ବର୍ତ୍ତମାନର ବଡ ଖବର – ବଡ ଯାତ୍ରୀ ବାହୀ ବିମାନ ନିଖୋଜ ହେଇ ହାଇଜାକ ହେଲା – କ୍ରୁ ମେମ୍ବର ଙ୍କୁ ଗୁଳିମାରିଲେ ଅପହରଣକାରୀ ହାଇଜାକର…

ବାଙ୍ଗଲାଦେଶର ଚିଟାଗଞ୍ଜରେ ଆଜି ସନ୍ଧ୍ୟାରେ ଦୁବାଇ ଯାଉଥିବା ଏକ ବିମାନକୁ ଅପହରଣ କରିବା ପାଇଁ ଚେଷ୍ଟା କରାଯାଇଛି | ଜଣେ ବନ୍ଧୁକଧାରୀ ବିମାନର କକପିଟରେ ପଶି ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା | ବାଙ୍ଗଲାଦେଶ ମିଡ଼ିଆ ଅନୁଯାୟୀ, ଜଣେ ବ୍ୟକ୍ତି ବନ୍ଧୁକ ଧରି ବିମାନକୁ ପଶିଥିଲା |ଏହାପରେ ବିମାନର ଜରୁରୀ ଅବତରଣ କରାଯାଇଛି ।

ସମସ୍ତ ୧୮୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୁର୍ବୃତ୍ତର ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ଚିଟାଗଞ୍ଜ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି | ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଛି | ଦୁବାଇରୁ ଢାକା- ଚିଟାଗଞ୍ଜ ମଝିରେ ବାଂଲାଦେଶ ଏୟାରଲାଇନ୍ସର ବିମାନ ଚିଟାଗଞ୍ଜର ଶାହ ଅମାନତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି |

ମିଡ଼ିଆ ରିପୋର୍ଟ ଅନୁଯାୟୀ, ବିମାନକୁ ଅପହରଣ କରାଇବା ପାଇଁ ଚେଷ୍ଟା କରାଯାଇଛି | ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ, ଅପହରଣକର୍ତ୍ତା ଗୁଳି ଚାଳନା କରିଥିଲା | ଯେତେବେଳେ ବିମାନର ଜଣେ ପାଇଲଟ ତାର ପିଛା କରିଥିଲେ ସେତେବେଳେ ସେ କହିଥିଲା ଯେ, ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପାଇଁ ସେ ଚାହୁଁଚି | ଅପହରଣକର୍ତ୍ତା ଏବେ ମଧ୍ୟ ବିମାନ ଭିତରେ ରହିଥିବା ସୂଚନା ମିଳିଛି | ଅପହରଣକର୍ତ୍ତା ସରକାରଙ୍କ ସୂଚନା ପାଇଁ ଅପେକ୍ଷା କରିଛି | ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରିଦିଆଯାଇଛି | ବିମାନର ଜଣେ କର୍ମଚାରୀ ଅପହରଣକର୍ତ୍ତା ସହ ବିମାନରେ ରହିଛି | ପୋଲିସ ଏବଂ ରେପିଡ଼ ଏକ୍ସନ ବାଟାଲିଅନ ଏୟାରପୋର୍ଟରେ ଉପସ୍ଥିତ ଅଛନ୍ତି |

ସୁରକ୍ଷା କୁ ନେଇ ଗାଇଡଲାଇନ ପ୍ରସ୍ତୁତ –

ଏହାକୁ ନଜର ରେ ରଖି ବର୍ତମାନ ଏୟାରପୋର୍ଟ ସିକୁରିଟି ୟୁନିଟ ,ସିକୁରିଟି ଗ୍ରୁପ ଓ ସବୁ ଏୟାର ଲାଇନ ର ଅପରେଟର ଙ୍କୁ ୮ଟି ଜରୁରୀ ଗାଇଡଲାଇନ ଦିଆଯାଇଛି |ଏୟାରପୋର୍ଟରେ ପ୍ରବେଶ ଓ ସମସ୍ତ ଦ୍ୱାରା ଉପରେ କଡା ନଜର ପାଇଁ କୁହାଯାଇଛି |ପାର୍କିଙ୍ଗ ଅଂଚଳ କୁ ମଧ୍ୟ ଧ୍ୟାନ ରେ ରଖ ଯିବ ବୋଲି କୁହାଯାଇଛି

କର ଦ୍ୱାରା ବିସ୍ପୋରଣ ହମଲା ଆଶଙ୍କା କୁ ଖାତମ କରିବା ପାଇଁ କୁହାଯାଇଛି | ଯାତ୍ରୀ ,ଷ୍ଟାଫ,ଓ କର୍ମଚାରୀ ଙ୍କୁ ଛାଡି ବାକି ସମସ୍ତଙ୍କ ଉପରେ କଡା ନଜର ରଖିବା ପାଇଁ କୁହା ଯାଇଛି |ଯାତ୍ରୀଙ୍କ ସାମାନ,କାର୍ଗି ଟର୍ମିନାଲ ,କଟ୍ରିଂଗ ଙ୍କୁ ଭଲ ଭାବେ ପରଖିବା ପାଇଁ ନିର୍ଦେଶ ଦିୟା ଯାଇଛି |ସିସି ଟିଭି ସହିତ ସୁରକ୍ଷାକର୍ମୀ ମାନେ ନଜର ରଖିବା ପାଇଁ ପରାମର୍ଶ ଦିୟା ଯାଇଛି | ତ୍ୱରିତ ପକ୍ରିୟା ପାଇଁ ଟିମ ପ୍ରସ୍ତୁତ ହେଉଛନ୍ତି |

ଆଣ୍ଟି ହାଇଜାକ କରିଥିବା ଲୋକ କୁ ଫାଶୀ ଦଣ୍ଡାଦେଶ – ୨୦୧୪ ରେ ଆଣ୍ଟି-ହାଇଜାକ ବିଲ ସଂସଦ ରେ ପାସ ହେଇଚି |ଏଥିରେ ବିମାନ ହାଇଜାକ ର ମାମଲା ବିଷୟରେ ଅଲଗା ପ୍ରକାର କଥାବାର୍ତା ପାଇଁ ମଧ୍ୟ ଡ଼ିଲ ହେଇଚି |ଏହା ସହ ଅପହରଣ କରିଥିବା ଲୋକଙ୍କୁ ଫାଶୀ କିମ୍ବା ଆଜୀବନ ଜେଲ ଦଣ୍ଡ ମିଳିବ ବୋଲି କୁହାଯାଇଛି |ଏହା ସହ ସେହି ଲୋକର ସମସ୍ତ ସମ୍ପତି ମଧ୍ୟ ଜବତ କରାଯିବ

Leave a Reply

Your email address will not be published. Required fields are marked *