ନୀଆଳିରେ ହୋଇଗଲା ଚତ୍ମକାର, ନଡିଆ ରୁ ଜନ୍ମନେଲା ବରଗଛ, ଲୋକ କହିଲେ ଭଗବାନ ହୋଇଛନ୍ତି ଉଭା

ଆମ ନୀତି ଦିନିଆ ଜୀବନରେ ଅନେକ ଚତ୍ମକାର ଘଟିଥାଏ, କିଛି ଲୋକ ଲୋଚନକୁ ଆସେତ , ପୁଣି କିଛି ଲୁଚି ରହିଯାଏ, ଏବେ ଏମିତି ଏକ ଚତ୍ମକାର ସାମ୍ମାନାକୁ ଆସିଛି, କଟକ ଜିଲ୍ଲାର ନୀଆଳି ବ୍ଲକରେ ଦେଖା ଦେଇଛି ଏମିତି ଏକ ଚତ୍ମକାର ଘଟଣା, ଯାହା ବିଷୟରେ ଲୋକ ଜାଣି ହୋଇଯାଉଛନ୍ତି ଆଶ୍ତଯ୍ୟ ଚକିତ, ପଢନ୍ତୁ ସମ୍ପର୍ଣ ଖବର,ପଇଡରୁ ଉଠିଛି ବରଗଛ । ନିଆଳି ଥାନା ଅନ୍ତର୍ଗତ ନାକଟା ସାହି ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଲିମ୍ବ ଗଛକୁ ପୂଜା ଅର୍ଚ୍ଚନା କରି ଗଛ ମୁଳରେ ତିନୋଟି କଳସ ଏବଂ ତା ଉପରେ ତିନୋଟି ପଇଡ ରଖାଯାଇଥିଲା ।

କିଛି ଦିନ ବିତିବା ପରେ ସେଥିରୁ ବରଗଛ ଉଠିଥିବା ଦେଖିବାକୁ ମିଳିଛି । କଥାଟି ସାରା ଅଞ୍ଚଳରେ ଏକପ୍ରକାର ଚହଳ ପକାଇଦେଇଛି । ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଆଳି ଥାନା ନିକଟସ୍ତ ନାକଟା ସାହି ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ପଇଡରୁ ଉଠିଛି ନଡିଆ ଗଛ, କଥାଟା ଆଶ୍ଚର୍ଯ୍ୟ  ଲାଗୁଥିଲେ ବି ଏହା ସତ । ଦୀର୍ଘ ୧୦ ବର୍ଷହେବ କଳସ ପୂଜା ହୋଇଆସୁଥିବା ବେଳେ ପଇଡ଼ରୁ ବାହାରିଛି ବରଗଛ । ଗାଁର ବାମନ ଭୋଇ ନିଜବାରି ପଟରେ ୧୦ବର୍ଷ ହେବ ଲିମ୍ବଗଛ ପୂଜା ଅର୍ଚ୍ଚନା କରୁଥିବା ସମୟରେ ୬ଟି କଳସ ବସାଇଥିଲେ । ଗତ ୩ ମାସହେବ ଦୁଇଟି କଳସ ଉପରେ ଥିବା ପଇଡ଼ରୁ ଉଠିଛି ବରଗଛ । ଏହାକୁ ଦେଖିବା ପାଇଁ ଆଖପାଖ ଅଂଚଳର ଲୋକଙ୍କ ରୁଣ୍ଡ ହେଉଛି

ଏହି ଘଟଣାଟି ଲୋକମାନେ ନିଜ ଆଖିରେ ଦେଖିବା ସତ୍ୱେବି ବିଶ୍ୱାସ କରିବା ତାଙ୍କ ପାଖରେ ଟିକେ ଅସମ୍ଭବ ହୋଇପଡିଛି । ଲୋକଙ୍କ କହିବା ହିସାବରେ ନଡିଆରୁ ନଡିଆ ଗଛ ବାହାରି ଥାଏ । କିନ୍ତୁ ଯେତେ ଚେଷ୍ଟା କଲେବି ପଇଡରୁ କୌଣସି ପ୍ରକାରରେ ଗଛ ବାହାର କରିହୋଇନଥାଏ । ଏଠାରେ ପଇଡରୁ ନଡିଆ ଗଛତ ନୁହେଁ ପଇଡରୁ ବାହାରିଛି ବରଗଛ । କିଛି ଲୋକ ଏହି ଘଟଣାକୁ ଭଗବାନଙ୍କ ଚମକ୍ରାର କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ମିଛ କଥା ବୋଲି ଭାବୁଛନ୍ତି ।। ହେଲେ ଆମେ କହି ରଖୁଛୁ ଏହି କଥାଟି ସମ୍ପର୍ଣ ସତ ଘଟଣା ଅଟେ, ଜଦି ଆପଣ ଭଗବାନଙ୍କୁ ବିଶ୍ବସ କରନ୍ତି, ତେବେ ଗୋଟିଏ ସେୟାର ନିଶ୍ଚୟ କରିବା ସହିତ, ତଳେ ଲାଇକ କରିବାକୁ ଭୁଲିବେନି

Leave a Reply

Your email address will not be published. Required fields are marked *