୨୮ ସେପ୍ଟେମ୍ବର ୨୦୧୮ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୪ଟି ରାଶି ହେବେ ମାଲାମାଲ

Aajira-Rasifala

ମେଷ–
ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ। ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ। ମାତାଙ୍କ ତରଫରୁ ଲାଭ ହେବ। ଯାତ୍ରାର ଯୋଗ ଅଛି। ଧନ ଲାଭ, ଉତ୍ତମ ଭୋଜନ ଏବଂ ଭେଟ-ଉପହାର ମିଳିବାରରୁ ଆପଣ ଆନନ୍ଦିତ ରହିବେ । ପ୍ରତିକାର: କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ବୃଷ–
ଘରସଜ୍ଜା ଉପରେ ବିଶେଷ ଧ୍ୟାନ ଦେବେ। ନୂଆ ଘରପାଇଁ ଦ୍ରବ୍ୟ କିଣିବାର ସଂଭାବନା ଅଛି। ବ୍ୟାପାରିମାନଙ୍କ ଏବଂ ଚାକିରି କରୁଥିବା ଲୋକମାନଙ୍କର ଲାଭ ତଥା ପଦୋନ୍ନତିର ଆଶା ରଖିପାରନ୍ତି। ପାରିବାରିକ ସୁଖ-ଶାନ୍ତିର ବାତାବରଣ ରହିବ। ସରକାରୀ ଲାଭ ମିଳିବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଆର୍ଥିକ ଲାଭ ହେବ। ଆଜି ସମସ୍ତ କାର୍ଯ୍ୟ ସୁସ୍ଥତା ଏବଂ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ । ଆର୍ଥିକ ଟଣାଟଣି ଅବସ୍ଥା ସୁଧୁରି ଯିବ। ନିଜର ଭୁଲ୍ ଯୋଗୁଁ ବ୍ୟବସାୟରେ ହାନି ହେବ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ପ୍ରତିକାର:- ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

ମିଥୁନ–
ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ। ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ। ଧାର୍ମିକ ଯାତ୍ରାର ଆୟୋଜନ ହେବ  ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ। କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇଆନନ୍ଦିତ ହେବେ। ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

କର୍କଟ–
ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁରଖିବେ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବ। ମହିଳାମାନେ ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ୍ଣା ଓ ପତିପ୍ରିୟା ହେବେ। ଗସ୍ତ କାର୍ଯ୍ୟକ୍ରମ ଥିଲେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ। ସାମାନ୍ଯ ଚେଷ୍ଟା କାଲେ ଜମି, ଜମା ବିବାଦ ମେଣ୍ଟି ଯିବ। ପ୍ରତିକାର– ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

ସିଂହ–
ବ୍ୟପ୍ରଣୟ, ରୋମାନ୍ସ, ମନୋରଞ୍ଜନ ଏବଂ ମଉଜ-ମସ୍ତୀରେ ଭରପୂର ରହିବ ଆଜିର ଦିନ। ସାର୍ବଜନିକ ଜୀବନରେ ଆପଣ ମହତ୍ତ୍ୱ ପ୍ରାପ୍ତ କରିବେ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ। ଭାଗିଦାରୀ ସହିତ ଲାଭ ହେବ। ସୁନ୍ଦର ବସ୍ତ୍ର କିମ୍ବା ବସ୍ତ୍ରାଭୂଷଣ କ୍ରୟ କରିବେ। ଦାମ୍ପତ୍ୟସୁଖ ଏବଂ ବାହନସୁଖ ଭଲ ମିଳିବ। ମିତ୍ରମାନଙ୍କ ସହିତ ଯାତ୍ରା କରିବେ। ଜଗନ୍ନାଥଙ୍କର ଆଶୀର୍ବାଦ ଆପଣଙ୍କ ସହିତ ଅଛି। ମହିଳାମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ। କର୍ମ କ୍ଷେତ୍ରରେ ଉପେକ୍ଷା ଓ ବ୍ୟବହାର ଯୋଗୁଁ କ୍ଷତି ସହିବେ। ପୁରାତନ ରୋଗ ନେଇ ଚିନ୍ତିତ ରହିବେ। ପ୍ରତିକାର–ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା-

ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ। ଯଥାର୍ଥ କର୍ମଯୋଗୀ କର୍ମ ନିଯୁକ୍ତି ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। କରଜର ମାତ୍ରା ହ୍ରାସ ପାଇବ।ମହିଳାମାନେ ଭୋଗବିଳାସରେ ଦିନଟି କାଟିବାପାଇଁ ଆଗ୍ରହୀହେବେ। ରାଜନୀତି କ୍ଷେତ୍ରରେ ନିଜର ଆତ୍ମନିରୀକ୍ଷଣ ଓ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ। ଉଚ୍ଚଶିକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର:-ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା-

ସାମାଜିକ କ୍ଷେତ୍ରରେ ଜଣେ ସତ୍ ପରାମର୍ଶଦାତା, ଶିକ୍ଷକ, ଦାର୍ଶନିକ, ଉପଦେଷ୍ଠା ଭାବେ ସମ୍ମାନ ପାଇବେ। ମାଲିମୋକଦ୍ଦମାରେ ଓ ରାଜନୀତିରେ ଶତ୍ରୁ ବା ବିରୋଧୀମାନେ ତଳମୁହାଁ ହେବେ। ପାରିବାରିକ କ୍ଷେତ୍ରରେ ଦିବ୍ୟଗୁଣ ଗୁଡିକ ପ୍ରକାଶ ପାଇବ। ମହିଳାମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରତିକାର:- ଅସହାୟବୃଦ୍ଧ ମାନଙ୍କୁ ସାହାଯ୍ୟ କରନ୍ତୁ।

ବିଛା-

କର୍ମକ୍ଷେତ୍ରରେ ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ବୈଜ୍ଞ।ନିକ, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ବ୍ୟବସାୟକ୍ଷେତ୍ରରେ ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ। ମହିଳାମାନଙ୍କର କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ଧନୁ-

ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। କର୍ମକ୍ଷେତ୍ରରେ  ବିବାଦୀୟ ସ୍ଥିତି ଦୂରେଇଯାଇ ଶାନ୍ତି ବିରାଜମାନ କରିବ। ପରିବାରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳିବ। ମାଛ, ଛେନା, ପାଳଙ୍ଗ, ବାଦାମ, ଦହି ଓ ଲେମ୍ବୁ ସରବତ ପ୍ରଭୃତି ଖାଇବା ହିତକର।

ମକର-

ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ଅବିବାହିତ ଯୁବକ ଓ ଯୁବତୀ ବିବାହ କରିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଭାବମୂର୍ତ୍ତି ଅମଳିନ ରହିବ। ପରିବାରକ୍ଷେତ୍ରରେ ଧନମାନ ଦିଗରୁ ସୁରକ୍ଷିତ ରହିବେ। ଅମ୍ଳ, ଅଜୀର୍ଣ୍ଣ  ପ୍ରଭୃତି ରୋଗ ଦେଖାଦେଇ ପରେ। ପ୍ରତିକାର:- ଅସହାୟା ବିଧବା ମାନଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ-

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ପ୍ରଶଂସିତ ହେବେ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ରାଜନୀତି କ୍ଷେତ୍ରରେ ନ୍ୟାୟମାର୍ଗ ଓ ମିଷ୍ଟବଚନ ଦ୍ଵାରା ସମସ୍ତଙ୍କ ମନ କିଣିପାରିବେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ

ମୀନ-

ବ୍ୟବସାୟ ପାଇଁ  ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ। ମହିଳାମାନଙ୍କପାଇଁ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ଧାର୍ମିକ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ ସହଯୋଗକରି ଗଠନମୂଳକ ଦିଗପ୍ରତି ଆଗ୍ରହୀହେବେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *