ବଞ୍ଚିଥିବା ସ୍ତ୍ରୀ ମାନଙ୍କର ପିଣ୍ଡ ଦାନ କରିଦେଲେ ଏହି ସ୍ବାମୀ ମାନେ, କାରଣ ଜାଣିଲେ ଆପଣହ୍କ ହୋସ ଉଡିଯିବ

ଆଜି ମହାଳୟା, ପୁର୍ବ ପୁରୁଷଙ୍କ ଆତ୍ମାର ସତ୍ ଗତୀ ପାଇଁ ସବୁଆଡେ ପିଣ୍ଡ ଦାନ କରାଯାଏ । ପୁର୍ବ ପୁରୁଷହ୍କ ସ୍ମୃତିକୁ ମନେ ପକାଇ ତାଙ୍କ ଉଦେଶ୍ୟରେ ଆଜିର ଦିନରେ ଘରର ମୁରବି ପିଣ୍ଡ ଦାନ କରିବା ସହିତ ଘରେ ଶୁଖ ସମୃଦ୍ଧୀ ଫେରାଇ ଆଣିବା ପାଇଁ ପୂର୍ବ ପୁରୁଷଙ୍କ ପାଖେ ପାର୍ଥନା କରିଥାନ୍ତି । ହେଲ ଆଜିର ଏହି ଦିନରେ ଏମିତି ଏକ ଖବର ସାମ୍ମାକୁ ଆସିଛି ଜାହା ବିଷୟରେ ଜାଣିଲେ ଆପଣଙ୍କର ହୋସ ଉଡିଯିବ । ହଁ ବନ୍ଧୁ ଗଣ ନିଜର ବଞ୍ଚିଥିବା ସ୍ତ୍ରୀର ପିଣ୍ଡଦାନ କରି ଦେଇଛନ୍ତି କିଛି ଲୋକ, କାରଣ କଣ ଜାଁଣନ୍ତି ।

ମହାରାଷ୍ଟ୍ର ନାସିକର ଗୋଦାବରୀ ନଦୀ କୂଳରେ  ଶହେ ଜୀବିତ ସ୍ତ୍ରୀଙ୍କର ପିଣ୍ଡଦାନ କରିଛନ୍ତି ସ୍ବାମୀ। ବାସ୍ତବ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ସ୍ବାମୀମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କର ଛାଡ଼ପତ୍ର ମାମଲା କୋର୍ଟରେ ଜାରି ରହିଥିବାବେଳେ ଅନ୍ୟ କେତେକଙ୍କର ଛାଡ଼ପତ୍ର ହୋଇ ସାରିଛି। ପୂର୍ବରୁ ସେମାନେ ମିଳିତ ଭାବେ ବାରାଣାସୀରେ ନିଜ ସ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ସ୍ବାମୀମାନେ ଏଭଳି କରି ନିଜ ମନକୁ ଶାନ୍ତି ଦେଇପାରିଛନ୍ତି ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଅମିତ ଦେଶପାଣ୍ଡେ ସୂଚନା ଦେଇଛନ୍ତି। ଦେଶର ସରକାର ମହିଳା ନିର୍ଯାତନା ପାଇଁ ଦୃଢ଼ ପଦକ୍ଷେପ ନେଉଥିବାବେଳେ ପୁରୁଷଙ୍କ ଅଧିକାର ପ୍ରତି ଅଣଦେଖା କରୁଛନ୍ତି। ଏନେଇ ଦୃଢ଼ ଆଇନ ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ସ୍ବାମୀଙ୍କୁ ନିର୍ଯାତନା ଦେଉଥିବା ସ୍ତ୍ରୀମାନଙ୍କ ପ୍ରତି ମଧ୍ୟ ଦଣ୍ଡ ବିଧାନ କରାଯାଇପାରିବ।

Leave a Reply

Your email address will not be published. Required fields are marked *