ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ କୁହାଯାଇଛି ରାହୁଲ ଗାନ୍ଧୀଙ୍କ ହାତ ରହିଛି କାଲିର ଆକ୍ରମଣରେ, ଜାଣନ୍ତୁ ସମ୍ପୁର୍ଣ୍ଣ କଥା

ଗତକାଲି ଭାରତ ଇତିହାସର ଏକ ସୁବଠୁ ବଡ ଦୁଃଖଦ ଦିନ ବା କଳା ଦିବସ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁଁ  , ଅବନ୍ତିପୋରାରେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି। କାଲି ସନ୍ଧ୍ୟାରେ ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ଆକ୍ରମଣ ପାଇଁ ଆତ୍ମଘାତୀ ସଦସ୍ୟ ଆଦିଲ ଅହମ୍ମଦ ଡାର୍‌କୁ ନିୟୋଜିତ କରାଯାଇଥିଲା। ଜୈଶ ଆଦିଲ୍‌ର ଏକ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଜାରି କରିଛି। ମାତ୍ର ବର୍ଷକ ଭିତରେ ଆଦିଲ୍‌ ସୁରକ୍ଷାବାହିନୀ ଉପରେ ୬ଥର ଆକ୍ରମଣ କରିଥିଲା ଏବଂ ଅପରେସନ୍‌ ଅଲ୍‌ଆଉଟ୍‌ରୁ ବର୍ତ୍ତି ଯାଇଥିଲା।

ଏହି ଆତଙ୍କବାଦୀ ଆକ୍ରମଣକୁ ଦେଶର ଅନେକ ନେତା ନିନ୍ଦା କରିବା ସହିତ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ଏ ସମ୍ପ୍ପରକରେ ନିଜର ମତ ରଖିଛନ୍ତି, ମୋଦି କହିଛନ୍ତି ଏହି ଆକ୍ରମଣର ଯବାବ ଭାରତୀୟ ସେନା ଖୁବ ଶିଘ୍ର ଦେବ । ଏହି ଆକ୍ରମଣ ପରେ ଏବେ ସୋସିଆଲ ମିଡିଆରେ ଏକ ଫଟୋ ବହୁଳ ଭାବେ ଭାଇରାଲ ହେଉଛି । ଯେଉଁ ଫଠୋରେ ଏକ ଆତଙ୍କବାଦୀ ସହ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳୁଛି । ସେହି ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଛି କି , ଏହି ଆକ୍ରମଣ ରାହୁଲ ଗାନ୍ଧୀ ତଥା କଂଗ୍ରେସର ପ୍ରବଚନାରେ କରାଯାଇଛି । ଭାଇରାଲ ହେଉଥିବା ଫଟୋର ଚିତ୍ର ଆପଣ ତଳେ ଦେଖି ପାରୁଥିବେ ।

ଜଣେ ସଚେତନ ବାଦୀ ନ୍ୟୁଜ ଏଜେନ୍ସି ହିସାବରେ ଆମେ କହି ରଖିବୁ କି , ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ସମ୍ପୁରଣ୍ଣ ରୁପେ ମିଥ୍ୟ ଖବର ଅଟେ ।କେହି ଜଣେ ଖଳ ପ୍ରକୃତିର ଲୋକ, କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଏହି ଫଟୋକୁ ଏଡିଟିଙ୍ଗ କରି ସୋସିଆଲ ମିଡିଆରେ ଭାଇରଲ କରାଇଛି । ଏହି ଫଟୋର କୌଣସି ସତ୍ୟତା ନାହିଁ । ଆମର ପରଖ ନିରଖରେ ଏହି ଫଟୋଟି ସମ୍ପୁରଣ୍ଣ ରୁପେ ମିଥ୍ୟା ପ୍ରମାଣିତ ହେଲା । ଏହି ପୋଷ୍ଟକୁ ଆଧିକରୁ ଅଧିକ ସେୟାର କରି , ସମସ୍ତଙ୍କୁ ଏହି ବିଷୟରେ ସୁଚନା ଦିଅନ୍ତୁ । ଜୟ ହିନ୍ଦ ଜୟ ଭାରତ । ଯଦି ଆପଣ ଚାହାନ୍ତି କି ମୃତ୍ୟ ଜବାନ ଙ୍କ ଆତ୍ମାକୁ ଶାନ୍ତି ମିଳୁ, ତେବେ ଏହି ପୋଷ୍ଟକୁ ସେୟାର କରିବା ସହିତ କମେଣ୍ଟ ବକ୍ସରେ ଜୟ ଜବାନ ବୋଲି ନିଶ୍ଚୟ ଲେଖନ୍ତୁ ।

 

Leave a Reply

Your email address will not be published. Required fields are marked *