ବଡ ଖବର : ଏବେ ଏବେ ମରିଗଲେ ବଲିଉଡର ଏହି ପ୍ରସିଦ୍ଧ କଳାକାର, ଚାରିଆଡେ ଦୁଃଖର ଛାୟା

ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଛି । ସେ ମୁମ୍ବାଇର ସିଟି କେୟାର ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଅଭିନେତ୍ରୀଙ୍କର ହାର୍ଟ ଏବଂ ଫୁସଫୁସ ଜନିତ ରୋଗ ଥିଲା । ବିଦ୍ୟା ଶେଷ ଥର ପାଇଁ ‘କୁଲଫି କୁମାର ବାଜେଓ୍ବାଲା’ ଧାରାବାହିକରେ ନଜର ଆସିଥିଲେ । ଏହି ଧାରାବାହିକରେ ସେ ସିକନ୍ଦରଙ୍କ ମା’ଙ୍କ ଅଭିନୟ କରିଥିଲେ ।

ବିଦ୍ୟା ସିହ୍ନା ୧୯୪୭ ମସିହା ନଭେମ୍ବର ୧୫ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ମାତ୍ର  ୧୮ବର୍ଷ ବୟସରେ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ଏବଂ ଟେଲିଭିଜନରେ ଅଭିନୟ କରିବା ପୂର୍ବରୁ ବିଦ୍ୟା ମଡେଲିଂ କରୁଥିଲେ । ସେ ମିସ୍ ବମ୍ବେ ମୁକୁଟ ମଧ୍ୟ ପିନ୍ଧିଥିଲେ । ବିଦ୍ୟା ବହୁ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଏଗୁଡିକ ମଧ୍ୟରେ ରଜନୀଗନ୍ଧା, ହଓ୍ବସ, ଛୋଟି ସି ବାତ୍, ମେରା ଜୀବନ, ଇନକାର, ଜୀବନ ମୁକ୍ତ, କିତାବ, ପତି ପତ୍ନୀ ଔର ଓ୍ବ, ତୁହ୍ମାରେ ଲିୟେ, ସବୁତ ରହିଛି । ସଞ୍ଜିବ କୁମାରଙ୍କ ସହ ତାଙ୍କର ଗୀତ ‘ଥଣ୍ଡେ ଥଣ୍ଡେ ପାନି ସେ ନାହାନା ଚହିୟେ’ ବେସ୍ ଚର୍ଚ୍ଚିତ ଥିଲା ।

ଫିଲ୍ମ ବ୍ୟତୀତ ବିଦ୍ୟାଙ୍କର ଟେଲିଭିଜନ ଇଣ୍ଡଷ୍ଟ୍ରି ସହ ମଧ୍ୟ ନିବିଡ ସଂପର୍କ ଥିଲା । ବିଦ୍ୟା କାବ୍ୟାଞ୍ଜଳି, ଜାରା, ନିମ୍ ନିମ୍ ସହଦ ସହଦ, କୁବୁଲ ହୈ, ଇସ୍କ କା ରଙ୍ଗ୍ ସଫେଦ ଏବଂ ଚନ୍ଦ୍ର ନନ୍ଦିନୀ ରେ ଅଭିନୟ କରିଛନ୍ତି ।

ବିଦ୍ୟାଙ୍କ ବ୍ୟକ୍ତିଗତ ଜୀବନ ଦୁଃଖଦ ରହିଥିଲା । ବିଦ୍ୟା ଭେଙ୍କଟେଶ୍ବର ଆୟରଙ୍କୁ ୧୯୬୮ ମସିହାରେ ବିବାହ କରିଥିଲେ । ଭେଙ୍କଟେଶ୍ବର ତାମିଲ ବ୍ରାହ୍ମଣ ଥିଲେ । ବିଦ୍ୟା ଏବଂ ଭେଙ୍କଟେଶ୍ବର ୧୯୮୯ ମସିହାରେ ଜଣେ କନ୍ୟାଙ୍କୁ ପୋଷ୍ୟପୁତ୍ରୀ ଭାବେ ଗ୍ରହଣ କରିଥିଲେ । କନ୍ୟା ସନ୍ତାନର ନାଁ ସେ ଜାହ୍ନବୀ ରଖିଥିଲେ । ପୋଷ୍ୟପୁତ୍ରୀ ଗ୍ରହଣ କରିବାର କିଛି ବର୍ଷ ପରେ ହିଁ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା ।

ପରେ ବିଦ୍ୟା ନେତାଜୀ ଭିମରାଓଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ । ୨୦୦୯ ମସିହାରେ ସ୍ବାମୀ ନେତାଜୀ ଭିମରାଓଙ୍କ ବିରୋଧରେ ଅଭିଯୋଗ କରିଥିଲେ ବିଦ୍ୟା । ବିଦ୍ୟା ତାଙ୍କ ବିରୋଧରେ ଶାରିରୀକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଏହା ପରେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *