୧୩ ମେ ୨୦୧୯ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶିବଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

ମେଷ : ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମିତ୍ତ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଆପଣଙ୍କର ଏହି କାର୍ଯ୍ୟ ପାଇଁ ଅବଶ୍ୟ କାହାକୁ ଲାଭ ମିଳିପାରିବ । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ଆଜି ଆପଣ ଆର୍ଥିକ ମାମଲାରେ ଉଚିତ ଯୋଜନା ବନାଇପାରିବେ। ଅନ୍ୟ ଲୋକମାନଙ୍କର ସହାୟତା କରିବାର ପ୍ରଯତ୍ନ କରିବେ। ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ସାର୍ବଜନିକ ଜୀବନରେ ମାନ-ସମ୍ମାନ ବଢ଼ିବ। କାର୍ଯ୍ୟଗୁଡ଼ିକ ସଫଳତାର ସହିତ ହେବା ସହିତ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଆମୋଦ-ପ୍ରମୋଦରେ ଦିନ କଟିବ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ବୃଷ : ଆଜି ଆପଣଙ୍କୁ ଆପଣଙ୍କର କୌଣସି ବନ୍ଧୁ ସାହାଯ୍ୟ ମାଗି ପାରନ୍ତି ।ଏହି ବନ୍ଧୁଙ୍କୁ ବୋଧହୁଏ ଆପଣଙ୍କ ସାହାଯ୍ୟର ଆବଶ୍ୟକତା ଅଛି । ତାହା ସହିତ ଆପଣ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର କରନ୍ତୁ ଏବଂ ତାଙ୍କ ଭଲ ପାଇଁ ଆପଣ ସବୁପ୍ରକାର ଚ଼େଷ୍ଟା କରନ୍ତୁ । ଆପଣଙ୍କୁ ବିବିଧ କ୍ଷେତ୍ରରୁ ଯଶ, କୀର୍ତ୍ତି ଏବଂ ଲାଭ ମିଳିବ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ଗୁରୁଜନମାନଙ୍କ ତଥା ମିତ୍ରମାନଙ୍କର ସାଥିରେ ଆପଣଙ୍କ ଦିନ ଆନନ୍ଦରେ ବିତିବ। ଯାତ୍ରା କରିପାରନ୍ତି। ପତ୍ନୀ ଏବଂ ସନ୍ତାନମାନଙ୍କ ସହିତ ଭଲ ସମୟ କଟିବ। ଦାମ୍ପତ୍ୟଜୀବନରେ ଆନନ୍ଦ ପ୍ରାପ୍ତ ହେବ।ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ମିଥୁନ : କୌଣସି ଆତ୍ମୀୟଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆଜି ନିଜ ତରଫରୁ ନିଜ ସମ୍ପର୍କକୁ ସୁଧାରିବାକୁ ଚ଼େଷ୍ଟା କରନ୍ତୁ । ନିଜ ଉପରେ ନିୟନ୍ତ୍ରଣ ରଖି ଏହାର ଆରମ୍ଭ କରନ୍ତୁ । ସଠିକ୍ ସମୀକ୍ଷା ଦ୍ୱାରା ଆପଣଙ୍କୁ ସହାଯ୍ୟ ମିଳିବ । ଆଜି ଆପଣଙ୍କ ଘର ଏବଂ କାର୍ଯ୍ୟସ୍ଥଳ ଉପରେ ଉତ୍ତମ ବାତାବରଣ ରହିବାରୁ ବହୁତ ପ୍ରସନ୍ନତା ରହିବ। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି। ଆପଣଙ୍କ ବାଣୀରେ ଅସୁବିଧା ହୋଇପାରେ, ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନିଜର କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ରଖିବେ।ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କର୍କଟ : ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ଆଜିର ଦିନ ଆପଣଙ୍କପାଇଁ ଲାଭଦାୟୀ ଅଟେ। ମିତ୍ରମାନଙ୍କ ସହିତ ଭେଟ ହେବ ତଥା ତାଙ୍କ ସହିତ ବୁଲିବାକୁ ଯିବା, ଆମୋଦ-ପ୍ରମୋଦ କରିବାରେ ଖର୍ଚ୍ଚ ହେବ। ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଆୟ ବଢ଼ିବ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଦାମ୍ପତ୍ୟଜୀବନରେ ବାତାବରଣ ଆନନ୍ଦମୟ ରହିବ। ପ୍ରବଳ ଧନ ଲାଭର ଯୋଗ ଅଛି।ପ୍ରତିକାର : କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ

ସିଂହ : ଆଜି ଆପଣ କୌଣସି କଥାର ସତ୍ୟତା ପରିକ୍ଷା ପାଇଁ ତାହାକୁ ଯାଞ୍ଚ ନିଶ୍ଚୟ କରନ୍ତୁ । ଏମିତି କୌଣସି କଥାକୁ ଶୁଣି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ। କିନ୍ତୁ ବୌଦ୍ଧିକ କାର୍ଯ୍ୟ କରିବା ପାଇଁ ଆଜିର ଦିନ ଶୁଭ ଅଟେ। ଆଜି ଲେଖନ ପ୍ରବୃତ୍ତି କିମ୍ବା ସାହିତ୍ୟ ସମ୍ବନ୍ଧିତ କୌଣସି ପ୍ରବୃତ୍ତି ଭଲ ଭାବରେ ନିଭାଇ ପାରିବେ। ଏଥିପାଇଁ ଆପଣ ଯୋଜନା ମଧ୍ୟ ବନାଇ ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକର ପରିସ୍ଥିତି ପ୍ରତିକୂଳ ଅନୁଭବ ହେବ।ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କନ୍ୟା : ଆଜି ଆପଣଙ୍କ ବିନମ୍ର ସ୍ୱଭାବ ଓ ଦୃଢ଼ତା ସଭିଙ୍କର ମନ ଜିତି ନେବ । ଆଉକିଛି ନହେଲେ ମଧ୍ୟ ଆପଣଙ୍କୁ ଏମିତି ଏକ ଦୃଢ଼ ମନୁଷ୍ୟ କରିଦେବ ଯିଏ କି ସବୁ ପରିସ୍ଥିତିକୁ ସହଜରେ ସମ୍ଭାଳି ନେବ । ଆପଣଙ୍କର ଆଜିର ଦିନ ପରୋପକାର ଏବଂ ସଦଭାବନାରେ ବିତିବ। ମାନସିକ ରୂପରେ କାର୍ଯ୍ୟଭାର ଅଧିକ ରହିବ। ଆଜି ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ବିଦ୍ୟାର୍ଥୀଗଣ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ସନ୍ତାନମାନଙ୍କର ଅଧ୍ୟୟନ କିମ୍ବା ଅନ୍ୟ କାରଣରୁ ଧନ ଖର୍ଚ୍ଚ ହୋଇପାରେ।ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ତୁଳା : ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି । ଆଜି ମାନସିକ ଆଳସ୍ୟତା ଅନୁଭବ କରିପାରନ୍ତି। ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳିବ ଏବଂ ସେଥିରେ ଅସୁବିଧା ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନଚେତ ଆପଣ କ୍ଷତିଗ୍ରସ୍ତ ହୋଇପାରନ୍ତି। ପରିବାରରେ କୌଣସିର ବିବାହ ହେବାର ସମ୍ଭାବନା ଅଛି। ଖର୍ଚ୍ଚରେ ବୃଦ୍ଧି ହେବା କାରଣରୁ ହାତରେ ଅର୍ଥାଭାବ ରହିବ।ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।

ବିଚ୍ଛା : ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନ ଅଟେ। ବ୍ୟବସାୟ କରୁଥିବାଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବାର ଯୋଗଅଛି ଏବଂ ଚାକିରି ପେଶାଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ମିଳିବାର ଯୋଗ ଅଛି। ଅଧିକ ବିଚାର କାରଣରୁ ହୋଇଥିବା ମାନସିକ ଆଳସ୍ୟରେ ନିଦରେ ବାଧା ଉପୁଜିପାରେ।ପ୍ରତିକାର : କଳା କୁକୁରର ସେବା କରନ୍ତୁ

ଧନୁ : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ । ଆଜି ଆପଣ ପ୍ରଫୁଲ୍ଲିତ ରହିବେ। ନୂଆ କାର୍ଯ୍ୟର ଆରମ୍ଭ ମଧ୍ୟ ଆଜି କରିପାରନ୍ତି। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କର ଭେଟରେ ଆନନ୍ଦିତ ହେବେ। କାର୍ଯ୍ୟରେ ମିଳିଥିବା ସଫଳତାର କାରଣ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ। ସମ୍ବନ୍ଧରେ ଭାବନାତ୍ମକତା ଅଧିକ ରହିବ। ଯାତ୍ରା ମଧ୍ୟ ଆନନ୍ଦମୟ ହେବ।ପ୍ରତିକାର-ଅସହାୟଙ୍କୁ ନିରାଶ କରିବେ ନାହିଁ।

ମକର : ଆଜି ଆପଣଙ୍କ ଅଟକିଥିବା ସରକାରୀ ସମୃଦ୍ଧି କାର୍ଯ୍ୟ ଗୁଡ଼ିକ ପୂରଣ ହୋଇଯିବ । ସେହି ସଂସ୍ଥା ଗୁଡ଼ିକରୁ ହିଁ ଆପଣଙ୍କର କାର୍ଯ୍ୟକୁ ପ୍ରାଥମିକତା ମିଳିବ ଯେଉଁଠି କି ଆପଣଙ୍କର କାର୍ଯ୍ୟଉପରେ ଏପର୍ଯ୍ୟନ୍ତ ଧ୍ୟାନ ଦିଆଯାଉନଥିଲା । ଆଜିର ଦିନ ଆପଣଙ୍କ ଭିତରେ ଛୁପିରହିଥିବା ଲେଖକ କିମ୍ବା କଲାକାରକୁ ନିଜର କଳା ଦେଖାଇବାକୁ ଅବସର ମିଳିବ। ବ୍ୟବସାୟରେ ଭାଗିଦାରୀ ପାଇଁ ଶୁଭ ସମୟ ଅଟେ। ଆଜି ଆପଣଙ୍କ ସମୟ ଆମୋଦ-ପ୍ରମୋଦରେ ବିତିବ। ଯଶକୀର୍ତ୍ତିରେ ବୃଦ୍ଧି ହେବ।ପ୍ରତିକାର:- ପିତାମାତାଙ୍କର ସେବାକରିବା ଆବଶ୍ୟକ

କୁମ୍ଭ : ବନ୍ଧୁବାନ୍ଧବ କିମ୍ବା ପରିବାରସହ ଆଜି ଦିନରେ ଯାତ୍ରାଟି ଉପଭୋଗ ହେବ । ଏହି ଭ୍ରମଣ ଅତ୍ୟନ୍ତ ସୁଖ ଦାୟକ ହେବ ଏବଂ ଯାତ୍ରାରୁ ଫେରିବା ପରେ ଘଟଣା ଗୁଡିକ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ କରିବ । ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ। ଆପଣଙ୍କ ବାଣୀରେ ଆଜି ଆପଣଙ୍କୁ ଲାଭ ହେବ। ଏହା ନୂଆ ସମ୍ବନ୍ଧରେ ସଦଭାବ ବଢ଼ିବାର ମଧ୍ୟ ସମ୍ଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପଢ଼ିବା-ଲେଖିବାରେ ରୁଚି ବଢ଼ିବ ଏବଂ ତାଙ୍କର ଆଜି ଭଲ ଦିନ ଅଟେ। ନିଜର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

ମୀନ : ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । ଆଜିର ଦିନ ଆପଣଙ୍କପାଇଁ ମିଶ୍ରତ ଫଳଦାୟୀ ଅଟେ। ପରିଜନମାନଙ୍କ ସହିତ ଆପଣ ସମୟ କଟାଇବେ। ତାଙ୍କର ସହଯୋଗ ମଧ୍ୟ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ହିଁ ଅଧିକ ହୋଇପାରେ। ତଥାପି ମଧ୍ୟ ବାଣୀ ଦ୍ଵାରା ଆପଣ ସମସ୍ତଙ୍କ ମନକୁ ଜୀତି ପାରିବେ। ମନ ଆନନ୍ଦିତ ରହିବ।ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *