ଜାଣନ୍ତୁ ଏମିତି ଯଦି ବର୍ଷା ଲାଗି ରୁହେ କିଏ ଜିବ ଫାଇନାଲକୁ , ଭାରତ ନା ନ୍ୟୁଜଲ୍ୟାଣ୍ଡ…

ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ଵ କପ ୨୦୧୯ର ପ୍ରଥମ ସେମି  ଫାଇନାଲ ବର୍ଷା କାରଣରୁ ବନ୍ଦ ରହିଛି। ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୧ ରନ କରିଛି। କ୍ରିଜରେ ରସ ଟେଲର ୬୭* ଓ ଟମ ଲାଥମ ୩* କରିଛନ୍ତି। ତାଙ୍କ ବ୍ୟତୀତ ଅଧିନାୟକ କେନ ଓ୍ଵିଲିୟମସନ ୬୭ ରନର ଯୋଗଦାନ ଦେଇଛନ୍ତି।

ସବୁ ପ୍ରଶଂସକଙ୍କ ମୁହଁରେ ଏହି ପ୍ରଶ୍ନ ନିଶ୍ଚୟ ଥିବ ଯେ ଯଦି ଆଜି ଏହି ମ୍ୟାଚ୍ ହୁଏ ନାହିଁ ତେବେ ଭାରତର ଅଭିଯାନ କଣ ହେବ। କିନ୍ତୁ ଜୁଲାଇ ୧୦ରେ ରିଜର୍ଭ ଡେ ରଖାଯାଇଛି। ଯଦି ଆଜି ମ୍ୟାଚ୍ ପୂରା ନହୁଏ ତେବେ ଆସନ୍ତାକାଲି(ବୁଧବାର) ଏହି ପଡିଆରେ ମ୍ୟାଚ୍ ଖେଳାଯିବ।

ଯଦି ଆଜି ନିଜର ନିର୍ଦ୍ଧାରିତ ଦିନରେ ସେମି ଫାଇନାଲ ମ୍ୟାଚ୍ ପୂରା ନହୁଏ ତେବେ ଆସନ୍ତାକାଲି ସେଠାରୁ ଖେଳ ଆରମ୍ଭ ହେବ, ଯେଉଁଠି ପ୍ରଥମ ଦିନର ଖେଳ ବର୍ଷା କାରଣରୁ ବନ୍ଦ ଥିବ। ଅର୍ଥାତ ରିଜର୍ଭ ଡେରେ ମ୍ୟାଚ୍ ନୂତନ ଭାବେ ପୁର୍ନବାର ହେବ ନାହିଁ ବରଂ ମଙ୍ଗଳବାର ଯେଉଁଠି ମ୍ୟାଚ୍ ବନ୍ଦ ହୋଇଥିବ  ବୁଧବାର ସେଠାରୁ ହିଁ ମ୍ୟାଚ୍ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ଦ୍ଵିତୀୟ ସେମି ଫାଇନାଲ ଜୁଲାଇ ୧୧ରେ ହେବ। ଏଥିପାଇଁ ଜୁଲାଇ ୧୨ ଦିନ ରିଜର୍ଭ ଡେ ରଖାଯାଇଛି। ଫାଇନାଲ ମ୍ୟାଚ୍  ଜୁଲାଇ ୧୪ରେ ହେବ ଏବଂ ରିଜର୍ଭ ଡେ ଜୁଲାଇ ୧୫ ରଖାଯାଇଛି।


ନିର୍ଦ୍ଧାରିତ ଦିନ ଏବଂ ରିଜର୍ଭ ଡେରେ ମ୍ୟାଚ୍ ନହେଲେ କଣ ହେବ

ଏହି ସ୍ଥିତିରେ ପଏଣ୍ଟ ଟେବୁଲର ମହତ୍ଵ ସାମ୍ନାକୁ ଆସିବ। ଲିଗ୍ ପର୍ଯ୍ୟାୟର ପ୍ରଦର୍ଶନ ଦେଖାଯିବ। ଯେଉଁ ଦଳ ପଏଣ୍ଟ ଟେବୁଲରେ ନିଜର ବିରୋଧୀ ଦଳଠୁ ଉପରେ ଥିବ ସେହି ଦଳକୁ ଫାଇନାଲର ଟିକେଟ୍ ମିଳିବ। ଅନ୍ୟ ଦଳର ବିଶ୍ଵ କପ୍ ଅଭିଯାନ ଏଠାରେ ସମାପ୍ତ  ହୋଇଯିବ। ଏହାର ଅର୍ଥ ବର୍ଷା କାରଣରୁ ସେମି ଫାଇନାଲ ମ୍ୟାଚ୍ ବାତିଲ  ହେଲେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିବ।

ଲିଗ୍ ପର୍ଯ୍ୟାୟରେ ବାତିଲ ହୋଇଥିଲା ୪ ମ୍ୟାଚ୍

ଲିଗ୍ ପର୍ଯ୍ୟାୟରେ ଖେଳା ଯାଇଥିବା ୪୫ ମ୍ୟାଚରୁ ୪ଟି ମୁକାବିଲା ବର୍ଷା କାରଣରୁ ଧୋଇ ହୋଇ ଯାଇଥିଲା। ଏହା ସହିତ ପାକିସ୍ତାନ ଓ ବାଂଲାଦେଶ ପରି ଦଳର ସେମି ଫାଇନାଲ ପହଞ୍ଚିବା ଆଶାକୁ ବର୍ଷା ଧୋଇ ଦେଇଥିଲା। ଯଦି ମ୍ୟାଚ୍ ହୋଇଥାନ୍ତା ତେବେ ଗୋଟିଏ ଦଳ ମ୍ୟାଚ୍ ଜିତି ଥାନ୍ତା ଏବଂ ସେମିକୁ ଯିବା ପଥ ସୁଗମ ହୋଇଥାନ୍ତା।

ଫାଇନାଲ ମ୍ୟାଚ୍ ବର୍ଷାରେ ଧୋଇଲେ  ଯୁଗ୍ମ ବିଜେତା

ଉଲ୍ଲେଖଯୋଗ୍ୟ,  ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ଡ୍ର ରହିବା ସ୍ଥିତିରେ ପରିମାଣ ପାଇଁ ସୁପର ଓଭରର ସାହାରା ନିଆଯିବ। ଯଦି ଫାଇନାଲ ମ୍ୟାଚ୍ ବର୍ଷାରେ ଧୋଇଯାଏ ଏବଂ ରିଜର୍ଭ ଡେରେ ଖେଳ ନହୋଇ ପାରିଲେ ଫାଇନାଲରେ ପ୍ରବେଶ କରିଥିବା ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *