ଲୋନ ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ କହିଲେ ମ୍ୟାନେଜର, ମହିଳା ଜଣକ ବହେ ଛେଚିଲେ, ଦେଖନ୍ତୁ ଭିଡିଓ

କର୍ଣ୍ଣାଟକର ଜିଲ୍ଲାରେ ଶାରୀରିକ ସଂପର୍କ ରଖିବାକୁ କହି ଜଣେ ବ୍ୟାଙ୍କ ମ୍ୟାନେଜର ମହିଳାଙ୍କ ଠାରୁ ନିର୍ଧୁମ ପ୍ରହାର ଖାଇଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ଲୋନ ପାଇଁ ବ୍ୟାଙ୍କକୁ ଯାଇଥିଲେ, ମାତ୍ର ମ୍ୟାନେଜର ଲୋନ ଅନୁମୋଦନ କରାଇବା ବଦଳରେ ଶାରୀରିକ ସଂପର୍କ ରଖିବାକୁ କହିଲେ। ମହିଳା ଏହା ଅଭିଯୋଗ କରିଛନ୍ତି ଯେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ହୀନ ଉଦ୍ଦେଶ୍ୟରେ ଛୁଇଁଥିଲେ ଏବଂ ଏହି କଥାରେ ମହିଳା ଜଣଙ୍କ ରାଗିଯାଇ ମ୍ୟାନେଜରଙ୍କୁ ବହୁତ ମାରିଥିଲେ ଯାହାର ଭିଡ଼ିଓ ଭାଇରାଲ ହୋଇଛି। ଏହି ଘଟଣା ସୋମବାର ଘଟିଛି।

ମହିଳା ଜଣଙ୍କ ଡିଏଚଏଫଏଲ ବ୍ୟାଙ୍କକୁ ଦୁଇ ଲକ୍ଷ ଟଙ୍କା ଲୋନ ପାଇଁ ଆବେଦନ କରିଥିଲେ କିନ୍ତୁ ସେଠାକାର ମ୍ୟାନେଜର ତାଙ୍କୁ ହୀନ ଭାବେ ସ୍ପର୍ଶ କରିବା ସହିତ କହିଥିଲେ ଯେ ଯଦି ଲୋନ ନେବାକୁ ଚାହୁଁଛ ତେବେ ଏହା ପୂର୍ବରୁ ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ପଡ଼ିବ। ଏଥିରେ କ୍ରୋଧିତ ହୋଇ ମହିଳା ଜଣକ ବ୍ୟାଙ୍କ ମ୍ୟାନେଜରଙ୍କ ସାର୍ଟ କଲର ଧରି ବ୍ୟାଙ୍କ ଭିତରୁ ବାହାରକୁ ଟାଣି ଆଣିଥିଲେ ଏବଂ ତାଙ୍କୁ ବହୁତ ମାରିଥିଲେ। ଏହି ଘଟଣା ପରେ ପୁଲିସ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *