ତିତିଲ କରିବ ପରିସ୍ତିତି ଅସମ୍ଭାଳ, 1999 ବାତ୍ୟାର ନେଇପାରେ ରୁପ, ସେୟାର କରି ଏବେଠୁ ସଚେତନ କରାନ୍ତୁ

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିିକ ଝଡ଼ ‘ତିତଲି’ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି । ଆସନ୍ତା ୩ଘଣ୍ଟା ମଧ୍ୟରେ ଅତି ଭୟଭଙ୍କର ସାମୁଦ୍ରିକ ଝଡ଼ର ରୁପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସ୍ଥଳଭାଗ ଛୁଇଁବାରେ ପବନର ବେଗ ଘଂଟା ପ୍ରତି ୧୪୦ରୁ ୧୬୦ କିଲୋମିଟର ବହିବ । ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ ବାତ୍ୟା ଓ ପ୍ରବଳ ପବନରେ ଚାଳଘର ସବୁ ଉଡ଼ି ଯାଇପାରେ। ଗଛ ଭାଙ୍ଗି ଯାଇପାରେ ଅବା ଉପୁଡ଼ି ଯାଇପାରେ। ବିଦ୍ୟୁତ୍‌ ଓ ଟେଲିଫୋନ୍ ଖୁଣ୍ଟ ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି। ରାସ୍ତାଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ଏହି ଭୀଷଣ ସାମୁଦ୍ରକ ଝଡ଼ ‘ତିତଲି’ ଏବେ ଗୋପାଳପୁର ଠାରୁ ୩୭୦ କିଲୋମିଟର ଦୂରରେ ରହିଛି ଓ ଏହା ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି।

ତେବେ ତିତଲିର ଗତି ଧୀର ଥିବାରୁ ଏହା ଜଳଭାଗରେ ଅଧିକ ସମୟ ରହିବା ସହିତ ଅଧିୀକ ।କ୍ତି ସଂଗ୍ରହ କରି ଭୟଙ୍କର ହୋଇ ଉଠୁଥିବା ଆଶଙ୍କା କରାଯାଉଛି। ଏହା ଯେତେବେଳେ ସ୍ଥଳଭାଗ ଛୁଇଁବ, ସେତେବେଳେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୪୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରି ଦେବା ସହିତ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ସତର୍କ କରି ଦେଇଛନ୍ତି।

ଆସନ୍ତା ୨ଦିନ ସମୁଦ୍ର ଅଧିକ ଅଶାନ୍ତ ରହିବ । ଏହି ସମୟରେ ଉଚ୍ଚ ଜୁଆର ଆସିବ । ସେଥିପାଇଁ ସବୁ ବନ୍ଦରରେ ୪ ନମ୍ବର ସତର୍କ ସୂଚନା ଦିଆଯାଇଛି। ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, ଭଦ୍ରକ ଓ ନୟାଗ଼ଡ଼କୁ ଆଜିଠୁ NDRF ଟିମ୍ ପଠା ସରିଛି । ଏମାନେ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମ୍ପର୍କ ରଖି କାମ କରିବେ।ଆସନ୍ତା ୧୮ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାକ୍ଲୋନିକ୍‌ ଷ୍ଟର୍ମର ରୂପନେଇପାରେ ବୋଲି ଭାରତୀୟ ପାଣିପାଗ ବବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ ନାଇଟ୍‌ ବୁଲେଟିନ୍‌ରେ ପ୍ରକାଶ ପାଇଥିବା ତାଜା ତଥ୍ୟ ଅନୁଯାୟୀ ଏହି ବାତ୍ୟା ଓଡ଼ିଶାର ଉତ୍ତର-ପୂର୍ବ ଏବଂ ଆନ୍ଧ୍ରର ଉତ୍ତରମୁହାଁ ହେବ। ଆସନ୍ତା ୧୧ ତାରିଖ ସକାଳେ ଏହା ଗୋପାଳପୁର ଏବଂ କଳିଙ୍ଗପାଟନାମ୍‌ ମଧ୍ୟ ଭାଗରେ ମାଡ଼ ହେବ। ଏହି ସମୟରେ ଭୟଙ୍କର ରୂପ ଧାରଣ କରି ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି।

ଏବେ ହିଁ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ, ଭୟଭିତ ହେବାର କୌଣସି କାରଣ ନାହିଁ, ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟକୁ ମଧ୍ୟ ରଖନ୍ତୁ..

Leave a Reply

Your email address will not be published. Required fields are marked *