ମୋଦି କରିଦେଲେ କିଛି ଏମିତି : ପାତିସ୍ତାନ ପ୍ରଧାନମନ୍ତ୍ରୀ ଭୟରେ ଥର ହର ହୋଇଗଲା , ଗର୍ବରେ ସେୟାର କରନ୍ତୁ

ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ହତାଶରେ ଡୁବିଥିବା ପାକିସ୍ତାନକୁ ଏବେ ହାତରୁ ପିଓକେ ଖସିଯିବାର ଭୟ ଘାରିଲାଣି। ଏହାର ଆଭାସ ଆପଣ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୟାନରୁ ପାଇ ପାରିବେ। ପାକିସ୍ତାନର ସ୍ଵାଧୀନତା ଦିବସ ଅବସରରେ ଇମ୍ରାନ ଖାନ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ବିଧାନସଭାରେ ପହଞ୍ଚିଛନ୍ତି।

ଏହି ସମୟରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତ ବିରୋଧରେ ବୟାନବାଜି କରିଛନ୍ତି। ଏଠାରେ ସଦନକୁ ଉଦବୋଧନ ଦେଇ ଇମ୍ରାନ ଖାନ କହିଛନ୍ତି ଯେ ମୁଁ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ସତ୍ୟତାକୁ ଦୁନିଆ ସାମ୍ନାରେ ରଖିଛି। ବିଜେପି ସରକାର କେବଳ କାଶ୍ମୀରରେ ଅଟକିବ ନାହିଁ, ଏମାନେ ପିଓକେକୁ ମଧ୍ୟ ନିଜ ଅକ୍ତିକାରକୁ ନେଇ ପାରନ୍ତି।

Khabar Odisha:international-pakistan-prime-minister-imran-khan-india-jammu-kashmir-article-370

ଇମ୍ରାନ ଖାନ କହିଛନ୍ତି ଯେ ଏଥିପାଇଁ ଆମର ସେନା ପ୍ରସ୍ତୁତ ଏବଂ ଯଦି କିଛି ଅଘଟଣ ଘଟେ ତେବେ ଆମେ ଜବାବ ଦେବୁ। ଯେଉଁଭଳି ଭାରତ ପୁଲଓ୍ଵାମା ପରେ ବାଲାକୋଟ୍ ଆସିଥିଲେ, ଠିକ୍ ସେହିଭଳି ସେମାନେ ପିଓକେ ଅଭିମୁଖେ ଆସି ପାରନ୍ତି। ଇମ୍ରାନ ଖାନ କହିଛନ୍ତି ଯଦି, ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରି ଅବସ୍ଥା ସୃଷ୍ଟି ହୁଏ ତେବେ ଏଥିପାଇଁ ଦୁନିଆ ଓ ମିଳିତ ଜାତିସଂଘ ଦାୟୀ ରହିବ।

ଇମ୍ରାନ ଏହା ମଧ୍ୟ କହିଛନ୍ତି ଏବେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଦୁନିଆର ସମସ୍ତ ଫୋରମରେ ଉଠାଇବ। ଦରକାର ପଡ଼ିଲେ ଆମେ ଅନ୍ତରାଷ୍ଟ୍ରୀୟ କୋର୍ଟ ମଧ୍ୟ ଯିବୁ। ଆଗାମୀ ସମୟରେ ଏହାକୁ ନେଇ ଲଣ୍ଡନରେ ଏକ ବଡ଼ ରାଲି  ହେବ। ଏବେ ମିଳିତ ଜାତିସଂଘର ମହାସଭା ହେବ ଏବଂ ସେଠାରେ ମଧ୍ୟ ପାକିସ୍ତାନ ପକ୍ଷରୁ ଏହାର ବିରୋଧ ପ୍ରଦର୍ଶନ କରାଯିବ।

ଜାମ୍ମୁ-କାଶ୍ମୀର ଉପରେ ଭାରତର ନିଷ୍ପତ୍ତି ପରଠୁ ପାକିସ୍ତାନ ବ୍ୟସ୍ତ ବିବ୍ରତ ହୋଇ ଉଠିଛି। ଇମ୍ରାନ ଖାନ କେତେ ହତାଶ ଅଛନ୍ତି ତାହା ତାଙ୍କର ଭାଷଣରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି ଓ ସଂଘର ବିଚାରଧାର ମୁସଲମାନ  ବିରୋଧୀ।

ପିଓକେ ବିଧାନସଭାରେ ଇମ୍ରାନ ଏହା ମଧ୍ୟ କହିଛନ୍ତି ଯେ, ଦୁନିଆରେ ସେ କାଶ୍ମୀରର ସ୍ଵର  ହେବେ ଏବଂ ପ୍ରତ୍ୟେକଙ୍କୁ ଆରଏସଏସର ବିଚାରଧାରା ବିଷୟରେ ଅବଗତ କରାଇବି। ବିଜେପିର ଲୋକ ହିନ୍ଦୁସ୍ତାନରେ ମୁସଲମାନଙ୍କ ସ୍ଵରକୁ ଦବାଇ ରଖିଛନ୍ତି ଏବଂ ସେମାନଙ୍କୁ ପାକିସ୍ତାନ ଯିବାକୁ ଧମକ ଦେଉଛନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *