ବଡ ଖବର : ୱେଷ୍ଟଇଣ୍ଡିଜି ବିପକ୍ଷ ଦୀନିକିଆରେ ବିରାଟ ବନେଇଦେଲେ ଏମିତି ରେକଡ , ଯାହା କେହି କେବେ ବନେଇ ନଥିଲେ

ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ୧୦ ବର୍ଷ ତଳେ ଯେତେବେଳେ ପଡ଼ିଆକୁ ପ୍ରବେଶ କରୁଥିଲେ କିଛି ନା କିଛି ରେକର୍ଡ ପ୍ରତିଷ୍ଠା ହେଉଥିଲା । ମାତ୍ର ଏବେ ସମୟ ବଦଳି ଯାଇଛି । ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଯଦି କିଛି ରେକର୍ଡ ପ୍ରତିଷ୍ଠା କରୁଛନ୍ତି, ସେହି ସମୟରେ ଅନ୍ୟ କ୍ରିକେଟରଙ୍କ ରେକର୍ଡ ଭଙ୍ଗ ହେଉଛି । ଆଉ ଏଥିରୁ ସଚିନ ତେନ୍ଦୁଲକର ମଧ୍ୟ ବାଦ ପଡ଼ି ନାହାନ୍ତି । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ଶେଷ ହୋଇଥିବା ଦିନିକିଆରେ କୋହଲି ୪୩ତମ ଶତକ ହାସଲ କରି ଆଉ ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ଗୋଟିଏ ଟିମ ବିପକ୍ଷରେ ଶତକ ମାରିବା ମାମଲାରେ ସଚିନଙ୍କ ସମକକ୍ଷ ହୋଇପାରିଛନ୍ତି ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ପୋର୍ଟ ଅଫ ସ୍ପେନରେ ଖେଳାଯାଇଛି । ୱେଷ୍ଟଇଣ୍ଡିଜ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ଓ ବର୍ଷା ବାଧିତ ମ୍ୟାଚରେ ୩୫ ଓଭରରେ ୭ ୱିକେଟ ହରାଇ ୨୪୦ ରନ କରିଥିଲା । ଫଳରେ ମ୍ୟାଚକୁ ୩୫-୩୫ ଓଭର କରି ଦିଆଯାଇଥିଲା । ଡକୱାର୍ଥ ଲୁଇସ ନିୟମ ଅନୁସାରେ ଭାରତକୁ ୨୫୫ ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତୀୟ ଟିମ ୩୨.୩ ଓଭରରେ ୪ ୱିକେଟ ହରାଇ ୨୫୬ ରନ ସଂଗ୍ରହ କରିବା ସହିତ ମ୍ୟାଚ ଜିତିଛି ।

Khabar Odisha:Sports-cricket-Virat-Kohli-hits-43rd-century-equals-Sachin-Tendulkars-record-of-most-odi-100s-vs-a-team

ଭାରତର ବିଜୟରେ କୋହଲିଙ୍କ ବଡ଼ ଭୂମିକା ଅଛି । ସେ ୯୯ଟି ବଲ ଖେଳି ୧୧୪ ରନ କରିଛନ୍ତି । ବିରାଟ ନିଜର ଇନିଂସରେ ୧୪ଟି ଚୌକା ମାରିବା ସହିତ ଅପରାଜିତ ପାଭଲିଅନ ଫେରିଛନ୍ତି । ବିରାଟ ୨୩୯ ଦିନିକିଆ ମ୍ୟାଚରେ ୧୧ ହଜାର ୫୨୦ ରନ କରିଛନ୍ତି । ସେ ସର୍ବାଧିକ ରନ ସଂଗ୍ରହ କରିବା ମାମଲାରେ ୮ମ ସ୍ଥାନରେ ଅଛନ୍ତି । ସଚିନ ତେନ୍ଦୁଲକର ୧୮ ହଜାର ୪୨୬ ରନ କରି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି । ସଚିନ ସର୍ବାଧିକ ୪୯ଟି ଦିନିକିଆ ଶତକ ମାରିଛନ୍ତି ।

ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୯ ଥର ଶତକ ହାସଲ କରିଛନ୍ତି । ଏଥି ସହିତ ସେ ଏକ ଟିମ ବିରୋଧରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳି ହୋଇପାରିଛନ୍ତି । ସଚିନ ତେନ୍ଦୁଲକରଙ୍କ ରେକର୍ଡ ସମକକ୍ଷ ହୋଇପାରିଛନ୍ତି । ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ମାରିଛନ୍ତି । କୋହଲି ସବୁଠାରୁ କମ ଇନିଂସ ଖେଳି ୪୩ତମ ଶତକ ହାସଲ କରିଛନ୍ତି, ଯାହାକି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କରିପାରି ନାହାନ୍ତି । କୋହଲି ୱେଷ୍ଟଇଣ୍ଡିଜ ମାଟିରେ ୪ର୍ଥ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ମ୍ୟାଥୁ ହେଡେନ, ହାସିମ ଆମଲ ଓ ଜୋଏ ରୁଟଙ୍କ ନାମରେ ଥିଲା । ଏମାନେ ସମସ୍ତେ ୱେଷ୍ଟଇଣ୍ଡିଜରେ ୩-୩ ଶତକ ମାରିଛନ୍ତି ।

Khabar Odisha:Sports-cricket--India-won-one-day-international-series-against-west-indies

ଭାରତ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିଛି । ତୃତୀୟ ତଥା ଶେଷ ଦିନିକିଆକୁ ଭାରତ ୬ ୱିକେଟରେ ବିଜୟୀ ହୋଇଛି । ଏଥି ସହିତ ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି । ଟି-୨୦ ପରେ ଦିନିକିଆ ସିରିଜକୁ ମଧ୍ୟ ନିଜ ନାମରେ କରିଛି । ସବୁଠାରୁ ବଡ଼ କଥା ଯେ, ଭାରତ ଯେତେବେଳେ ୭୩ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତ ହେଉଥିଲା, ସେହି ସମୟରେ ଭାରତୀୟ କ୍ରିକେଟ ଟିମ ବିଜୟୀ ହୋଇଛି ।

ବିରାଟ କୋହଲି (୧୧୪)ଙ୍କ ସହିତ ଶ୍ରେୟସ ଆୟର ଭଲ ପାର୍ଟନରଶିପ କରିଥିଲେ । ଆୟର ୪୧ଟି ବଲ ଖେଳି ୬୫ ରନ ଯୋଡ଼ିଥିଲେ । ଶିଖର ଧାଓ୍ବନ ଓ ଋଷଭ ପନ୍ତଙ୍କୁ ଗୋଟିଏ ଓଭରରେ ହରାଇଥିଲା । ଏଭଳି ଏକ ବିପର୍ଯ୍ୟୟ ସମୟରେ କୋହଲି ଓ ଆୟର ୧୨୦ ରନ ଭାଗିଦାରୀ ହୋଇଥିଲେ । କୋହଲିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜି ପୁରସ୍କାର ଦିଆଯାଇଥିଲା ।

ରୋହିତ ଶର୍ମା ଆଉଟ ହେବା ପରେ ଭାରତକୁ ବଡ଼ ଝଟକା ଲାଗିଥିଲା । ୱେଷ୍ଟଇଣ୍ଡିଜ ପାଇଁ ଫେବିୟାନ ଏଲେନ ୪୦ ରନ ଦେଇ ୨ଟି ୱିକେଟ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୭ଟି ୱିକେଟ ହରାଇ ୨୪୦ ରନ କରିଥିଲା । ମାତ୍ର ବର୍ଷା ବାଧିତ ମ୍ୟାଚରେ ଭାରତକୁ ୩୫ ଓଭରରେ ୨୫୫ ରନ ଟାର୍ଗେଟ ମିଳିଥିଲା । ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଷ୍ଟାଡିୟମରେ ଟିମ ଇଣ୍ଡିଆ ୧୫ଟି ବଲ ଥାଇ ଏହି ମ୍ୟାଚ ଜିତିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *