୧୮ ମେ ୨୦୧୯ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶନି ଦେବ ଙ୍କ କୃପା ରହିବ ଏହି ରାଶି ଉପରେ

ମେଷ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ଆଜି ଆପଣଙ୍କୁ ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ପ୍ରସିଦ୍ଧି ମିଳିବ। ପରିବାର ଏବଂ ଦାମ୍ପତ୍ୟଜୀବନରେ ସୁଖ-ସନ୍ତୋଷ ଅନୁଭବ କରିବେ। ମୌଜ-ମସ୍ତୀ ଏବଂ ମନୋରଞ୍ଜନରେ ଏବଂ ଭାଗିଦାରୀରେ ଲାଭ ହେବ। ଜୀବନସାଥୀ ସହିତ ଭଲ ମିଳାମିଶା ରହିବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ

ବୃଷ : କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଆଜି ସନ୍ତାନ ଏବଂ ଜୀବନସାଥୀର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହୋଇପାରେ। ମଉଜ-ସଉକ ତଥା ମନୋରଞ୍ଜନ ପଛରେ ଖର୍ଚ୍ଚ ହୋଇପାରେ। ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଖାଇବା ପିଇବା ପ୍ରତି ଧ୍ୟାନ ରଖିବେ।ପ୍ରତିକାର– ମୁଗଡାଲି ଧର୍ମସ୍ଥାନରେ ଦେବେ

ମିଥୁନ : ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ଆଜିର ଦିନରେ ଲାଭ ମିଳିବ। ପାରିବାରିକ ସୁଖ-ଶାନ୍ତି ରହିବ। ଜୀବନସାଥୀ ପଛରେ ଖର୍ଚ୍ଚ ହୋଇପାରେ। ଅବିବାହିତ ଲୋକମାନଙ୍କର ବିବାହର ସମ୍ଭାବନା ଅଛି। ବ୍ୟାପାର ଏବଂ ଚାକିରିରେ ଆୟ ବଢ଼ିବ। ଘରେ ଶୁଭ-ପ୍ରସଙ୍ଗର ଆୟୋଜନ ହେବ। ପ୍ରିୟଜନମାନଙ୍କ ମିଳନ ଆନନ୍ଦଦାୟକ ହେବ।ପ୍ରତିକାର– ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କର୍କଟ : ଆଜି ଆପଣଙ୍କ ଅଟକିଥିବା ସରକାରୀ ସମୃଦ୍ଧି କାର୍ଯ୍ୟ ଗୁଡ଼ିକ ପୂରଣ ହୋଇଯିବ । ସେହି ସଂସ୍ଥା ଗୁଡ଼ିକରୁ ହିଁ ଆପଣଙ୍କର କାର୍ଯ୍ୟକୁ ପ୍ରାଥମିକତା ମିଳିବ ଯେଉଁଠି କି ଆପଣଙ୍କର କାର୍ଯ୍ୟଉପରେ ଏପର୍ଯ୍ୟନ୍ତ ଧ୍ୟାନ ଦିଆଯାଉନଥିଲା । ସ୍ଵାସ୍ଥ୍ୟ ନରମ ରହିପାରେ। ଛାତୀରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ଅସୁବିଧା ଅନୁଭବ କରିପାରନ୍ତି। ପରିବାରରେ ସଦସ୍ୟମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ଅର୍ଥ ଖର୍ଚ୍ଚ ହେବ। ସମୟରେ ଭୋଜନ ନ ମିଳିବା ଉପରେ କ୍ରୋଧ ଆସିପାରେ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ

ସିଂହ : ଏହି ସମୟରେ ନିଜର ଲୋକମାନଙ୍କ ସହିତ ମଜା କରନ୍ତୁ ,କିନ୍ତୁ ଏହାସହ ନିଜ କାର୍ଯ୍ୟକୁ ମଧ୍ୟ ଠିକ୍ ସମୟରେ ସାରିବା ପାଇଁ ଚ଼େଷ୍ଟା କରନ୍ତୁ । ଘର ଏବଂ ବାହାରର କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା ଆଜି ଆପଣଙ୍କର ମୂଳମନ୍ତ୍ର ହେବା ଉଚ଼ିତ୍ । ଭାଇ-ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ସୌହାର୍ଦପୂର୍ଣ୍ଣ ରହିବ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଛୋଟ ଯାତ୍ରା କରିପାରନ୍ତି। ଭାଗ୍ୟବୃଦ୍ଧି ପାଇଁ ସୁଯୋଗ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ। ପ୍ରିୟ ବ୍ୟକ୍ତିଙ୍କର ନିକଟତା ଆପଣଙ୍କୁ ଖୁସି ଦେବ। ଆର୍ଥିକ ଲାଭ ହେବ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

କନ୍ୟା : ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି। ଅଫିସ୍ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ। କାର୍ଯ୍ୟଭାର ବଢ଼ିପାରେ। ସ୍ଵାସ୍ଥ୍ୟ ମାମଲାରେ ଶାରୀରିକ ଆଳସ୍ୟ ସହିତ ଅଳ୍ପ ଅସୁସ୍ଥତା ଅନୁଭବ ହେବ। ମାତାଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ।

ତୁଳା : ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ନିଜର ସମ୍ପର୍କ ମଧୁର କରିବା ପାଇଁ ଆପଣ ବହୁତ ଚ଼େଷ୍ଟା କରିଛନ୍ତି, ଚ଼େଷ୍ଟା ଜାରି ରଖନ୍ତୁ । ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ। ମାନସିକ ସୁସ୍ଥତା କମ ରହିବ। କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ। ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଧନ ଖର୍ଚ୍ଚର ଯୋଗ ଅଛି।ପ୍ରତିକାର– ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା : ଆଜି ଆପଣ ଅନ୍ୟମାନଙ୍କ ଆଗରେ ନିଜର ପରିଚ଼ୟ ଭଲ କରିବାକୁ ଚ଼ାହିଁବେ ଆପଣ ଅନ୍ୟକୁ ବଦଳାଇବାକୁ ଚ଼ାହିଁବା ଅପେକ୍ଷା ନିଜେ ବଦଳିଯିବା ଠିକ୍ ହେବ ଏବଂ ଏହି ବଦଳିବାର ଭାବନା ଆପଣଙ୍କ ମନରୁ ହେବା ଜରୁରୀ ଅଟେ । ବୈଭବ ଜୀବନଶୈଳୀ ତଥା ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆଜି ଆପଣ ଆନନ୍ଦିତ ରହିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଯାତ୍ରା କିମ୍ବା ପ୍ରବାସର ଆୟୋଜନ କରି ପାରିବେ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

ଧନୁ : ଆଜି ଆପଣ ମାନସିକ ଶାନ୍ତି ପାଇବା ପାଇଁ ଚାହାଁନ୍ତି । ଶାନ୍ତି ଆପଣଙ୍କ ଭିତରେ ହିଁ ଅଛି । ଏହାକୁ ବାହାରେ ଖୋଜିବା ପରିବର୍ତ୍ତେ ନିଜ ଭିତରେ ଫଳାଫଳକୁ ଆପଣ ଖୋଜନ୍ତୁ । ଏହାର ଆରମ୍ଭ ଆପଣ ଯୋଗଠାରୁ କରନ୍ତୁ । ଆପଣଙ୍କ ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ। ଯାହାଫଳରେ ସଂଘର୍ଷ ଟାଳି ପାରିବେ। ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ। ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା ମିଳିବ। ଅଧିକ ପରିଶ୍ରମ ପରେ ମଧ୍ୟ ପ୍ରାପ୍ତି କମ ହେବାରୁ ହତାଶା ଅନୁଭବ ହୋଇପାରେ। ମାତାଙ୍କର ଚିନ୍ତା ରହିବ।ପ୍ରତିକାର– ମୁଗଡାଲି ଧର୍ମସ୍ଥାନରେ ଦେବେ।

ମକର : ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି । ଆଜି ଆପଣ ମୁଣ୍ଡକୁ ଶାନ୍ତ ରଖିବାକୁ ହେବ । ନିଷେଧାତ୍ମକ ବିଚାରରୁ ଦୂରରେ ରହିବାକୁ ଉପଦେଶ। ନୂଆ କାର୍ଯ୍ୟର ପ୍ରାରମ୍ଭ ତଥା ସ୍ୱାସ୍ଥ୍ୟ ଉପଚାର ପ୍ରାରମ୍ଭ କରିବା ହୀତକର ନୁହେଁ। କ୍ରୋଧର ଭାବନାକୁ ନିୟନ୍ତ୍ରଣରେ ରଖିବେ। ନହେଲେ ଅନିଷ୍ଟକର ପ୍ରସଙ୍ଗର ସମ୍ଭାବନା ଅଛି। ଖର୍ଚ୍ଚ ଅଧିକ ହେବ। ଧନର ସଙ୍କଟ ଅନୁଭବ ହେବ। ନିଷେଧାତ୍ମକ ବିଚାରରୁ ଦୂରରେ ରହିବେ। ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଆଶ୍ୱସ୍ଥି ମିଳିବ।ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ : ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରିପାରିବେ। କୌଣସି ଧାର୍ମିକ ସ୍ଥଳ ଯାତ୍ରାକରି ଆପଣଙ୍କ ମନ ଭକ୍ତିମୟ ହୋଇଯିବ। ଲମ୍ବା ଯାତ୍ରାର ଯୋଗ ଅଛି। ଦୂର ସ୍ଥିତ ସ୍ନେହୀଜନ କିମ୍ବା ମିତ୍ରମାନଙ୍କର ଶୁଭ ସମାଚାର ମିଳିବ। ବ୍ୟାପାରରେ ଆର୍ଥିକ ଲାଭ ହୋଇପାରେ। ସ୍ଵାସ୍ଥ୍ୟ ମଧ୍ୟମ ରହିବ।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ : ଅସନ୍ତୋଷ ଓ ଅଶାନ୍ତିରେ ଦିନଟି କଟିବ । ବିଧିବଦ୍ଧକ ଚିନ୍ତା ମାଧ୍ୟମରେ କାରଣ ଖୋଜନ୍ତୁ । ଏହାର ସମାଧାନ ଅବଶ୍ୟ ବାହାରିବ । ଏଦୁଃସମୟ କିଛି କ୍ଷଣ ରହିଲା ପରେ ଅପସରି ଯିବ । ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗଅଛି।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *