ନାସା ଯିବେ ବାଲେଶ୍ୱରର ଓଡିଆ ଝିଅ। ୯ ଦିନିଆ ନାସା ଟ୍ରିପ୍ ପାଇଁ ମନୋନୀତ ହେଲେ ଦୀକ୍ଷା ଗୁପ୍ତା । ଏହି ଝିଅଟି ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ଓଡିଶାର କୋଣ ଅନୁକୋଣରେ ବହୁତ ପ୍ରତିଭା ଲୁଚି ରହିଛନ୍ତି, ଖାଲି ଆବଶ୍ୟକ ସେମାନଙ୍କୁ ଖୋଜି ଉଚିତ ଶିକ୍ଷା ଓ ସୁଯୋଗ ପ୍ରଦାନ କରିବା । ପୂର୍ବରୁ ବହୁତ ଓଡିଆ ଛାତ୍ର ବିଶ୍ବ ଦରବାରରେ ଓଡିଆ ଜାତିର ଟେକ ରଖିବା ସହିତ, ପ୍ରତିଟି ଓଡିଆ ପାଇଁ ଗର୍ବ ସାଙଂଟି ଥିବା ବେଳେ, ଏବେ ପୁଣି ଏକ ଓଡିଆ ଝିଅ ଏମିତି କିଛି କାମ କରି, ପ୍ରତିଟି ଓଡିଆଙ୍କୁ ଗର୍ବୀତ କରିବା ସହିତ, ଓଡିଆ ଜାତୀର ମାନକୁ ଉଚ୍ଚା କରିଛନ୍ତି ।

ନାଶା (NASA ) ଯିବେ ବାଲେଶ୍ୱରର ଝିଅ । ୯ ଦିନ ପାଇଁ ନାସା ଟ୍ରିପରେ ଯିବେ ବାଲେଶ୍ୱର ଗୋପାଳ ଗାଁର ଦୀକ୍ଷା ଗୁପ୍ତା । ନେସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଦୀକ୍ଷା ଗୁପ୍ତା ମନୋନୀତ ହୋଇଛନ୍ତି । ଏହି ଖବର ପାଇବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି ।

ତେବେ ସେଂଟ ଭିନସେଂଟ କନଭେଂଟ ସ୍କୁଲରେ ନବମ ଶ୍ରେଣୀ ପଢୁଥିବା ଝିଅ ଦୀକ୍ଷା ବାଲେଶ୍ୱର ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ‘ଗୋ ଫର ଗୁରୁ’ ଏକ ଅନଲାଇନ ସାଇଟରେ ‘ଇଫ ୟୁ ହେଡ ମିଟ ଆନ ଏଲିଏନ ଇନ ମାର୍ସ’ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ ଦୀକ୍ଷା । ଏହି ପ୍ରତିଯୋଗିତାରେ ୬ଟି ଦେଶର ଛାତ୍ରଛାତ୍ରୀ ଭାଗନେଇଥିଲେ । ସେଥିମଧ୍ୟରୁ ଦୀକ୍ଷା ମନୋନୀତ ହୋଇ ୯ ଦିନିଆ ନାସା ଟ୍ରିପ ଯିବା ପାଇଁ ନାସା ପକ୍ଷରୁ ମନୋନୀତ ହୋଇଛନ୍ତି ।
ନଭେମ୍ବର ୮ରେ ସେ ୯ ଦିନ ପାଇଁ ନାସା ଯିବେ । ସେଠାରେ ଅନ୍ତର୍ଜାତୀୟ ସମ୍ମିଳନୀରେ ସ୍ପେସ ଏସଷ୍ଟ୍ରୋନେଟମାନଙ୍କ ସହ ଆଲୋଚନା ଓ ପ୍ରତିଯୋଗିତା ହେବ । ସେଥିରେ ଟପ ଫାଇଭରେ ମନୋନୀତ ହେଲେ ନାସାରେ ମାଗାଣାରେ ପାଠ ପଢିବାର ସୁଯୋଗ ମିଳିବ ବୋଲି ଦୀକ୍ଷା ଗୁପ୍ତା କହିଛନ୍ତି ।

ଏହି ପ୍ରତିଯୋଗୀତାରେ ୬ଟି ଦେଶ ଯଥା ଜାପାନ, ଇଣ୍ଡୋନେସିଆ. ମାଲେସିଆ, ଚାଇନା, କୁଏତ ଏବଂ ଭାରତର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲା । କେବଳ ଭାରତକୁ ବିଭିନ୍ନ ସ୍କୁଲରୁ ୩ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଭାରତର ତାମିଲନାଡୁ ଓ ରାଜସ୍ଥାନରୁ ଦୁଇ ଜଣ ମନୋନୀତ ହୋଇଥିବା ବେଳେ ଓଡିଶାରୁ କେବଳ ଦୀକ୍ଷା ମନୋନୀତ ହୋଇଛନ୍ତି । ନଭେମ୍ବର ୮ରେ ୯ ଦିନ ପାିଁ ନାସା ଯିବେ ଦୀକ୍ଷା । ସେଠାରେ ଆନ୍ତର୍ଜାତୀୟ ସମ୍ମିଳନୀକେ ସ୍ପେସ୍ ଏସଷ୍ଟ୍ରୋନେଟମାନଙ୍କ ସହିତ ଆଲୋଚନା କରିବା ଏକ ପ୍ରତିଯୋଗୀତା ହେବ । ସେଥିରେ ୬ଟି ଦେଶର ଛାତ୍ରଛାତ୍ରୀମାନେ ଭାଗ ନେବେ । ସେଥଇରେ ଟପ୍ ୫ରେ ମନୋନୀତ ହେଲେ ନାସାରେ ମାଗଣାରେ ପାଠପଢିବାର ସୁଯୋଗ ମିଳିବ ବୋଲି ଦୀକ୍ଷା କହିଛନ୍ତି । ଭବିଷ୍ୟତରେ ସେ ମେଡିକାଲ ରିସର୍ଚ୍ଚ ଲାଇନରେ ଯିବାକୁ ଚାହାନ୍ତି ବୋଲି ଦୀକ୍ଷା କହିଛନ୍ତି ।

ହିରୋ ହିରୋଇନଙ୍କ କଥାରେ ବହୁତ ସେୟାର ମିଳେ, ଦେଖିବା ଏହି ଝିଅ ଯେ ପ୍ରତିଟି ଓଡିଆଙ୍କ ପାଇଁ ଗର୍ବ, ତାଙ୍କୁ କେତେ ସେୟାର ମିଳୁଛି । ଯଦି ଓଡିଆ ବୋଲି ନିଜକୁ ଗର୍ବୀତ ମନେକରନ୍ତି, ତେବେ ଗୋଟିଏ ସେୟାର ନିଶ୍ଚୟ କରିବେ । ଜୟ ହିନ୍ଦ, ଜୟ ଭାରତ

Leave a Reply

Your email address will not be published. Required fields are marked *