଧ୍ୟାନ ରଖିବେ।ପ୍ରତିକାର:- ଗୁଡ଼ ଆଉ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

ଧନୁ : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ଆକସ୍ମିକ ଧନ ପ୍ରାପ୍ତିଯୋଗୁଁ ଦିନ ଅତ୍ୟନ୍ତ ରୋମାଞ୍ଚକ ଏବଂ ଆନନ୍ଦପ୍ରଦ ବନି ରହିବ। ଆୟରେ ବୃଦ୍ଧି ହେବ। ବ୍ୟାପାରିମାନଙ୍କୁ ଲାଭ ହେବାପରି ସୌଦା ହେବ। ପୁତ୍ର ଏବଂ ପତ୍ନୀଙ୍କଠାରୁ ଲାଭ ହେବ। ଯାତ୍ରା ପର୍ଯ୍ୟଟନ ତଥା ବିବାହୋତ୍ସୁକ ବ୍ୟକ୍ତିମାନଙ୍କ ପାଇଁ ବିବାହର ଯୋଗ ଅଛି। ଉତ୍ତମ ଭୋଜନ ଏବଂ ସ୍ତ୍ରୀ ସୁଖ ମିଳିବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମକର : ଆଜି ଆପଣଙ୍କ ବିନମ୍ର ସ୍ୱଭାବ ଓ ଦୃଢ଼ତା ସଭିଙ୍କର ମନ ଜିତି ନେବ । ଆଉକିଛି ନହେଲେ ମଧ୍ୟ ଆପଣଙ୍କୁ ଏମିତି ଏକ ଦୃଢ଼ ମନୁଷ୍ୟ କରିଦେବ ଯିଏ କି ସବୁ ପରିସ୍ଥିତିକୁ ସହଜରେ ସମ୍ଭାଳି ନେବ । କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ । ଆଜିର ଦିନ ବ୍ୟାପାରରେ ଭାଗିଦାରୀ ପାଇଁ ଉତ୍ତମ ଅଟେ। ପତି-ପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତର ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ଏବଂ ସାକ୍ଷାତକରି ହେବ। ସାର୍ବଜନିକ ଜୀବନରେ ପ୍ରଗତି ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।ପ୍ରତିକାର:- ଗ୍ରାମ ଦେବତୀଙ୍କ ପାଖରେ ବୁନ୍ଦି ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।

କୁମ୍ଭ : ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି । ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । କାର୍ଯ୍ୟଗୁଡ଼ିକରେ ବିଳମ୍ବରେ ସଫଳତା ମିଳିବ। ଅଫିସ୍ କିମ୍ବା ଘରେ ଦାୟିତ୍ୱ ବଢ଼ିବ। ଜୀବନରେ ଅଧିକ ଗମ୍ଭୀରତା ଅନୁଭବ କରିବେ। ନୂଆ ସମ୍ବନ୍ଧ ସ୍ଥାପିତ କରିବା କିମ୍ବା କାର୍ଯ୍ୟ ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ସମ୍ଭାଳି କରି ନିଅନ୍ତୁ। ପିତାଙ୍କ ସହିତ ମତଭେଦ ହୋଇପାରେ।ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ମୀନ : ପରିଶେଷରେ ଆଜି ଆପଣଙ୍କ ବିଚ଼ାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚ଼ିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ଏବେ ଆପଣଙ୍କୁ ପରିଷ୍କାର ରୂପେ ଦେଖାଯିବ । ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ । ଚାକିରି-ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କୁ ଲାଭ ହିଁ ଲାଭର ଯୋଗ ଅଛି। ମିତ୍ର ତଥା ପରିଜନମାନଙ୍କଠାରୁ ମଧ୍ୟ ଲାଭ ପ୍ରାପ୍ତିର ସଂକେତ ଅଛି। ସାମାଜିକ ସମାରୋହ, ପର୍ଯ୍ୟଟନ ପରି ପ୍ରସଙ୍ଗରେ ଯାଇପାରନ୍ତି। ଆୟର ସ୍ରୋତ ବଢ଼ିବ। ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗବନିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ।ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *