୬ ଜୁନ ୨୦୧୯ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଲକ୍ଷ୍ମୀ ଏହି ୨ଟି ରାଶିକୁ ଧନ ଯୋଗ ଦେବେ

ମେଷ – ଅସୁସ୍ଥତା ଅନୁଭବ ହେବ। ମନରେ ଚିନ୍ତାର ଭାବନା ରହିବ। ପରିବାରର ସଦସ୍ୟମାନଙ୍କ ସହିତ ମନମାଳିନ୍ୟ କିମ୍ବା ଯୁକ୍ତି ହେବାରୁ ମନରେ ଆଘାତ ଲାଗିବ। ମହିଳା ବର୍ଗଙ୍କୁ କୌଣସି କ୍ଷତି ହୋଇପାରେ। ଧନ ଖର୍ଚ୍ଚ ଏବଂ ଅପଯଶରୁ ବଞ୍ଚନ୍ତୁ। କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ |କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଆଜି ନିଜକୁ ମଧ୍ୟ ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଛି। ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା-ପୂରା ସମ୍ଭାବନା ଅଛି,ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

ବୃଷ – ମନକୁ ନିୟନ୍ତ୍ରଣରେ ରଖିବେ। ବିବାଦର ଆଶଂକା ଅଛି। ଶତ୍ରୁ ହଇରାଣ କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଦିନ ଅନୁକୂଳ ଅଟେ। ଜଲକ୍ଷେତ୍ରର ଆଖ ପାଖରେ ସଜାଗ ରୁହନ୍ତୁ। ଅତ୍ୟଧିକ ଖର୍ଚ୍ଚ ହେବ। ରହସ୍ୟମୟୀ କଥାଗୁଡ଼ିକରେ ରୁଚି ରହିବ।  ଆପଣଙ୍କ ମଧ୍ୟରେ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିବାରୁ ଏକା ସାଂଗରେ ସମୟ କଟାଇବାକୁ ବହୁତ ଭଲ ଲାଗିବ । ଏହି ସମ୍ପର୍କକୁ ଏହି ଭଳି ବଜାଇ ରଖନ୍ତୁ ।ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ। ପରିବାରରେ ବଡ଼ମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ,ପ୍ରତିକାର : କଳା କୁକୁରର ସେବା କରନ୍ତୁ ।

ମିଥୁନ – ମିତ୍ରମାନଙ୍କୁ ଆମନ୍ତ୍ରିତ କରିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ କିମ୍ବା ପ୍ରିୟତମା ସହିତ ସମୀପର ଆନନ୍ଦ ମିଳିବ। ନୂଆ ବସ୍ତ୍ରାଲଙ୍କାର କିଣିବା କିମ୍ବା ପରିଧାନ ବନାଇବା ପାଇଁ ସମୟ ଆସିବ। ସାର୍ବଜନିକ ମାନ-ସମ୍ମାନର ଅଧିକାରୀ ହେବେ।  ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନାଚ , ଗୀତ ଅଧ୍ୟୟନ ଓ ବଂଧୁ ମାନଙ୍କସହ ବାର୍ତ୍ତାଳାପ ରହି କାର୍ଯ୍ୟରେ ସମୟ କଟାଇପାରନ୍ତି ।ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଏଥିପାଇଁ ବିଚାରକରି କଥାହେବେ। କୁଟୁମ୍ବମାନଙ୍କ ସହିତ ଭୁଲ ବୁଝାବଣା ନ ସୃଷ୍ଟି ହେଉ ଏହାର ଧ୍ୟାନ ରଖିବେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ଶେୟାର-ସଟ୍ଟା ଆଦି ପ୍ରବୃତ୍ତିରେ ପୁଞ୍ଜି ନିବେଶ କରିପାରନ୍ତି,ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ

କର୍କଟ – ଆଜିର ଦିନ କିଛି ଆକସ୍ମିକ ଘଟଣା ଘଟିବ। ହାତକୁ ଆସିଥିବା ଦ୍ରବ୍ୟ କିମ୍ବା ସୁବିଧା ହାତରୁ ଗଲା ପରି ପ୍ରତୀୟମାନ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ମତଭେଦ ହୋଇପାରେ। ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ ରହିବ।  ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ ।ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ ।ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥତା ଏବଂ ସତେଜ ରହିବେ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଦିନ ଲାଭଦାୟୀ ରହିବ। ବନ୍ଧୁ ତଥା ମିତ୍ରମାନଙ୍କ ସହିତ ସୁରୁଚିପୂର୍ଣ୍ଣ ଭୋଜନର ଆନନ୍ଦ ନେବେ। ଏକାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା |ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।

