ଆଜି ଏସିଆ କପରେ ଭାରତ ଓ ବାଙ୍ଗଲାଦେଶ ଫାଇନାଲ, ମ୍ୟାଚ ପୂର୍ବରୁ ହୋଇଗଲା ବଡ ଅଘଟଣ

ଘରୋଇ ମହାଦେଶର କ୍ରିକେଟ୍‌ ମଇଦାନ୍‌ରେ ନିଜ ଆଧିପତ୍ୟ ଜାହିର କରିବାକୁ ରୋହିତ୍‌ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଶୁକ୍ରବାର ଗ୍ରାଣ୍ଡ୍‌ ଫିନାଲେରେ ବିଜୟୀ ହୋଇ ଏସିଆ କପ୍‌ ଇତିହାସରେ ସପ୍ତମ ଥର ପାଇଁ ଟାଇଟଲ୍‌ କବ୍‌ଜା କରିବାକୁ ଜବରଦସ୍ତ ପ୍ରୟାସ କରିବ। ତେବେ ମେଗା ଟୁର୍ଣ୍ଣାମେଣ୍ଟ୍‌ ଜିତିବାର ଭୋକ ଏଯାଏ ମେଣ୍ଟି ନଥିବାରୁ ତୃତୀୟ ଥର ଏସିଆ କପ୍‌ ଫାଇନାଲ୍‌କୁ ଆସିଥିବା ବାଂଲାଦେଶ ଭାରତକୁ ମାତ୍‌ ଦେଇ ଟ୍ରଫି ହାତେଇବାର କୌଣସି ସୁଯୋଗ ବି ହାତଛଡ଼ା କରିବ ନାହିଁ।

ଦୁବାଇ ଇଣ୍ଟର୍‌ନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ଟାଇଟଲ୍‌ ଲଢେଇ ପାଇଁ ବାଂଲାଦେଶର ପ୍ରମୁଖ ସମସ୍ୟା ହୋଇଛି ଦଳର ଖେଳାଳିଙ୍କ ଆହତଜନିତ ସମସ୍ୟା। ବାମହାତୀ ଷ୍ଟ୍ରୋକ୍‌ମେକର୍‌ ତାମିମ୍‌ ଇକ୍‌ବାଲ୍‌ ଆହତ ହେବା ଯୋଗୁ ଏସିଆ କପ୍‌ରୁ ସଂପୂର୍ଣ୍ଣ ବାଦ୍‌ ପଡ଼ିଥିବାବେଳେ ସେହି ଏକାକାରଣରୁ ତାରକା ଖେଳାଳି ତଥା ପୂର୍ବ ଅଧିନାୟକ ଶାକିବ୍‌ ଅଲ୍‌ ହସନ୍‌ ସୁପର୍‌ ଫୋର୍‌ର ପାକିସ୍ତାନ୍‌ ବିପକ୍ଷ ମ୍ୟାଚ୍‌ରୁ ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିଥିଲେ। ଶାକିବ୍‌ଙ୍କ ଜଖମ ଗୁରୁତର ଥିବାରୁ ସେ ଭାରତ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ ଖେଳିବେ ନାହିଁ। ଏହା ଭାରତ ପାଇଁ ଯେତିକି ଖୁସିର ଖବର, ତା’ଠାରୁ ବାଂଲାଦେଶ ପାଇଁ ଅଧିକ ଚିନ୍ତାର ବିଷୟ।

ହେଲେ ମ୍ୟାଚ ପୂର୍ବରୁ ପାକିସ୍ତାନ ଭଳି ବାଙ୍ଗଲାଦେଶ ବି ନିଜର ଆଉକାତ କୁ ଆସିଛି । ବାଙ୍ଗଲାଦେଶର କ୍ୟାପଟେନ ଗୋଟିଏ ପ୍ରେସ କନଫରେନ୍ସରେ କହିଛନ୍ତି କି, ସେ ଏଥର ଭାରତକୁ ହରାଇ ପ୍ରଥମ ଥର ପାଇଁ ଏସିଆନ ଟ୍ରଫି ନେବା ପାଇଁ । ସେ ଏ ମଧ୍ୟ କହିଛନ୍ତି କି , ଭାରତକୁ ଏ ମ୍ୟାଚରେ ହରାଇବା ହେଉଛି ତାଙ୍କର ପ୍ରଧାନ ଲକ୍ଷ । ପ୍ରେସେ କନଫେରନ୍ସରେ ବାଙ୍ଗଲାଦେଶ କ୍ୟାପଟେନ କହିଛନ୍ତି, ଯେଉଁ ଟିମ ଆଫଗାନସ୍ତାନଠାରୁ ଜିତି ପାରୁନି, ସେ ଟିମ୍ ଆମଠୁ କଣ ଜିତିବ । ଏହାର ପତିକ୍ରିୟା ରଖିବାକୁ ଯାଇ ରୋହିତ ଶର୍ମା କହିଛନ୍ତି କି ଏହାର ଉଚିତ ଜବାବ ଆମେ  ଖେଳ ପଡିଆରେ ଦେବୁ ।

ଏପଟେ ବାଙ୍ଗଲାଦେଶର ଏହି ମନ୍ତବ୍ୟକୁ ନେଇ ଦେଶରେ ଆନେକ ସମାଲୋଚନା ଚାଲିଛି । ଭାରତବି ଏ ମ୍ୟାଚରେ ବିଜୟ ଲାଭ କରି, ସପ୍ତମ ଥର ପାଇଁ ଏସିଆ କପକୁ ନିଜ ନାମରେ କରିବାକୁ ଯାଉଛି । ଯଦି ଆପଣ ବି ଭାରତୀୟ ଟିମକୁ ପସନ୍ଦ କରନ୍ତି, ଏବଂ ଚାହାନ୍ତି କି ଭାରତ ଏ ମ୍ୟାଚ ଜିତୁ ବୋଲି, ତଳେ ଗୋଟିଏ ସେୟାର କରି ଲାଇକ କରିବାକୁ ଭୁଲିବେନି । ଜୟ ହିନ୍ଦ, ଜୟ ଭାରତ ।

Leave a Reply

Your email address will not be published. Required fields are marked *