ପୁଣି ମାଡି ଆସୁଛି ଆଉ ଏକ ମହା ବିପଦ ! ଆସନ୍ତା ୨୪ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୂପ ନେବ ବାତ୍ୟା ‘ବାୟୁ’, ଉତ୍ତର-ପଶ୍ଚିମ ଭାରତରେ ଛୁଇଁପାରେ ସ୍ଥଳଭାଗ,

ଦକ୍ଷିଣ ପୂର୍ବ ଆରବସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ର ରୂପ ନେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସାମୁଦ୍ରିକ ଝଡ଼ର ନାମ ‘ବାୟୁ’ ରଖାଯାଇଛି। ସାମୁଦ୍ରିକ ଝଡ଼ ‘ବାୟୁ’ ଜୁନ୍‌ ୧୧ ତାରିଖ ସୁଦ୍ଧା ଭୂଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ବାୟୁ ଅତି ଭୟଙ୍କର ସାମୁଦ୍ରକ ଝଡ଼ର ରୂପ ନେବାର ଆଶଙ୍କା ମଧ୍ୟ ରହିଛି।

 

ସ୍କାଇମେଟ୍‌ େଓ୍ଵଦର ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ଆରବ ସାଗରରେ  ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ସୋମବାର ଭୋରରୁ ଅବପାତରେ ପରିଣତ ହୋଇ ଗତି କରୁଛି। ବର୍ତ୍ତମାନ ଏହା ମୁମ୍ବାଇଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୮୦୦ କିଲୋମିଟର ଦୂରରେ ରହିଛି। ସୂଚନା ଅନୁସାରେ ଜୁନ ୧୦ ତାରିଖ ସଂଧ୍ୟା ସୁଦ୍ଧା ଏହି ଅବପାତ ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତ ( ଡିପ୍‌ ଡିପ୍ରେସନ୍‌)ର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଜୁନ୍‌ ୧୧ ତାରିଖରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଆକଳନ କରାଯାଉଛି। ଏହାର ପ୍ରଭାବ ଗୁଜରାଟ ଓ କୋଙ୍କଣ ଉପକୂଳରେ ଅନୂଭୂତ ହେବ ବୋଲି ପୂର୍ବାନୁମାନ କରାଯାଉଛି।

ବାତ୍ୟା ‘ବାୟୁ’ର ପ୍ରଭାବରେ କେରଳ ଓ କର୍ଣ୍ଣାଟକରେ ପ୍ରବଳ ପବନ ସହ ବର୍ଷା ହେବାର ଅନୁମାନ କରାଯାଉଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ କିମିରୁ ୫୦ କିମି ମଧ୍ୟରେ ରହିପାରେ । ସେହିପରି ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *