ଓଡିଶାର ଏହି 10 ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ବନ୍ୟାର ଆଶଙ୍କା ଜତାଇଲେ ସରକାର, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ବତ୍ୟା ଭୟ କମିଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ଘାରିଛି ବନ୍ୟା ଭୟ । ତିତଲି ପ୍ରଭାବରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । କେତେକ ସ୍ଥାନରେ ବନ୍ୟା ଜଳ ନଦୀ ବନ୍ଧ ଡେଇଁ ଗାଁ ଭିତରେ ପଶିଛି । ଗାଁ ଦାଣ୍ଡରେ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି ବନ୍ୟାଜଳ । ରାସ୍ତା ଉପରେ ୪ଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ନଦୀ ଉପରେ ଥିବା ବ୍ରିଜ୍ ବୁଡିଯାଇଛି । ବନ୍ୟା ଜଳ କେତେବେଳେ ବ୍ରିଜକୁ ଭସାଇନେବ କହିହେବନି । ରୂଷିକୂଲ୍ୟାର ବନ୍ୟାଜଳ ଭଂଜନଗରର ୧୦ରୁ ଅଧିକ ପଂଚାୟତରେ ପଶିଛି । ଲୋହରାଖଣ୍ଡି, ବଡ ନଦୀ ଓ ବୋଡା ନଦୀର ବନ୍ୟା ଜଳରେ ଫଶିରହିଛନ୍ତି ଶହ ଶହ ଲୋକ । ଫଳରେ ବ୍ରହ୍ମପୁର-ଭଂଜନଗର, ସୋରଡା-ଭଂଜନଗର, ଦଶପଲା-ଭଂଜନଗର, ଭୁବନେଶ୍ୱର-ଭଂଜନଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଖୋର୍ଦା, ପୁରି , ଜଗତସିଂହପୁର, ଗଞ୍ଜାମ, ସମ୍ବଲପୁର, ଗଜପତି, କଟକ, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ସୁଚନା ଦେଇଛି, ସେପଟେ ଗଞ୍ଜାମ ଜିଲ୍ଲା ଶେରଗଡ ଅଂଚଳର ଅବସ୍ଥା ଆହୁରି ବେହାଲ ହୋଇଛି । ତିତଲି ପ୍ରଭାବରେ ଲାଗିରହିଛି ବର୍ଷା । ଶେରଗଡର ଚଷାମହୁଲି ଗାଁ ଭିତରେ ବି ବନ୍ୟା ଜଳ ପଶିଛି । କେନାଲ ଓ ପାହାଡରୁ ଆସୁଥିବା ପାଣିରେ ବୁଡିଯାଇଛି ୨ଶହରୁ ଅଧିକ ଘର । ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି । କେତେକ ଘର ଭିତରେ ବି ପାଣି ପଶିଯାଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏହି ଗାଁର ଲୋକେ । ସେହିପରି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ବାହୁଦା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଜଳରେ ୩ପଂଚାୟତର ପ୍ରାୟ ୫ଟି ଗାଁ ଜଳଘେରରେ ରହିଛି । ଗାଁକୁ ଯୋଗଯୋଗ ସମ୍ପୂର୍ଣ୍ଣ ବିିଛିନ୍ନ ହୋଇଛି ।

ଗଞ୍ଜାମରେ ଲାଗିରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିିଛି । ନଦୀରେ ବନ୍ୟା ପାଣି ପ୍ରଖର ସ୍ରୋତରେ ମାଡିଆସିଛି । ବନ୍ୟା ଜଳର ବେଗ ଏତେ ହୋଇଛି ରାସ୍ତାଘାଟକୁ ଧୋଇନେବା ସହ ବଡ ବଡ ଜେସିବି ଓ ଟ୍ରକକୁ ମଧ୍ୟ ଭସାଇ ନେଉଥିବା ଦେଖିବାକୁ ମିଳିଛି । ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ନୂଆଗଡ ଗ୍ରାମରେ ଚାଲିଥିବା ଏକ ପୋଲକାମରେ ବ୍ୟବହାର ହେଉଥିବା ଟ୍ରକ ଓ ଜେସିବି ବନ୍ୟା ଜଳ ଭସାଇ ନେଇଛି । ପାଣିର ସ୍ରୋତ ଯେଉଁ ଆଡକୁ ବହଛି ସେହି ଆଡକୁ ଭାସି ଭାସି ଯାଉଛି ସେହି ବଡ ଗାଡି । ଏଭଳି ସ୍ଥିତିରେ ନଦୀରେ ଆସିଥିବା ବନ୍ୟା ଜଳର ସ୍ରୋତ କେତେ ପ୍ରଖର ଥିବ ତାହା ସହଜରେ ଅନୁମାନ କରାଯାଇପାବେ ।

ଆପଣଙ୍କ ଅଞ୍ଚଳରେ ବର୍ଷାର ପରିମାଣ ବର୍ତ୍ତମାନ କେମିତି ଅଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ.

Leave a Reply

Your email address will not be published. Required fields are marked *