ସିଂହ – ପେଟରେ ଅସୁବିଧା ହୋଇପାରେ। କାର୍ଯ୍ୟର ଅସଫଳତା ଆପଣଙ୍କୁ ହତାଶା କରିବ। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଦେଶ। ସାହିତ୍ୟ, ଲେଖନ ତଥା କଳା ପ୍ରତି ଗଭୀର ରୁଚି ରଖିବେ। ପ୍ରିୟଜନମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଆଜି କାଲି ନିଜ ଲୋକଙ୍କ ସାଂଗରେ ଆପଣଙ୍କର ସମ୍ପର୍କ ଭଲ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ସନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ ।ଆଜି ଆପଣ ନିଜର ପସନ୍ଦର ବିଷୟ ଉପରେ ଏବଂ ଅଧିକ ସୂଚନା ଏକାଠି କରିବାପାଇଁ ପ୍ରୟାସ କରିବେ। ଆପଣଙ୍କ କଳ୍ପନା ଏବଂ ସୃଜନଶକ୍ତିର ପ୍ରଗତିରେ ସନ୍ତୋଷ ଅନୁଭବ କରିବେ। ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ପାଇଁ ଉପଦେଶ,ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

କନ୍ୟା – ଘରେ ମିତ୍ର ଏବଂ ପରିଜନମାନଙ୍କର ଆବାଗମନରେ ଆନନ୍ଦର ମାହୌଲ ରହିବ। ଆକସ୍ମିକ ଉପହାରରେ ଖୁସି ମିଳିବ। ଆଜି ଆର୍ଥିକ ଲାଭ ମିଳିବାର ମଧ୍ୟ ସମ୍ଭାବନା ଅଛି। ଯାତ୍ରାର ପ୍ରସ୍ତୁତି କରିବେ। ଉତ୍ତମ ଭୋଜନ ମିଳିବ। ଆଜି ଆପଣ ନିଜର ଅଟକି ଥିବା କାମ ଗୁଡ଼ିକୁ ପୂରା କରିବା ପାଇଁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ଭଲ ପରିଣାମ ଉପରେ ଧ୍ୟାନ ଦେବେ । ଆଜି ଆପଣ ପୂରା ଜୋରସୋରରେ ନିଜ କାମ ଆରମ୍ଭ କରନ୍ତୁ । ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବ୍ୟାପାରରେ ଭାଗିଦାରୀ ସହିତ ସମ୍ବନ୍ଧ ଖରାପ ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଏବଂ ବ୍ୟବହାରକୁ ଆଜି ସଂତୁଳିତ ରଖିବାର ଆବଶ୍ୟକତା ଅଛି,ପ୍ରତିକାର : ପିତା ମାତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ତୁଳା – କାହା ସହିତ ଭୁଲ ବୁଝାବଣା ହୋଇପାରେ। ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ମନକୁ ଉଦାସ କରିବ। ପରିଶ୍ରମର ଉଚିତ ପରିଣାମ ନ ପ୍ରାପ୍ତ କରିବା କାରଣରୁ ନିରାଶା ଅନୁଭବ କରିବେ। ଆଜି ଦିନ ଅଧିକ ଖର୍ଚ୍ଚ ପ୍ରମାଣିତ ହେବ।  ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ । ସରକାରୀ ଲାଭର ଆଶା ରଖିପାରନ୍ତି। ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ। ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ। ଅଧୂରା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟଜୀବନରେ ମଧୁରତା ରହିବ। ସରକାରଙ୍କ ତରଫରୁ ଲାଭ ପ୍ରାପ୍ତି କରି ପାରିବେ।ପ୍ରତିକାର : ବାପା ମାଆଙ୍କୁ ପୂର୍ଣ୍ଣ ଆଦର ଓ ସତ୍କାର କରନ୍ତୁ

ବିଛା – ଉଚ୍ଚ ପଦାଧିକାରିମାନଙ୍କଠାରୁ ଆଜି ଦୂରରେ ରହିଲେ ଭଲ, କାର୍ଯ୍ୟକ୍ଷେତ୍ରରେ ଚିନ୍ତା ରହିପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଆବଶ୍ୟକ। ଧାର୍ମିକ କାର୍ଯ୍ୟଗୁଡ଼ିକ କିମ୍ବା ଯାତ୍ରାରେ ଭକ୍ତି ଭାବ ପ୍ରକଟ ହୋଇପାରେ। ମାନସିକ ଅଶାନ୍ତି ଦୂର ହେବ।  ଆଜି ଆପଣ ପୂରା ଜୋରସୋରରେ ନିଜ କାମ ଆରମ୍ଭ କରନ୍ତୁ । କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ ।ଶାନ୍ତିର ସହ ନିଜର କାଯ୍ୟରେ ନିୟୋଜିତ ରୁହନ୍ତୁ ।କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଆଜି ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଟେ। ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛି ,ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ଧନୁ – ଚାକିରି ବ୍ୟବସାୟରେ ପଦାଧିକାରିମାନଙ୍କର ପ୍ରୋତ୍ସାହନରେ ଉତ୍ସାହ ବଢ଼ିବ। ବେତନ ବୃଦ୍ଧି କିମ୍ବା ପଦୋନ୍ନତି ସମାଚାର ମିଳିପାରେ। ମାନ ପ୍ରତିଷ୍ଠାରେ ବୃଦ୍ଧି ହେବାରୁ ଖୁସି ରହିବେ। ସ୍ଵାସ୍ଥ୍ୟ ଭଲ ରହିବ। ସରକାରୀ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ରହିବ।  ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ।ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରି ପାରିବେ। ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି। ସରକାରୀ ଲାଭର ଆଶା ରଖିପାରନ୍ତି,ପ୍ରତିକାର:- ଗୁଡ଼ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମକର -ଆର୍ଥିକ ଆୟୋଜନ କରିବା ପାଇଁ ଆଜି ଶୁଭ ଦିନ ଅଟେ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆୟ ବଢ଼ିବ। ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିବ। ସୁରୁଚିପୂର୍ଣ୍ଣ ଭୋଜନ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟ ଭଲ ରହିବ।  ଆଜି କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବେ। ଏଥିପାଇଁ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି |ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି |ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

କୁମ୍ଭ – ଉତ୍ସାହରେ ବୃଦ୍ଧି ହେବ। ଗୁରୁଜନ ଏବଂ ମିତ୍ରମାନଙ୍କ ତରଫରୁ ଲାଭର ଅପେକ୍ଷା ରଖିପାରନ୍ତି। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ଏବଂ ଦାମ୍ପତ୍ୟଜୀବନରେ ଅଧିକ ଘନିଷ୍ଠତା ଅନୁଭବ କରିବେ। ଆର୍ଥିକ ଲାଭ ଏବଂ ସାମାଜିକ ମାନ ପ୍ରତିଷ୍ଠା ମିଳିବ।   କେବେ ଆପଣ ଭାବିଛନ୍ତି ଯେ କାହିଁକି ଆପଣଙ୍କ ଘରେ ଏତେ କଳି ହେଉଛି ? ବୋଧହୁଏ ଆପଣଙ୍କୁ ନିଜ କ୍ରୋଧ ସମ୍ବରଣ କରିବା ଉଚ଼ିତ୍ । ଆପଣ ନିଜ ପରିବାରବର୍ଗଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରତିଦାନରେ ଯଥୋଚ଼ିତ ସମ୍ମାନ ଦେବେ ।ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି। ପ୍ରତିକାର:- କୌଣସି ଜିନିଷ କାହାଠାରୁ ମାଗଣାରେ ଗ୍ରହଣ କରନ୍ତୁ ନାହିଁ।

ମୀନ -ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭ ହେବାର ସଂକେତ ଦେଖାଯାଉଛି। ସାମାଜିକ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ମିତ୍ରମାନଙ୍କ ତରଫରୁ ଲାଭ ମଧ୍ୟ ହେବ ଏବଂ ତାଙ୍କର ପଛରେ ଅର୍ଥ ମଧ୍ୟ ଖର୍ଚ୍ଚ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଅନୁଭବ କରିବେ। । ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ନିଜର ସମ୍ପର୍କ ମଧୁର କରିବା ପାଇଁ ଆପଣ ବହୁତ ଚ଼େଷ୍ଟା କରିଛନ୍ତି, ଚ଼େଷ୍ଟା ଜାରି ରଖନ୍ତୁ ।ଆଜି ଆପଣ ଏକାଗ୍ରତା ଅନୁଭବ କରିବେ। ନିଜର କାମକୁ ଠିକ୍ ଭାବରେ କରିବା ପାଇଁ ପ୍ଲାନିଙ୍ଗ କରିପାରନ୍ତି। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ। କଚେରୀର କାମରେ ଅତ୍ୟଧିକ ସାବଧାନ ରହିବାର ଆବଶ୍ୟକତା ଅଛି,ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *