ବଡ ଖବର ପାକିସ୍ତାନକୁ ପୁଣି ମୋଦି ଦେଲେ କଡା ଯବାବ , କହିଦେଲେ କିଛି ଏମିତି ଶୁଣିଲେ ଗର୍ବରେ ଛାତି ଫୁଲି ଉଠିବ

ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରଠାରୁ ଭାରତକୁ ନେଇ ପଡୋସୀ ପାକିସ୍ତାନ ସବୁ ଦିନ ନୂଆ ନୂଆ ନୀତି ବଦଳଉଛି। ପାକିସ୍ତାନର ଶିଆଳ ଧମକରେ ବିରକ୍ତ ମୋଦିଙ୍କ ମନ୍ତ୍ରୀମଣ୍ଡଳର ରାମଦାସ ଅଠାବଲେ ଇମ୍ରାନଙ୍କୁ କଡା ଚେତାବନୀ ଦେଇଛନ୍ତି। କହିଛନ୍ତି ଯଦି ପାକିସ୍ତାନ ଆରପାରର ଲଢେଇ ଚାହୁଁଛି ତେବେ ଏଥିରୁ ଭାରତ ବି ପଛକୁ ହଟିବନି ଓ ପିଓକେକୁ  ନେଇକି ରହିବ।

ଉତ୍ତରପ୍ରଦେଶ ମଥୁରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଅଠାବଲେ କହିଥିଲେ ଯେ ଯଦି ପାକିସ୍ତାନ ଆମ ସହ ଶତୃତା କରିବାକୁ ଚାହୁଁଛି  ତେବେ ଆଉଥରେ ଆରପାର ଲଢେଇ ହୋଇ ଯାଉ। ଆଉ ଯଦି ଏପରି ହୁଏ ତେବେ ଆମେ ପିଓକେ ନେଇକରି ହିଁ ରହିବୁ। ଅଠାବଲେ ପାକିସ୍ତାନକୁ ଏକ ବିଲେଇ ସହ ସମାନ ଦେଶ ବୋଲି କହିଥିବା ବେଳେ ଭାରତକୁ ସିଂହ ବୋଲି କହିଛନ୍ତି। ତେବେ ଇମ୍ରାନ ଯାହା କହୁଛନ୍ତି ଓ କରୁଛନ୍ତି ତା ଉପରେ ଭାରତ କଡା ନଜର ରଖିଛି ବୋଲି ସତର୍କ କରାଇଦେଇଛନ୍ତି ଅଠାବଲେ। ଯଦି ପାକିସ୍ତାନ ପଟରୁ ସାମାନ୍ୟ ହଲଚଲ ବି ହେଲା ଏହାର ଦଣ୍ଡ ତାକୁ ନିଶ୍ଚିତ ଭୋଗିବାକୁ ପଡିବ ହିଁ ପଡିବ ବୋଲି କହିଛନ୍ତି ଅଠାବଲେ।

କେନ୍ଦ୍ରମନ୍ତ୍ରୀ ମଥୁରାର ନୟତୀ ହସ୍ପିଟାଲ ଓ ମରୋଟରୀ କ୍ଲବ ପକ୍ଷରୁ ଅନୁଷ୍ଠିତ ଏକ ଅଙ୍ଗଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାକୁ ଯାଇଥିବା ବେଳେ  ଲୋକଙ୍କୁ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମ ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପାକ୍ ପ୍ରସଙ୍ଗ ଉଠିବାରୁ ସେ କହିଛନ୍ତି ଯେ ଏଥର ପାକର କୌଣସି ହରକତକୁ ସାମାନ୍ୟ ବୋଲି ଗ୍ରହଣ କରାଯିବନି। ପ୍ରତ୍ୟେକ ସ୍ତରରେ ତାକୁ କଡା ଜବାବ ମିଳିବ ବୋଲି ଚେତାଇ ଦେଇଛନ୍ତି ଅଠାବଲେ।

Watch Video

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *