ଷ୍ଟେଟ ବ୍ୟାଙ୍କରେ ଖାତା ଅଛି କି ? ନିଶ୍ଚୟ ପଢନ୍ତୁ, ନଚେତ ହୋଇଯିବ ବଡ ଅସୁବିଧା

ଏବେ ଦେଶରେ ପ୍ରାୟ ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ନିଶ୍ଚୟ ଅଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦଈଙ୍କ ଦ୍ବାରା ଜନ ଧନ ଯୋଜନା ଆରମ୍ଭ ହେବା ପରଠୁ ପ୍ରାୟ ପ୍ରତିଟି ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟରେ ଖାତା ରହିଅଛି । ଏଥିମଧ୍ୟରେ ଭାରତର ସବୁଠୁ ବଡ ବ୍ୟାଙ୍କ ହେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଜଦି ଆପଣଙ୍କର ଏହି ବ୍ୟାଙ୍କରେ ଖାତା ଅଛି, ତେବେ ଏହି ଖବର କେବଳ ଓ କେବଳ ଆପଣଙ୍କ ପାଇଁ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ସଂଚୟ ଖାତାରେ ନ୍ୟୁନତମ ଅର୍ଥ ରାଶି ନରଖିଲେ ଆପଣଙ୍କ ପଇସା କଟୁଛି କି ? ଏହା ଏକ ସମସ୍ୟା ପାଲଟି ଯାଇଛି । ସେଥିପାଇଁ ଏହା ଉପରେ ଆଲୋଚନା କରାଯାଉଛି । ଉଦାହରଣ ସ୍ୱରୂପ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରତି ମାସ ୨୦୦୦ ଟଙ୍କା ପେନସନ ମିଳେ , ତେବେ ସେ କେମିତି ତାଙ୍କ ଖାତାରେ ୧୦୦୦-୨୦୦୦ ବା ୫୦୦୦ ଟଙ୍କା ରଖିବେ ? ତାଙ୍କ ଭଳି ଅନେକ ଖାତାଧାରୀ ଅଛନ୍ତି ।

ତେବେ ଏଭଳି ଖାତା ଥିବା ଲୋକଙ୍କୁ ପରାମର୍ଶ ଦିଆଯାଉଛି କି ସେମାନେ ବର୍ତ୍ତମାନ ସଂଚୟ ଖାତାକୁ ବେସିକ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ରେ ପରିବର୍ତ୍ତିତ କରନ୍ତୁ । ଖାତା ନମ୍ବର ବଦଳିବନି, ସେଇଟା ହିଁ ରହିବ । ଶାଖାରେ କେବଳ ତାହାର ପ୍ରୋଡକ୍ଟ କୋଡକୁ ୧୦୧୧-୧୭୦୧ କରିଦିଆଯିବ । ନ୍ୟୁନତମ ବାଲାନ୍ସର କୈାଣସି ଚାପ ରହିବନି । ନିଃଶୁଳ୍କ ରୁ-ପେ ଏଟିଏମ-ସହ –ଡେବିଟ କାର୍ଡର ସୁବିଧା ମଧ୍ୟ ମିଳିବ ଏବଂ ଖାତାରୁ ଅଧିକରୁ ଅଧିକ ୪ ଥର ବାହାର କରିପାରିବେ । ଆରବିଆଇର ନିର୍ଦ୍ଦେଶାନୁସାରେ ଏହି ସୁବିଧା ସମସ୍ତ ବ୍ୟାଙ୍କରେ ଉପଲବ୍ଧ ଅଛି । ଆସନ୍ତୁ ଜାଣିବା ଏଥିରେ କଣ ସବୁ ସୁବିଧା ମିଳିବ  ।

କ’ଣ ସୁବିଧା ମିଳିବ ?

  1. • ଏହି ପ୍ରକାରର ଆକାଉଣ୍ଟ ପାଇଁ ଯେକୈଣସି ନ୍ୟୁନତମ ବାଲାନ୍ସ ଖାତାରେ ରଖିବା ଅନିର୍ବାର‌୍ୟ୍ୟ ନୁହେଁ । ଆପଣ ଚାର୍ହିବେ ଯଦି ବାଲାନ୍ସ ଜିରୋ ବି ରଖି ପାରିବେ ।
  2. • ଏଥିରେ ମଧ୍ୟ ଆପଣଙ୍କୁ ଅନ୍ୟ ଖାତା ଭଳି ଏଟିଏମ ମିଳିବ । ଆପଣ ଯେକୈାଣସି ଏଟିଏମରୁ ନଗଦ କାଢ଼ିପାରିବେ ।
  3. • ପ୍ରତ୍ୟେକ ବ୍ୟାଙ୍କ ଏହି ପ୍ରକାରର ଖାତା ପାଇଁ କିଛି ସର୍ତ୍ତ ଲାଗୁ କରନ୍ତି , ଯେଉଁଠି ଆପଣଙ୍କ ଶାଖାରୁ ନଗଦ ବାହାର କରିବା ଓ ଜମା କରିବା ଉପରେ ଜାରି ହେବ ।
  4. • ଏଭଳି ଖାତାରୁ ସମସ୍ତ ପ୍ରକାରର ବିଲ ପେମେଣ୍ଟ ଏବଂ ରିଚାର୍ଜ କରିପାରିବେ । କଥା କେବଳ ଜମା ଧନର କାହିଁକିନା ନିୟମ ଅନୁସାରେ ଆପଣ ଏଥିରେ ନିର୍ଦ୍ଧାରିତ ରାଶିରୁ ଅଧିକ ଧନ ଜମା କରିପାରିବେନି ଏବଂ ଆପଣଙ୍କ ଦ୍ୱାରା କରାଯାଉଥିବା ନେଣଦେଣର ଆମାଉଣ୍ଟ ଉପରେ ବି ଚାପ ପଡେ ।

ଏବେ ହିଁ ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର ସକରି, ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ .

Leave a Reply

Your email address will not be published. Required fields are marked *