ଏବେ ଏବେ ଆସିଲା ବଡ ସୁଚନା, ଆଉ ଅଳ୍ପ ସମୟରେ ସ୍ତଳ ଭାଗ ଛୁଇଁବ ବାତ୍ୟା ତିତଲି, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଗତ ଦୁଇଦିନ ହେଲା ସମ୍ଭାବ୍ୟ ବାତ୍ୟା ତିତଲିକୁ ନେଇ ଚାରିଆଡେ ଚର୍ଚା ଚାଲିଥିବା ବେଳେ, ଏବେ ସାମ୍ମାକୁ ଆସିଛି ବଡ ଘଟଣା । ପାଣିପାଗ ବିଭାଗର କହିବା ଅନୁସାରେ ଘୁର୍ଣ୍ଣିଝଡ ବାତ୍ୟାର ରୁପ ନେଇ ସାରିଲାଣି, ଏବଂ ଏହା ଓଡିଶା ଆଡକୁ ମାଡି ଆସୁଛି । ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ୍ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି । ସେପଟେ ସଚିିବାଳୟରେ ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ଗଂଜାମ, ଗଜପତି, ଜଗତସିଂହପୁର ଓ ପୁରୀରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ପରିସ୍ଥିତି ଦେଖି ଅନ୍ୟ ଜିଲ୍ଲା ସର୍ମ୍ପକରେ ନିଷ୍ପତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ବାତ୍ୟାର ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ ଓ ୧୧ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ ରଖାଯାଇଛି । ମଙ୍ଗଳବାର ୬ଟି ଏନଡିଆରଏଫ ଟିମକୁ ସମସ୍ତ ଯାନ୍ତ୍ରିକ ଉପକରଣ ସହ ପୁରୀ, କେନ୍ଦ୍ରାପଡା, ଯାଜପୁର, ଗଜପତି, ଭଦ୍ରକ ଓ ନୟାଗଡକୁ ପଠାଯାଇଛି । ୟେଲୋ ଓ ରେଡ୍ ୱାଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ଉପରେ ସ୍ୱନ୍ତ୍ରନ୍ତ୍ର ଦୃଷ୍ଟି ରଖିଛନ୍ତି ସରକାର ।

ଏହାସହ ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କେନ୍ଦ୍ରାପଡା, କନ୍ଧମାଳ, ବାଲେଶ୍ୱର, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଭଦ୍ରକ ଓ ବୌଦ୍ଧ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏହାସହ ଜିଲ୍ଲା ଓ ବ୍ଲକସ୍ତରରେ କଣ୍ଟ୍ରୋଲରୁମ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକୀୟ ସ୍ଥଳେ ଜେନେରେଟର ଓ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଜିଲ୍ଲାପାଳଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

୧୦ ଓ ୧୧ ତାରିଖ, ଦୁଇ ଦିନ ଧରି ବର୍ଷାର ପରିମାଣ ବଢିବ । ରାଜ୍ୟର କିଛି ଅଂଚଳରେ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସେପଟେ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏହାଛଡା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି ।

ଏବେ ହିଁ ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ ଓ ସତର୍କ କରାଇବା ସହ ନିଜେ ସୁରକ୍ଷିତ ରୁହନ୍ତୁ

Leave a Reply

Your email address will not be published. Required fields are marked *