ଆସନ୍ତା କାଲି, 16 ଜୁଲାଇ , ଏ ଦଶନ୍ଧିର ସବୁଠୁ ବଡ ଚନ୍ଦ୍ର ଗ୍ରହଣ , କ’ଣ ଆପଣଙ୍କର ଏହି ରାଶି , ତେବେ ହୋଇ ଯାଆନ୍ତୁ ସର୍ତକ

ମଙ୍ଗଳବାର 16 ତାରିଖରେ ହୋଇଛି ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସହ ବିଶ୍ୱର ଅଧିକାଂଶ ଅଂଚଳରେ ଦୃଶ୍ୟମାନ ହୋଇଛି । ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହୋଇଛି । 16ଜୁଲାଇ ରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି I ଏହି ଗ୍ରହଣ ମଧ୍ୟ ରାତ୍ରି ରୁ ଆରମ୍ଭ ହେବ I ଏହା ଏହି ବର୍ଷ ର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଅଟେ I ଏହି ଚନ୍ଦ୍ର ଗ୍ରହଣ ଭାରତ ସହିଦ ଅଷ୍ଟ୍ରେଲିଆ , ଆଫ୍ରିକା , ଆସିୟା ପରି ଦେଶ ରେ ଦେଖିବାକୁ ମିଳିବ I ହିନ୍ଦୁ ଧର୍ମ ଗ୍ରଂଥ ରେ ଗ୍ରହଣ କୁ ଅଶୁଭ ସମୟ ବୋଲି ମାନ୍ୟତା ରହିଛି ,ତେବେ ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇନାହିଁ ।

ଗ୍ରହଣ ଓ ପରାଗ  ଏକ ସାଧାରଣ ମହାଜାଗତିକ ଘଟଣା । ଜୁଲାଇ ୧୬ତାରିଖ ଗୁରୁ ପୁର୍ଣ୍ଣମି ରେ ପଡୁଛି ଚନ୍ଦ୍ର ଗ୍ରହଣ । କିନ୍ତୁ ଏହା  ଦୃଶ୍ୟମାନ ହେବ ୧୬ ତାରିଖ ମଧ୍ୟରାତ୍ରି ପରେ । ଅର୍ଥାତ୍  ରାତି ୧ଟା ୩୧ ରୁ  ୪ଟା ୨୯ ଯାଏଁ । ଏହା ହେଉଛି  ଚଳିତବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ । ତେବେ ଏହି ଆଂଶିକ ଚନ୍ଦ୍ରଗ୍ରହଣ  ।

ୟୁରୋପ,ଏସିଆ,ଅଷ୍ଟ୍ରେଲିଆ,ଆଫ୍ରିକା,ଦକ୍ଷିଣ ଆମେରିକା  ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତ ତଥା ଓଡିଶାର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ । ତେବେ ଏହାକୁ ନେଇ ପ୍ଲାନେଟୋରିୟମରେ ପ୍ରସ୍ତୁତି ସହ ମନ୍ଦିର ଗୁଡିକରେ ପୁଜା ବିଧି ପରିବର୍ତ୍ତନ କରାଯାଇଛି ।

୧୬ ଜୁଲାଇରେ ସଂଗଠିତ ହେବ ଆଂଶିକ ଚନ୍ଦ୍ର ଗ୍ରହଣ ।ଏହି ଦିନ ଆକାଶ ମେଘ ମୁକ୍ତ ରହିଲେ ମଧ୍ୟ ରାତ୍ରି ପରେ ଅର୍ଥାତ୍ ରାତି  ୧ଟା ୩୧ ରୁ  ୪ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ  ଖାଲି ଆଖିରେ ଦେଖିହେବ । ତେବେ ଏହି ସମୟ ମଧ୍ୟରୁ ସବୁଠାରୁ ଅଧିକ ସମୟ ଯାହାକି ପ୍ରାୟ ୬୫ପ୍ରତିଶତ ରାତି ୩ଟା ସମୟରେ ଦୃଶ୍ୟମାନ ହେବ ।

ଆମେ ଜାଣିଛେ ଯେ ଚନ୍ଦ୍ର  ପୃଥିବୀ  ଚାରିପଟେ  ଓ ପୃଥିବୀ  ସୁର୍ଯ୍ୟ ଚାରିପଟେ ଘୁରୁଛି । ଏହି ଭଳି  ଘୁରିବା ଭିତରେ ଯେତେବେଳେ ଚନ୍ଦ୍ର,ପୃଥିବୀ ଓ ସୁର୍ଯ୍ୟ  ଏକ ସରଳ ରେଖାରେ ରହିଥାନ୍ତି ସେ ସମୟରେ ସୂର୍ଯ୍ୟ ପରାଗ,  ଓ ଚନ୍ଦ୍ର ଗ୍ରହଣ  ଘଟିଥାଏ । ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ଏକ ସରଳରେଖାରେ ରହିଥାଏ  ଓ ପୃଥିବୀର  ଛାଇ ଚନ୍ଦ୍ର ଉପରେ ପଡିଥାଏ । ତେବେ ଚଳିତ ଚନ୍ଦ୍ର ଗ୍ରହଣଟି ମଧ୍ୟରାତ୍ରିରେ ପଡୁଥିବାରୁ ଓ ଆକାଶ ମେଘାଛନ୍ନ ରହିବାର ସଂଭାବନା ଥିବାରୁ ଫ୍ଲାନେଟୋରିୟମ ପକ୍ଷରୁ  ଏହାକୁ ଘରେ ରହି ଜନସାଧାରଣ ଉପଭୋଗ କରିବାକୁ  ଅନୁରୋଧ  କରିଛନ୍ତି ।

ସେପଟେ ମନ୍ଦିର ଗୁଡିକରେ ଗ୍ରହଣକୁ ନେଇ ବିଭିନ୍ନ ନିତି ନିୟମ ପାଳନ କରାଯିବାର ବ୍ୟବସ୍ଥା ରହିଛି । ମଙ୍ଗଳବାର ଅର୍ଥାତ ୧୬ ତାରିଖ ଦିନ ଅପରାହ୍ନ ୪.୩୦ ପରଠାରୁ ସମସ୍ତ ଦେବ ନୀତି ବନ୍ଦ ରହିବ । ପୁଣି ବୁଧବାର ସକାଳୁ ସ୍ନାନ ପରେ ଲୋକମାନେ ପୁଜାବିଧି କରିପାରିବେ ଏବଂ ନୁତନ ରନ୍ଧା ଖାଦ୍ୟ ଗ୍ରହଣ କରିପାରିବେ ବୋଲି କୁହନ୍ତି ପୁଜକ । ହିନ୍ଦୁ ନୀତି ଅନୁଯାୟି ୪ ଟା ୩୦ ପରଠାରୁ ପାକ ନିଷେଧ ରଖାଯାଇଛି । ସେହିଭଳି ସମସ୍ତ ଦେବାଳୟ ମଧ୍ୟ ଏହି ସମୟରେ ବନ୍ଦ ରହିବ ।

ସାଧାରଣତଃ ଗ୍ରହଣ ଓ ପରାଗକୁ ନେଇ  ଲୋକଙ୍କ ମନରେ ଥାଏ ବିଭିନ୍ନ ଭ୍ରାନ୍ତ ଧାରଣା । ତେବେ ବିଜ୍ଞାନ ଏଭଳି ଦୃଶ୍ୟ ଉପଭୋଗ କରିବାକୁ ଉତ୍ସାହିତ କରିବା ବେଳେ  ଧର୍ମ ଅନୁଯାୟି କିଛି ରୀତିନୀତିରେ ପାଳନ କରାଯାଏ ।

ଜାଣନ୍ତୁ ଆପଣଙ୍କ ପାଇଁ ଏହା ଶୁଭ ନା ଅଶୁଭ

ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ଆପଣ ଙ୍କ କୁଣ୍ଡଳୀ ରେ ସବୁ ଗ୍ରହ ଶାନ୍ତ ରହିଥାନ୍ତି I ତେଣୁ ଆପଣ ଏହି ସମୟ ରେ ଚାଉଳ , ତମ୍ବା ଓ ତେଲ ଦାନ କରିପାରିବେ I ଗ୍ରହଣ ଶେଷ ହେବା ପରେ ଆପଣ ସ୍ନାନ କରନ୍ତୁ I ଘର କୁ ମଧ୍ୟ ସଫା କରନ୍ତୁ I ଘର ର ମନ୍ଦିର ରେ ପୂଜା କରିବା ପୂର୍ବ ରୁ ସେହି ସ୍ଥାନ କୁ ମଧ୍ୟ ସଫା କରନ୍ତୁ I ଏବଂ ଗଙ୍ଗା ପାଣି ଛିଞ୍ଚନ କରନ୍ତୁ I ମେଷ , ମିଥୁନ , କର୍କଟ , କନ୍ୟା ଓ କୁମ୍ଭ ରାଶି ମାନଙ୍କ ପାଇଁ ଏହି ଦିନଟି ଅତିଟି ଶୁଭଙ୍କର ହେବ..

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *