ବଡ ଖବର : 48 ଘଣ୍ଟା ଭିତରେ ଧୋନି ନେଇଯିବେ ଅବସର ! ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଟିମ ଇଣ୍ଡିଆରୁ ବିଦା ହେବେ କି ମହେନ୍ଦ୍ର ସିଂ ଧୋନି ? ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ ପରଠାରୁ ଧୋନିଙ୍କ କ୍ରିକେଟ କ୍ୟାରିଅର ଅନ୍ତ ବୋଲି ଚର୍ଚ୍ଚା ହେଉଛି । ଏପରିକି ଧୋନି ନିଜେ ମଧ୍ୟ ଖୁବଶୀଘ୍ର ଅବସର ଘୋଷଣା କରିପାରନ୍ତି । ଆଉ ଯଦି ସେ ନିଜେ ଅବସର ନ ନିଅନ୍ତି, ତେବେ ତାଙ୍କୁ ଟିମରୁ ବାହାର କରିବାକୁ ଚୟନ କମିଟି ନିଷ୍ପତି ନେଇ ସାରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଏପରିକି ଅବସର ନିଷ୍ପତି ନେଇ ଧୋନିଙ୍କ ସହ ଆଲୋଚନା କରିବେ ଚିଫ୍ ସିଲେକ୍ଟର ଏମଏସକେ ପ୍ରସାଦ । ଯଦି ନିଜ ଅବସର ନେଇ ଏମଏସକେ ପ୍ରସାଦଙ୍କୁ ଧୋନି ଆଗୁଆ କୌଣସି ସୂଚନା ନ ଦେଲେ ପ୍ରସାଦ ନିଜ ଆଡୁ ଧୋନିଙ୍କୁ ଭେଟି ଏ ବାବଦରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ରିଷଭ ପନ୍ତଙ୍କ ଭଳି ଯୁବ ଖେଳାଳି ଟିମରେ ସ୍ଥାନ ପକ୍କା କରିବାକୁ ନିଜ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି ।

୨୦୧୯ ବିଶ୍ବକପ ଖେଳ ସମାପ୍ତ ହୋଯାଇଛି। ଆସନ୍ତା ଜୁଲାଇ ୧୯ ତାରିଖରେ ଭାରତୀୟ କ୍ରିକେଟ ଟିମ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଯିବ। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟ ଧୋନୀଙ୍କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଭାରତୀୟ କ୍ରିକେଟ ଟିମ  ଓ୍ବିଷ୍ଟଇଣ୍ଡିଜ ଗସ୍ତ ଯିବା ପୂର୍ବରୁ ଧୋନୀ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି ବୋଲ ଚର୍ଚ୍ଚା ହେଉଛି। ଧୋନୀ ଏହି ବାବଦରେ ସଠିକ୍ ସ୍ପଷ୍ଟିକରଣ ଦେଇନାହାନ୍ତି ।

ଆଗାମୀ ମ୍ୟାଚ ପାଇଁ ଧୋନିକୁ ବିସିସିଆଇ ଚୟନ ନକରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି। ଚଳିତ ବିଶ୍ବକପରେ ଧୋନି ଧିମେଇ ଧିମେଇ ଖେଳୁଥିବାରୁ ଆଗାମୀ ମ୍ୟାଚରେ ଧୋନୀଙ୍କୁ ବାଦ ଦିଆଯିବ। ଜୁଲାଇ ୧୯ରେ ଟିମ ଇଣ୍ଡିଆ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଯିବ। ମାତ୍ର ଅଳ୍ପ ସମୟ ଟିମ ଇଣ୍ଡିଆ ପାଖରେ ରହିଛି। ୪୮ ଘଣ୍ଟା ମଧ୍ୟରେ ଧୋନୀ କ୍ରିକେଟ ଖେଳରୁ ସନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଏହି ବାବାଦରେ ଏମଏସକେ ପ୍ରସାଦ ଧୋନୀଙ୍କ ସହ କଥା ହେବ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। କ୍ରିକେଟ ଜଗତରେ ଜଣେ ସୁଦକ୍ଷ ଖେଳାଳୀ ଭାବରେ ପରିଚିତ ମହେନ୍ଦ୍ର ସିଂହ ଧୋନି। ଏଥିସହ ଜଣେ ସଫଳ ଅଧିନାୟକ ଭାବରେ ମଧ୍ୟ ସେ ବେଶ ନାଁ କରିଛନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *