ଆସିଗଲା ବଡ ଖବର, ମାତ୍ର 599 ଟଙ୍କାରେ ଜିଓ ଦେଉଛି ଲ୍ୟାପଟପ,549 ରେ ଟ୍ୟାବଲେଟ ଓ 199 ରେ ସ୍ମାଟ ଓ୍ବାଚ

କିଛି ଦିନ ତଳେ ଟେଲି ବଜାରରେ ନିଜର ପ୍ରଭୁତ ଜାହିର କରିସାରିଥିବା ଜିଓ ଏବେ ଡିଜିଟାଲ ମାର୍କେଟକୁ ନିଜର କରିବାକୁ ଯାଉଛି, ବଜରାରେ ବହୁତ କମ ଦାମର ଜିନିଷ ଆଣି ଲୋକଙ୍କୁ ଆକର୍ଷୀତ କରିବାକୁ ଯାଉଛି, ତେବେ ଆସନ୍ତୁ ଜାଣିବା ଜିଓର କି କି ପ୍ରଡକ୍ଟ ଆସୁଛି ,

ଶସ୍ତା ଇଂଟରନେଟ ଦେଇ ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ନିକଟରେ ଜିଓ ଫୋନ, ଜିଓ ଗୀଗା ଫାଇବର ସର୍ଭିସ ଆରମ୍ଭ କରିଛି । ଯାହା ଦ୍ୱାରା ବାକି କଂପାନୀମାନଙ୍କର ସମସ୍ୟା ଆହୁରୀ ବଢି ଯାଇଛି । ତେବେ ଇତିମଧ୍ୟରେ ଏକ ୱେବସାଇଟ୍ ଜିଓ ନାଁରେ କଂପାନୀର ବିଭିନ୍ନ ପ୍ରଡକ୍ଟକୁ ଶସ୍ତାରେ ବିକ୍ରି କରୁଛି । ଯେଉଁଥିରେ ଆପଣ ଲାପଟପ, ଟାବଲେଟ ଏବଂ ସ୍ମାର୍ଟଫୋନ ଭଳି ପ୍ରଡକ୍ଟସ ବହୁତ କମ ଦାମରେ ପାଇପାରିବେ । ହେଲେ ଆପଣ ଜାଣି ଚକିତ ହେବେ କି , ଏହା କୌଣସି ଜିଓର ୱେବସାଇଟ ନୁହେଁ ବରଂ ଏହେ ଏକ ଫେକ୍ ୱେବସାଇଟ୍ । ଏହି ସାଇଟରେ ମାତ୍ର ୫୯୯ଟଙ୍କାରେ ଜିଓର ଲାପଟପ ଏବଂ ୫୪୯ ଟଙ୍କାରେ ଜିଓ ଟାବଲେଟ ମିଳୁଛି । ସେହିପରି ମାତ୍ର ୧୯୯ ଟଙ୍କାରେ ଜିଓ ସ୍ମାର୍ଟୱାଚ ମଧ୍ୟ ମିଳୁଛି ।

ତେବେ ଏହି ଫେକ୍ ୱେବସାଇଟର ନାଁ ହେଲା ji0daily-deals.online । ଯାହାକି ସଂପୂର୍ଣ୍ଣ ଭାବରେ ଫେକ୍ ଅଟେ ଏବଂ ଏଠାରେ ଜିଓ ନାଁରେ ଅନେକ ପ୍ରଡକ୍ଟକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଂଟରେ ବିକ୍ରି କରାଯାଉଛି । ଏହି ୱେବସାଇଟରେ ଜିଓ ଲାପଟପ ଉପରେ ୨୪,୯୯୯ ଟଙ୍କା, ଜିଓ ଟାବଲେଟ ଉପରେ ୧୨,୯୯୯ ଟଙ୍କା, ଜିଓ ସ୍ମାର୍ଟଫୋନ ଉପରେ ୯,୯୯୯ ଟଙ୍କାର ଡିସକାଉଂଟ ମିଳୁଛି ।

ଖାଲି ଏତିକି ନୁହେଁ ଏହି ସାଇଟରେ ନିକଟରେ ଲଂଚ ହୋଇଥିବା ଜିଓ ଫୋନ-୨ ୩,୯୯୯ ଟଙ୍କାର ଡିସକାଉଂଟ ସହିତ ମାତ୍ର ୪୪୯ ଟଙ୍କାରେ ବି ମିଳୁଛି । ହେଲେ ଜିଓ ଫୋନ-୨ର ଦାମ ହେଲା ୨,୯୯୯ ଟଙ୍କା ହିଁ ରହିଛି । ତେବେ ୱେବସାଇଟରେ ଉପଲବ୍ଧ ସୂଚନା ମୁତାବକ, ଏହାର ଲୋକେସନ କାଲିଫର୍ଣ୍ଣିଆ ବୋଲି ଯାହା ଜଣାପଡୁଛି । ତେଣୁ ଆପଣଙ୍କୁ ଆମର ଗୋଟିଏ ଅନୁରୋଧ ଶସ୍ତା ଦେଖି କୌଣସି ବି ସାଇଟରୁ କିଛି ବି ଜିନିଷ ଆଦୌ କିଣନ୍ତୁ ନାହିଁ , ନଚେତ୍ ଆପଣ ଅସୁବିଧାରେ ପଡିପାରନ୍ତି ।

Leave a Reply

Your email address will not be published. Required fields are marked *