ବାହାରିଲା ଦଶମ ଶ୍ରେଣୀ ରେଜଲ୍ଟ , ଏଠାରେ କ୍ଲିକ କରି ରେଜଲ୍ଟ ଦେଖନ୍ତୁ , ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ

ମାଟ୍ରିକ ପରୀକ୍ଷା ଫଳ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଏପରିକି ଟ୍ୟୁସନ ଶିକ୍ଷକ ଓ କୋଚିଂ ସେଣ୍ଟରର ମୁଖ୍ୟଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ବଢ଼ିଛି । କାରଣ ଆଉ କିଛି ଘଣ୍ଟା ପରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ । ପିଲା ଭଲ ଫଳ ଆଣିଲେ ଅଭିଭାବକମାନେ ପୂର୍ବରୁ ଯୋଜନା କରିଥିବା କଲେଜରେ ନାମ ଲେଖାଇବେ । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ସୋମବାର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ବିଏସଇ) ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ମାଟ୍ରିକ ରେଜଲ୍ଟ ଆଜି ପୂର୍ବାହ୍ଣ ୯ଟାରେ କଟକସ୍ଥିତ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ବୋର୍ଡ ପକ୍ଷରୁ ପ୍ରସ୍ତୁତ ମାଟ୍ରିକ ରେଜଲ୍ଟ ପୁସ୍ତିକା ଆକାରରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି ।  

ସକାଳ ୧୧ଟାରେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଦେଖିପାରିବେ । ବୋର୍ଡ ଦ୍ୱାରା ଦିଆଯାଇଥିବା ୨ଟି ୱେବ୍‌ ସାଇଟ୍‌ www.bseodisha.ac.in ଏବଂ www.bseodisha.nic.in , indiaresurt.com ରେ ରେଜଲ୍ଟ ଦେଖି ହେବ । ଯେଉଁଠାରେ ଇଣ୍ଟରନେଟ୍‌ର ସୁବିଧା ନାହିଁ ସେହିସ୍ଥାନର ପିଲାମାନଙ୍କ ପାଇଁ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ର ବିକଳ୍ପ ବ୍ୟବସ୍ଥା ରଖାଯାଇଛି । ଛାତ୍ରଛାତ୍ରୀମାନେ ଓଆର୍‌୧୦ ଲେଖିବା ପରେ ସ୍ପେଶ୍‌ ଦେବେ ଏହା ପରେ ନିଜର ରୋଲ୍‌ ନମ୍ବର ଲେଖିବେ (OR10 space Roll Number) । ଏହି ମେସେଜ୍‌କୁ ୫୬୭୬୭୫୦ ନମ୍ବରକୁ ପଠାଇ ଦେବେ । ଏହା ପରେ ରେଜଲ୍ଟ ପାଇଯିବେ ବୋଲି ଅଧ୍ୟକ୍ଷା କହିଛନ୍ତି । ଫଳ ପ୍ରକାଶ ସମୟରେ ଗଣ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ ଗତ ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *