ଜୁଲାଇ ୧୬ ତାରିଖରେ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏହି ସବୁ କାମ, ଏହି ସବୁ ରାଶିର ବ୍ୟକ୍ତି ରୁହନ୍ତୁ ସର୍ତକ , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଆସନ୍ତା ୧୬ ତାରିଖ ମଙ୍ଗଳବାର ଗୁରୁପୁର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବ। ଗତ ଜୁଲାଇ ୨ ତାରିଖରେ ସୂର୍ଯ୍ୟ ପରାଗ ହୋଇଥିଲା। ତେବେ ଭାରତରେ ଏହା ଦେଖା ଯାଇନଥିବାରୁ ପରାଗ ପାଳନୀୟ ହୋଇ ନଥିଲା। ତେବେ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟ ହେଉଛି। ଏଣୁ ଏହା ପାଳନୀୟ ବୋଲି ଜ୍ୟୋତିଷାଚାର୍ଯ୍ୟମାନେ କହିଛନ୍ତି। ୧୬ ଓ ୧୭ ଜୁଲାଇର ଏହି ଚନ୍ଦ୍ରଗ୍ରହଣ ଭାରତ ବ୍ୟତୀତ ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଆମେରିକାରେ ମଧ୍ୟ ଦେଖାଯିବ।

ଗୁରୁପୂର୍ଣ୍ଣିମାର ଏହି ଚନ୍ଦ୍ରଗ୍ରହଣ ପ୍ରାୟ ୧୪୯ ବର୍ଷ ପରେ ସଂଘଟିତ ହେଉଛି।  ଏହା ପୂର୍ବରୁ ଯେଉଁ ଚନ୍ଦ୍ରଗ୍ରହଣ ହୋଇଥିଲା ସେତେବେଳେ ଚନ୍ଦ୍ର ଶନି ଓ କେତୁଙ୍କ ସହ ଧନୁ ରାଶିରେ ଅବସ୍ଥାନ କରୁଥିଲେ। ସେହିପରି ସୂର୍ଯ୍ୟ ରାହୁ ସହିତ ମିଥୁନ ରାଶିରେ ଥିଲେ। ଭାରତରେ ଗ୍ରହଣ ୩ ଘଣ୍ଟା ପର୍ଯ୍ୟନ୍ତ ଦେଖାଯିବ। ହିନ୍ଦୁ ମାନ୍ୟତା ଅନୁସାରେ ସୂର୍ଯ୍ୟ ପରାଗ ଅଥବା ଚନ୍ଦ୍ରଗ୍ରହଣ ହେଲେ ସୂତକ ହୋଇଥାଏ। ସୂର୍ଯ୍ୟ ପରାଗ ପାଇଁ ୧୨ ଘଣ୍ଟା ପୂର୍ବରୁ ସୂତକ ଧରା ଯାଉଥିବା ବେଳେ ଚନ୍ଦ୍ରଗ୍ରହଣ ପାଇଁ ୯ ଘଣ୍ଟା ପୂର୍ବରୁ ସୂତକ ହୋଇଥାଏ। ଏଣୁ ଆଗାମୀ ଚନ୍ଦ୍ରଗ୍ରହଣ ପାଇଁ ସୂତକ କାଳ ମଧ୍ୟାହ୍ନ ଗୋଟାଏ ୩୦ ମିନିଟରୁ ନିର୍ଦ୍ଧାରଣ କରାଯାଉଛି। ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହେଉଥିବାରୁ ଗୁରୁ ପୂଜା ସୂତକ ସମୟ ପୂର୍ବରୁ ଶେଷ କରିବା ଲାଗି କୁହାଯାଇଛି ।

ଗ୍ରହଣ ବେଳେ କିଛି କାର୍ଯ୍ୟ ନିଷିଦ୍ଧ କରାଯାଇଥାଏ। ଯେପରିକି ଦେବ ଉପାସନା, ଖାଦ୍ୟ ରୋଷେଇ ଓ ଖାଇବା ଆଦି ମନା କରାଯାଇଥାଏ। ଏହା ପରେ ବିଜ୍ଞାନ ସମ୍ମତ ମଧ୍ୟ ହୋଇଛି। ଗ୍ରହଣ ଓ ପରାଗ ବେଳେ ବାୟୁ ମଣ୍ଡଳରେ ବ୍ୟକ୍ଟେରିଆ ବ୍ୟାପୀ ଯାଇଥାନ୍ତି। ଏଣୁ ଖାଦ୍ୟ ରୋଷେଇ ଓ ଖାଇବା ଉପରେ କଟକଣା ଥାଏ। ସେହିପରି ଗ୍ରହଣ ସମୟରେ ସମ୍ଭୋଗ ଓ ଶୁଭ କାର୍ଯ୍ୟ ମଧ୍ୟ ନିଷିଦ୍ଧ ହୋଇଥାଏ। ଗ୍ରହଣ କାଳରେ ସମ୍ଭୋଗ ଯୋଗୁ ଯଦି ଗର୍ଭଧାରଣ ହୁଏ ତେବେ ଶିଶୁ ବିକଳାଙ୍ଗ ହେବାର ସମ୍ଭାବନା ଅଧିକ ଥାଏ।

Khabar Odisha:know-all-about-super-blood-wolf-moon-eclipse-on-january-20-why-is-it-called-wolf-moon

ଜାଣନ୍ତୁ ଆପଣଙ୍କ ପାଇଁ ଏହା ଶୁଭ ନା ଅଶୁଭ

ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ଆପଣ ଙ୍କ କୁଣ୍ଡଳୀ ରେ ସବୁ ଗ୍ରହ ଶାନ୍ତ ରହିଥାନ୍ତି I ତେଣୁ ଆପଣ ଏହି ସମୟ ରେ ଚାଉଳ , ତମ୍ବା ଓ ତେଲ ଦାନ କରିପାରିବେ I ଗ୍ରହଣ ଶେଷ ହେବା ପରେ ଆପଣ ସ୍ନାନ କରନ୍ତୁ I ଘର କୁ ମଧ୍ୟ ସଫା କରନ୍ତୁ I ଘର ର ମନ୍ଦିର ରେ ପୂଜା କରିବା ପୂର୍ବ ରୁ ସେହି ସ୍ଥାନ କୁ ମଧ୍ୟ ସଫା କରନ୍ତୁ I ଏବଂ ଗଙ୍ଗା ପାଣି ଛିଞ୍ଚନ କରନ୍ତୁ I

କେତେବେଳେ ଲାଗିବ ଚନ୍ଦ୍ର ଗ୍ରହଣ

16 ଜୁଲାଇ ମଧ୍ୟ ରାତ୍ରି ରୁ 1 ଘଟିକା 32 ମିନିଟ ସମୟ ରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାକୁ ଯାଉଛି I ସକାଳ 4 ଘଟିକା 31 ମିନିଟ ସମୟ ରେ ଏହା ଶେଷ ହେବ I ଏହି ସମୟ ରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ I

ଚନ୍ଦ୍ର ଗ୍ରହଣ ସମୟ ରେ କଣ କରିବେ

ଚନ୍ଦ୍ର ଗ୍ରହଣ ସମୟ ରେ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ କି କୌଣସି ଖାଦ୍ୟ ରୋଷେଇ କରିବେ ନାହିଁ I ଏହି ସମୟ ରେ ଆପଣ ନିଜ ପୂଜା ଘର କୁ କପଡା ରେ ଢାଙ୍କି ରଖନ୍ତୁ I ଖାଦ୍ୟ ଜିନିଷ ଯେପରି ଭାତ , କ୍ଷୀର ଆଦି ରେ ତୁଳସୀ ପତ୍ର ପକାଇ ଦିଅନ୍ତୁ I ଚନ୍ଦ୍ର ଗ୍ରହଣ ସମୟ ରେ ଘରୁ ବାହାର କୁ ଯିବେ ନାହିଁ I ଖାଲି ଆଖି ରେ ଚନ୍ଦ୍ର ଗ୍ରହଣ ଦେଖିବେ ନାହିଁ I ଏହି ସମୟ ରେ ଭଗବାନ ଙ୍କ ର ନାମ ସ୍ମରଣ କରିବା ଉଚିତ I ଚନ୍ଦ୍ର ଗ୍ରହଣ ସମୟ ଏକ ଅଶୁଭ ସମୟ ହେଇଥାଏ I ଏବଂ ଏହି ସମୟ ରେ ଚନ୍ଦ୍ର ଙ୍କ ର କିରଣ ନକାରାତ୍ମକ ଶକ୍ତି ରେ ପରିପୂର୍ଣ ରହିଥାଏ I

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *